ବହୁତ ହିଁ ଗରିବ ପରିବାରରୁ ଆସିଛନ୍ତି Bollywood ର ଏହି 4 ଜଣ ସୁପର ଷ୍ଟାର, ଜଣେ ତ ଦୁଇ ବେଳା ଖାଇବା ପାଇଁ ମଧ୍ୟ ପାଉନଥିଲେ

ବଲିଉଡ ଇଣ୍ଡଷ୍ଟ୍ରି ରେ ସଫଳତା ପାଇବା ପାଇଁ ହେଲେ ବହୁତ କଷ୍ଟ କରିବାକୁ ପଡେ । ଏହା ପରେ ମଧ୍ୟ କିଛି କଳାକାର ଏଠାରେ ସଫଳ ହୋଇଥାନ୍ତି ତ ଆଉ କିଛି ବିଫଳ । ବଲିଉଡ ରେ ଏମିତି ବି ବହୁତ କଳାକାର ଅଛନ୍ତି ଯେଉଁମାନେ ନିଜ ଜୀବନରେ ବହୁତ ଦରିଦ୍ରତାର ସାମ୍ନା କରିଛନ୍ତି, କିନ୍ତୁ ଏହି ଇଣ୍ଡଷ୍ଟ୍ରି ରେ ସଫଳତା ପାଇବା ପରେ ତାଙ୍କର ଜିଅବନ ବଦଳି ଯାଇଛି । ସେମାନେ ଆଜି କୋଟି କୋଟି ଟଙ୍କାରେ ଖେଳୁଛନ୍ତି । ଏବେ ସେମାନଙ୍କ ଜୀବନରେ କୌଣସି ଜିନିଷର ଅଭାବ ନାହିଁ ।

ବନ୍ଧୁଗଣ ଆଜି ଆମେ ସେହି କଳାକାର ମାନଙ୍କ ବିଷୟରେ ଜାଣିବା ଯେଉଁ ମାନେ ବାଲ୍ୟ କାଳ ରେ ବହୁତ ଦାରିଦ୍ର୍ୟତା ଦେଖିଛନ୍ତି। ଖାଇବା, ପିଇବା ଆଦି ରେ ନାନା ପ୍ରକାର ର ଅସୁବିଧା ମାନ ମଧ୍ୟ ଦେଖିଛନ୍ତି। ତେବେ ଚାଲନ୍ତୁ ଜାଣିବା ସେହି କଳାକାର ମାନେ କିଏ?

୧- ପ୍ରଥମ କଳାକାର ଙ୍କ ନାମ ହେଲା ଜନି ଲିବର। ଜନି ଲିବର ବଲିଉଡ ର ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ହାସ୍ୟଅଭିନେତା। କିନ୍ତୁ ତାଙ୍କର ପିଲାଦିନ ବହୁତ ଅସୁବିଧା ରେ ବଢ଼ିଛନ୍ତି ଠିକ ରେ ଖାଇବା ପାଇଁ ସେ ରାସ୍ତାରେ ବୁଲି ଖବର କାଗଜ ବିକି ଛନ୍ତି ।

୨- ଦ୍ୱିତୀୟ କଳାକାର ଙ୍କ ନାମ ହେଲା ମିଥୁନ ଚକ୍ରବର୍ତ୍ତୀ। ମିଥୁନ ହିନ୍ଦୀ ସିନେମା ସହିତ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ କାମ କରି ଛନ୍ତି ଏବଂ ଲୋକପ୍ରିୟତା ମଧ୍ୟ ହୋଇ ପାରିଛନ୍ତି। ତାଙ୍କ ନିଆରା ନୃତ୍ୟ ଓ ଅଭିନୟ ଲୋକମାନଙ୍କୁ ବହୁତ ଆକର୍ଷଣ କରିଥାଏ। କିନ୍ତୁ ଏଭଳି କଳାକାର ମଧ୍ୟ ପିଲାଦିନେ ଦାରିଦ୍ର୍ୟତା ଦେଖିଛନ୍ତି। ତାଙ୍କ ପାଖରେ ଗୋଟେ ବେଳର ଖାଇବା ପାଇଁ ପଇସା ମଧ୍ୟ ନଥିଲା।

୩- ତୃତୀୟ ଅଭିନେତା ଜଣଙ୍କ ହେଲେ ନୱାଜୁଦିନ ସିଦିକି। ଏହି ଅଭିନେତା ଜଣ ଙ୍କ ନିଜ ଅଭିନୟ ର ଯାଦୁ ରେ ସମସ୍ତ ଙ୍କ ହୃଦୟ କୁ ଜିଣି ପାରିଥିଲେ। ନୱାଜୁଦିନ ନିଜ ଜୀବନ ରେ ପଇସା ର ବହୁତ ଅଭାବ ଦେଖିଛନ୍ତି ସେ ପରିବା ବିକିଛନ୍ତି ଓ ଲୁଗା ଦୋକାନରେ କାମ ମଧ୍ୟ କରିଥିଲେ।

୪- ଚତୁର୍ଥ କଳାକାର ଙ୍କ ନାମ ହେଲା ସଂଜୟ ମିଶ୍ରା। ସଂଜୟ ମିଶ୍ରା ବଲିଉଡ ର ଜଣେ ଲୋକ ପ୍ରିୟ ଓ ପ୍ରସିଦ୍ଧ ହାସ୍ୟାଭିନେତା ସେ ନିଜର ନିଆରା ଅଭିନୟ ରେ ସମସ୍ତଙ୍କ ହୃଦୟ କୁ ଜିତି ପାରିଛନ୍ତି। କିନ୍ତୁ ଏ ମଧ୍ୟ ନିଜ ବାଲ୍ୟକାଳ ରେ ବହୁତ ଅଭାବ ଅନଟନ ଦେଖିଛନ୍ତି । ନିଜ ପେଟ ପୋଷିବା ପାଇଁ ହୋଟେଲ ରେ ବାସନ ମାଜିଛନ୍ତି। ଏବଂ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *