20 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ ର ସୋନପରି, ଆପଣ ମଧ୍ୟ ଦେଖିଲେ ଚିହ୍ନି ପାରିବେନି

ବନ୍ଧୁଗଣ ଆଜିକାଲି ଟିଭି ଇଣ୍ଡଷ୍ଟ୍ରିର ପୁରୁଣା ଫେମସ ସିରିଏଲ ଶକ୍ତିମାନ ପୁଣି ପ୍ରସାରିତ ହେଉଛି । ପୂର୍ବରୁ ଶକ୍ତିମାନ ପ୍ରସାରିତ ହେଉଥିବା ସମୟରେ ଅନ୍ୟ ଦୁଇଟି ସିରିଏଲ ମଧ୍ୟ ଟିଭିରେ ପ୍ରସାରିତ ହୋଇ ବହୁତ ଲୋକପ୍ରିୟତା ହାସଲ କରିଥିଲା । ସେହି ଦୁଇଟି ସିରିଏଲର ନାମ ହେଉଛି ଜୁନିୟର G#1 ଓ ସୋନପରି । ବନ୍ଧୁଗଣ ସୋନପରି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । କାରଣ ସେତେବେଳେ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ । ଏହି ସିରିଏଲଟି ଷ୍ଟାରପ୍ଲସ ଚ୍ୟାନେଲରେ ପ୍ରସାରିତ ହେଉଥିଲା ।

ଏହି ସିରିଏଲଟି ପିଲା ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରିଥିବା ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । କାରଣ ଏହି ସିରିଏଲଟି ବନ୍ଦ ହେବାର ବହୁତ ବର୍ଷ ହୋଇସାରିଛି ଓ ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ମଧ୍ୟ ବହୁତ ଅଧିକ ବଦଳି ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ସୋନପରି ର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ମୃନାଲ କୁଲକର୍ଣ୍ଣୀ । ମୃନାଲ ପରିର ଭୂମିକାରେ ବହୁତ ଅଧିକ ସୁନ୍ଦର ନଜର ଆସିଥିଲେ । ଆଜି ମଧ୍ୟ ସେ ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ଏହି ସିରିଏଲଟି ୨୦୦୦ ମସିହାରେ ଆରମ୍ଭ ହୋଇଥିଲା । ସେହି ସମୟରେ ଏହି ସିରିଏଲଟି ପିଲା ମାନଙ୍କର ମନପସନ୍ଦ ସିରିଏଲ ହୋଇଯାଇଥିଲା ।

ଏହି ସିରିଏଲରେ ସୋନପରି ପିଲା ମାନଙ୍କର ସମସ୍ତ ଅସୁବିଧାକୁ ଦୂର କରି ସେମାନଙ୍କୁ ଖୁସି କରାଉ ଥିଲା । ଏହି ସିରିଏଲଟି ବହୁତ ଅଧିକ ଫେମସ ହୋଇଥିଲା । ଯାହା ଫଳରେ ଏହି ସିରିଏଲଟିକୁ ଅଲଗା ଅଲଗା ଭାଷାରେ ମଧ୍ୟ ପ୍ରସାରିତ କରାଯାଇଛି । ବନ୍ଧୁଗଣ ସୋନପରି ବ୍ଯତୀତ ମୃନାଲ ‘ଦ୍ରୌପଦୀ’ ସିରିଏଲରେ ବହୁତ ଭଲ ଅଭିନୟ ପଦର୍ଶନ କରିଥିଲେ । ଏହି ସିରିଏଲରେ ସେ ଦ୍ରୌପଦୀର ଭୂମିକା ପଦର୍ଶନ କରିଥିଲେ ।


ମୃନାଲ୧୬ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ସିରିଏଲ ଥିଲା ‘ସ୍ଵାମୀ’ । ଏହି ସିରିଏଲରେ ସେ ରାମବାଇ ପେଶୱା ର ଭୂମିକା ପଦର୍ଶନ କରିଥିଲେ । ଟିଭି ବ୍ଯତୀତ ମୃନାଲ କେତେକ ହିନ୍ଦୀ ଫିଲ୍ମ ଓ ମରାଠୀ ସିରିଏଲରେ କାମ କରିଛନ୍ତି । ସେ ଅଭିନୟ କରିବା ପାଇଁ ଚାହୁଁ ନଥିଲେ ସେ ଏକ ଡାଇରେକ୍ଟର ହେବା ପାଇଁ ଇଛା କରିଥିଲେ ।

କିନ୍ତୁ ଅଭିନୟ ଦ୍ଵାରା ସେ ଦର୍ଶକ ମାନଙ୍କ ମନରେ ନିଜର ଏକ ନୂଆ ପରିଚୟ କରିପାରିଲେ । ବର୍ତ୍ତମାନ ସେ ଅଭିନୟକୁ ଛାଡି ମରାଠି ଫିଲ୍ମର ଡାଇରେକ୍ଟର ଅଛନ୍ତି । ସେ ‘ପ୍ରେମ ମାଞ୍ଝି ଓ ପ୍ରେମ ଆସ୍ଥା’ ଆଦି ଫିଲ୍ମର ଡାଇରେକ୍ଟର ଅଟନ୍ତି । ମୃନାଲ କୁଲକର୍ଣ୍ଣୀ ନିଜ ପିଲା ବେଳର ସାଙ୍ଗ ରିଚିଲାଲ କୁଲକର୍ଣ୍ଣୀଙ୍କ ସହ ୧୯୯୦ ମସିହାରେ ବିବାହ କରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ହେଉଛି ବରାଜସ କୁଲକର୍ଣ୍ଣୀ । ଯିଏ ବର୍ତ୍ତମାନ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣା ଶୁଣା ସେଲିବ୍ରେଟି ହୋଇ ସାରିଛନ୍ତି ।

ତେବେ ଏହି ଆକ୍ଟ୍ରେସ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *