ବଜରଙ୍ଗୀ ରୋଷେଇ ଘରେ ପଶି ଖାଏ, ବିଛଣାରେ ଶୁଏ, ବାଛୁରୀ ହେଲେ ବି ବଜରଙ୍ଗୀକୁ ପାଇ ମୁଁ ପିଲାଛୁଆ ପାଇଛି, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ , ବଜରଙ୍ଗୀ ଏବେ ଆମ ଘରର ସଦସ୍ୟ । ତାଙ୍କୁ ପାଇଁ ଭୁଲିଯାଇଥିଲି ପିଲାଛୁଆଙ୍କୁ । ବଜରଙ୍ଗୀ ର ବୟସ ହେଉଛି 8 ମାସ । ଆମେ ଯେଉଁ ବଜରଙ୍ଗୀ ବିଷୟରେ ଆପଣଙ୍କୁ କହୁଛୁ ସିଏ ମଣିଷ ଛୁଆ ନୁହେଁ ବରନ୍ତ ବାଛୁରୀ ଛୁଆ ଅଟେ । ବଜରଙ୍ଗୀକୁ ଛୋଟ ବେଳୁ ଛୁଆ ପରି ଆଳନପାଳନ କରିଛନ୍ତି ସୁନାକର ସାଇଁ ।  ସୁନାକର ସାଇଁ ଜଣକ ଏୟାର ଫୋରଶ୍ ରେ କାର୍ଯ୍ୟ କରୁଥିଲେ ଓ ସ୍ଟେଟ ବ୍ୟାଙ୍କରେ ମଧ୍ୟ କାର୍ଯ୍ୟ ନିର୍ବାହ କରୁଥିଲେ ।

ତାଙ୍କ ଚାକିରୀ କାଳ ଶେଷ କରି ଏବେ ସେ ଘର ରହୁଛନ୍ତି । ମାତ୍ର ସେ ବଜରଙ୍ଗୀକୁ ତାଙ୍କ ଛୁଆ ପରି ଗାଧୋଇବା, ଖୁଆଇବା ତାହାର ସବୁ କାମ ସାନ ଛୁଆ ପରି କରିଆସୁଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କ ସବୁବେଳ ଗୋଟେ ଇଛା ଥିଲା କି ସେ ଗାଈଶାଳା ତିଆରି କରି ଗାଈ, ବାଛୁରିମାନଙ୍କର ସେବା କରିବା । ମାତ୍ର ଆର୍ଥିକ ଅବସ୍ଥା ଯୋଗୁ ସେ କରିପାରୁନଥିଲେ ।

2001 ଜୁଲାଇ ବାହୁଡା ଦିନରୁ ସେ ଗାଈମାନଙ୍କୁ ରଖିବା ଆରମ୍ଭ କରିଥିଲେ । ପୂର୍ବରୁ ମଧ୍ୟ 11ଟି ଷଣ୍ଢ ପରେ ବଜରଙ୍ଗୀ ହେଉଛି 12 ନମ୍ବର । ଏତ ବ୍ଯତୀତ ସୁନାକର ସାଇଁ ରାସ୍ତା ରେ ଆଘାତ ହୋଇ ନିରୀହ ଅବସ୍ଥାରେ ଥିବା ଗାଈମାନଙ୍କୁ ଘରକୁ ଆଣି ସେମାନଙ୍କ ଯତ୍ନ ନେଉଥିଲେ । ବହରଙ୍ଗୀ ପୂର୍ବରୁ ତାଙ୍କର ବୋଳା ନାମକ ଗାଈ ଟିଏ ରହୁଥିଲା । ସେ ମନସ୍ଥ କରିଥିଲେ କି ବୋଳା ପରେ ସେ ତାଙ୍କ ପୁଅ ପାଖକୁ ପଳେଇବେ ।

ମାତ୍ର ତାଙ୍କ ସାଙ୍ଗ ଜଣକ ବଜରଙ୍ଗୀକୁ ଆଣି ଦେଇଥିଲେ । ବଜରଙ୍ଗୀର ମା ‘ଙ୍କ ମୃତ୍ୟୁ ପରେ ସେ ଏକୁଟିଆ ହୋଇଯାଇଥିଲା । ସେହି ଦିନ ଠାରୁ ସୁନାକର ସାଇଁଙ୍କ ପାଖରେ ବଜରଙ୍ଗୀ ରହିଲା । ବଜରଙ୍ଗୀ ସବୁ ବାଛୁରି ପରି ନୁହଁ ସେ ବିଶେଷ ଧରଣର ଥିଲା । ବଜରଙ୍ଗୀ ପାହାଚ ଛାଡି ତିନି ମହଲା କୁ ସହଜ ଯାଇପାରେ । ସେ ରୋଷାଇ ଘର ପଶି ଖାଏ ଏବଂ ଘରର ଲୋକମାନେ ତାଙ୍କୁ ସଦସ୍ୟ ମନେ କରନ୍ତି ।

ସୁନାକର ସାଇଁ ସେ ଯେ ପର୍ଯ୍ୟନ୍ତ ଅଛନ୍ତି ବଜରଙ୍ଗୀର ଦାୟିତ୍ଵ ଗ୍ରହଣ କରିବେ କହୁଛନ୍ତି । ଆଜିକାର ସମାଜରେ ଏଭଳି ମଣିଷ ଅଛନ୍ତି କି ଯିଏ ବାଛୁରୀକୁ ନିଜ ପିଲା ଭଳି ପ୍ରେମ କରନ୍ତି । ଏହି ଖବରକୁ ନେଇ ଆପଣଙ୍କ ମତକୁ କମେଣ୍ଟ ଆକାରରେ ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *