୨୮ ରେ ବାହାଘର ୨୯ ରେ ହତ୍ୟା ! ବାହୁନି କାନ୍ଦୁଛି ଜନ୍ମଦାତ୍ରୀ ମା’, କୋହ ସମ୍ଭାଳି ପାରୁନି ବାପା, ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି…

ନମସ୍କାର ବନ୍ଧୁଗଣ ତେବେ ଏପ୍ରିଲ ୨୮ ରେ ବାହାଘର ହୋଇଥିଲା । ମାତ୍ର ମଇ ୨୯ ରେ ହତୟଆ । ମାସେ ମଧ୍ୟ ପୁରିଲାନି ଯୌତୁକ ପାଇଁ ତଣ୍ଟି ଚିପିଦେଲା ସ୍ଵାମୀ । ବର୍ତ୍ତମାନ ଝିଅ ର ବାପା ମା’ ଙ୍କ ଦୁଃଖ କହିଲେ ନ ସରେ । କେତେ ଖୁସି ରେ ନିଜ ଅଲିଅଳି ଝିଅ ର ୨୦ ଏପ୍ରିଲ ରେ ନିର୍ବନ୍ଧ ହୋଇଥିଲା । ମାତ୍ର ୮ ଦିନ ପରେ ଏପ୍ରିଲ ୨୮ ରେ ଭୁବନେଶ୍ଵର ରେ ବାହାଘର କରି ଝିଅ କୁ ନିଜ ଘରୁ ବିଦା କରିଥିଲେ । କିନ୍ତୁ ଜାଣି ନଥିଲେ ଯେ ଠିକ ମାସେ ପରେ ଝିଅ କୁ ଆଉ ପାଇବେନି ।

ତେବେ ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଅଣ୍ଡରାଇ ଗ୍ରାମର ପ୍ରଭାବତୀ ନାୟକ ଗତମାସ ଏପ୍ରିଲ ୨୮ ତାରିଖରେ ସରକନ୍ତରା ଗ୍ରାମର ପ୍ରକାଶ ଖୁଣ୍ଟିଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ପ୍ରକାଶଙ୍କ ପରିବାରର ଦାବି ମୁତାବକ ଯୌତୁକ ବାବଦକୁ ଦୁଇଶହ ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ୪ ଲକ୍ଷ ଟଙ୍କା ପ୍ରଭାବତୀଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା ।

ତେବେ ଗତକାଲି ସ୍ୱାମୀ ପ୍ରକାଶ ପତ୍ନୀ ପ୍ରଭାବତୀଙ୍କୁ ମାଡ଼ ମାରିଥିବା ନବବଧୂଙ୍କ ମା’ ମାଧବୀଲତା ଫୋନ୍‍ ଯୋଗେ ଖବର ପାଇଥିଲେ । କିଛି ସମୟ ପରେ ମାଧବୀଲତା ଝିଅର ଶାଶୂ ଘରଙ୍କୁ ଫୋନ୍‍ କରିବାରୁ ତାଙ୍କ ଝିଅ ଆତ୍ମହତୟଆ କରିଥିବା ଜାଣିବାକୁ ପାଇଥିଲେ । ଶାଶୂ ଘର ଲୋକେ ପ୍ରଭାବତୀଙ୍କୁ ଚିକିତ୍ସା ପାଇଁ ଏମ୍‍ସରେ ଭର୍ତ୍ତି କରିଥିଲେ । ତେବେ ପ୍ରଥମେ ପ୍ରଭାବତୀ ଆତ୍ମହତୟଆ କରିଥିବା କଥା କହିବା ପରବର୍ତ୍ତୀ ସମୟରେ ଶାଶୂଘର ଲୋକେ ତାଙ୍କୁ ଡାକ୍ତରଖାନା ନେଇଯିବା ମା’ ମାଧବୀଲତାଙ୍କୁ ସନ୍ଦେହରେ ପକାଇଥିଲା ।

ଶାଶୂଘର ଲୋକେ ଝିଅକୁ ହତୟଆ କରିଛନ୍ତି ଓ ହତୟଆକୁ ଆତ୍ମହତୟଆର ରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ମାଧବୀଲତା ଅଭିଯୋଗ କରିଥିଲେ । ତେବେ ଅନ୍ୟପଟରେ ବିବାହ ପରଠାରୁ ସ୍ୱାମୀ ପ୍ରକାଶଙ୍କ ସମେତ ଶାଶୂ, ଶଶୁର, ଯା, ଦେଢ଼ଶୁର ଓ ଜଣେ ସମ୍ପର୍କୀୟ ଭାଇ ପ୍ରଭାବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାଆତନାଆ ଦେଉଥିଲେ ବୋଲି ମାଧବୀଲତା ଅଭିଯୋଗ କରିଛନ୍ତି । ଏଥିସହିତ ବିବାହ ପରଠାରୁ ଶାଶୂଘର ଲୋକେ କାର୍‍ ଓ ଅଧିକ ଯୌତୁକ ଦାବି କରୁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି ।

ତେବେ ନବବଧୂଙ୍କ ମା’ ମାଧବୀଲତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଦଫା ୪୯୮-ଏ, ୩୦୨, ୩୦୪-ବି, ୩୪ ଓ ଯୌତୁକ ନିଷିଦ୍ଧ ଆଇନ ୪ରେ ମାମଲା ରୁଜୁ କରିଛି । ଏଥିସହିତ ନବବଧୂଙ୍କ ସ୍ୱାମୀ ପ୍ରକାଶ କୁମାର ଖୁଣ୍ଟିଆ, ଶାଶୂ ବିମଳା ଖୁଣ୍ଟିଆ, ଶଶୁର ପ୍ରମୋଦ ଖୁଣ୍ଟିଆ, ଦେଢ଼ଶୁର ପବିତ୍ର ଖୁଣ୍ଟିଆ ଓ ଯା ପ୍ରିୟଂସୀ ଖୁଣ୍ଟିଆଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି । ପୁଲିସ ପ୍ରଭାପତିଙ୍କ ସ୍ୱାମୀ ପ୍ରକାଶ ଖୁଣ୍ଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ । ତେବେ ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ହତୟଆ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ ସ୍ବାମୀ ପ୍ରକାଶ ଖୁଣ୍ଟିଆଙ୍କୁ ଗିରଫ କରିଛି । ପ୍ରକାଶ ବିରୋଧରେ ଧାରା ୩୦୨, ୪୯୮ ଓ ୩୦୪ (ବି)ରେ ମାମଲା ରୁଜୁ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *