ବାଳିକା ବଧୁ ର ଦାଦି ସା ହେବାକୁ ଚାହୁଁ ନଥିଲେ ଆକ୍ଟର, ୟୁନିଭର୍ସିଟି ରେ ଘଟିଲା କିଛି ଏମିତି ଘଟଣା କି ବଦଳି ଗଲା ପୁରା ଜୀବନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତ୍ରୀ ସୁରେଖା ସିକ୍ରିଙ୍କୁ ନିଶ୍ଚୟ ଜାଣିଥିବେ । ସେ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ କେତେକ ବଲିଉଡ ଫିଲ୍ମ ସହିତ କେତେକ ଟିଭି ସିରିଏଲରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଗତକାଲି ଏପ୍ରିଲ ୧୯ ତାରିଖ ଦିନ ଏହି ଅଭିନେତ୍ରୀ ଜଣକଙ୍କର ଜନ୍ମଦିନ ଥିଲା । ତାଙ୍କର ଜନ୍ମ ୧୯ ଏପ୍ରିଲ ୧୯୪୫ ମସିହାରେ ଦିଲ୍ଲୀରେ ହୋଇଥିଲା । ସେ ତାଙ୍କ କାରିୟରରେ କେତେକ ଫିଲ୍ମ ଓ ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ଅଭିନେତ୍ରୀ ସୁରେଖାଙ୍କୁ ଦେଶର ସମସ୍ତ ଲୋକ ଜାଣିଛନ୍ତି । ତାଙ୍କର ସବୁଠାରୁ ଲୋକପ୍ରିୟ ସିରିଏଲ ହେଉଛି ‘ବାଲିକା ବଧୁ’ । ସେ ଏହି ସିରିଏଲରେ କାମ କରି ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଜିତି ପାରିଥିଲେ । ବନ୍ଧୁଗଣ ସେ ‘ବାଲିକା ବଧୁ’ ସିରିଏଲରେ ଦାଦି ସାର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସୁରେଖାଙ୍କ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସୁରେଖାଙ୍କ ବିଷୟରେ । ବନ୍ଧୁଗଣ ସୁରେଖା ପିଲା ଦିନରୁ ନିଜ ପାଠ ପଢାକୁ ବହୁତ ଅଧିକ ଗୁରୁତ୍ଵ ଦେଉଥିଲେ ।

ତାଙ୍କର ସ୍ଵପ୍ନ ଥିଲା ଏକ ପତ୍ରକାର ବା ଏକ ଲେଖକ ହେବା ପାଇଁ । ହେଲେ ତାଙ୍କର ଭାଗ୍ୟ ତାଙ୍କୁ ଏକ ଅଲଗା ପ୍ରଫେସନକୁ ନେଇଗଲା । ସୁରେଖା ଆଲିଗଡ ମୁସ୍ଲିମ ୟୁନିଭର୍ସିଟିରେ ପାଠ ପଢୁଥିଲେ । ସେହି ସମୟରେ ସେହି ସ୍ଥାନରେ ଆବ୍ରାହମ ଆଲକାଜି ସୋହେବ ଏକ ନାଟକ ନେଇ ପହଞ୍ଚି ଥିଲେ । ତାଙ୍କର ସେହି ନାଟକର ନାମ ଥିଲା ‘ଦ କିଙ୍ଗ ଲିୟର’ । ସେହି ନାଟକକୁ ଦେଖିବା ପରେ ସୁରେଖା ନିଜ ଲକ୍ଷ୍ୟପଥକୁ ବଦଳାଇବା ପାଇଁ ନିସ୍ପତି ନେଲେ ଓ ସେ ନାସନାଲ ସ୍କୁଲ ଅଫ ଡ୍ରାମାରେ ଆଡ୍ମିସନ କରିବା ପାଇଁ ନିସ୍ପତି ନେଇଥିଲେ ।

ଏହାପରେ ସେ ସେହି ଡ୍ରାମା ସ୍କୁଲର ଫର୍ମ ଭରିଥିଲେ ଓ ୧୯୬୫ ମସିହାରେ ତାଙ୍କର ସେହି ସ୍କୁଲରେ ସିଲେକ୍ସନ ହୋଇଗଲା । ଏହାପରେ ସେ ଆଉ ପଛକୁ ବୁଲି ଦେଖିନଥିଲେ । ଏହାପରେ ସୁରେଖା ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ସେ ଅନେକ ବଲିଉଡ ଫିଲ୍ମ ଓ ଟିଭି ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କୁ ଫିଲ୍ମ ‘ବଧାଇ ହୋ’ ପାଇଁ ୬୬ତମ ବେଷ୍ଟ ସପୋର୍ଟିଂ ଆୱାର୍ଡରେ ସମ୍ମାନିତ ମଧ୍ୟ କରାଯାଇଛି ।

ସେ ବଲିଉଡ ଫିଲ୍ମ ସର୍ଫୋରୋଷ, ଦିଲ୍ଲଗୀ, ଲିଟିଲ ବୁଦ୍ଧା, ସରଦାରି ବେଗମ ଓ ରେନକୋଟ ଆଦି ଅନେକ ଫିଲ୍ମରେ କାମ କରିଛନ୍ତି । ଏହା ସହିତ ସେ କେତେକ ଲୋକପ୍ରିୟ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁରେଖାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଟିଭି ଦୁନିଆର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *