ଝିଅ ବାହାଘରରେ କନ୍ୟାଦାନ କଲେ ସ୍ଵର୍ଗୀୟ ପିତା, ସମସ୍ତଙ୍କ ଆଖିରୁ ଝରିଲା ଲୁହ, ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵର୍ଗତ ବାପା ଦେଖିଲେ ଝିଅ ବାହାଘର । ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଇପାରେ କିନ୍ତୁ କଥାଟି ସଂପୂର୍ଣ୍ଣ ଭାବରେ ସତ ଅଟେ । ଏବଂ ଏହା କେବଳ ସମ୍ଭବ ହେଲା ମୃତକଙ୍କ ପୁଅଙ୍କ ପାଇଁ । ତେବେ ବାହାଘରରେ ନିଜ ଭଉଣୀ ଙ୍କୁ ଏଭଳି କିଛି ନିଆରା ଉପହାର ଦେଲା ନିଜ ଭାଇ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏବଂ ଭାଇଠାରୁ ଭଉଣୀ ଏଭଳି ଗିଫ୍ଟ ପାଇ କିଛି ସମୟ ପାଇଁ ଚକିତ ହେବା ସହିତ ଖୁସିରେ ଭାବୁକ ହେଲେ ଭଉଣୀ ।

ଏହି ଭିଡିଓ ଟି ଭାଇରାଲ ହେବା ପରେ ଅନେକ ପ୍ରତିକ୍ରିୟା ମିଳିଛି । ୱାରୁଙ୍ଗଲ ର ଏହି ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । କଥାରେ ଅଛି ପୁଅ ଠାରୁ ଝିଅମାନେ ହିଁ ନିଜ ବାପା ଙ୍କୁ ଅଧିକ ଭଲ ପାଇଥାନ୍ତି । କାରଣ ଝିଅମାନେ ବାପାଙ୍କର ବେସୀ ଗେହ୍ଲା ହୋଇଥାନ୍ତି । ସଠିକ ସେମିତି ସବୁ ବାପା ଙ୍କର ଇଛା ରହିଥାଏ ଯେ ନିଜ ଝିଅକୁ କନିଆ ବେଶ ରେ ଦେଖିବା ପାଇଁ ।

ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇନଥାଏ । ତେବେ ଏହିଭଳି ଏକ ପରିବାରର ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଅଛି । ଯେଉଁଥିରେ ଜଣେ ବ୍ୟକ୍ତି ମୃତ୍ୟୁପରେ ମଧ୍ୟ ନିଜ ଝିଅ ବାହାଘରରେ ସାମିଲ ହୋଇପାରିଛନ୍ତି । ସୋସିଆଲ ମିଡିଆ ରେ ଘୁରି ବୁଲୁଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଭଉଣୀ ର ବିବାହ ଘରରେ ଯେତେବେଳେ ସେ କନିଆ ବେସ ରେ ମଣ୍ଡପ କୁ ଆସୁଛନ୍ତି, ତାଙ୍କ ଭାଇ ତାଙ୍କ ସ୍ଵର୍ଗତ ବାପାଙ୍କର ଏକ ମହମ ତିଆରି ପ୍ରତିମୂର୍ତ୍ତି ଆଣିଛନ୍ତି ।

ତାଙ୍କୁ ଉପହାର ସ୍ୱରୂପ ମଣ୍ଡପ କୁ ନେଇ ଆସିଛନ୍ତି । ଏହାପରେ ନିଜ ସ୍ଵର୍ଗତ ବାପାଙ୍କୁ ପାଖରେ ପାଇ ଭାବୋବିହୋଳ ହୋଇଯାଇଥିଲେ କନିଆ ଜଣକ । କେବଳ କନିଆ ନୁହେଁ । ପରିବାରର ସମସ୍ତଙ୍କ ଆଖିରେ ଲୁହ ଚାଲିଆସିଥିଲା । ତେବେ ଏହାପରେ ମଣ୍ଡପ ରେ ମୂର୍ତ୍ତି କୁ ରଖାଯାଇଥିଲା ଏବଂ ସଂପୂର୍ଣ୍ଣ ବିବାହ ସେହି ପ୍ରତିମୂର୍ତ୍ତି ସାମ୍ନା ରେ ହିଁ ହୋଇଥିଲା ।

ଏହାକୁ ନେଇ ସୋସିଆଲ ମିଡିଆ ରେ ଲୋକେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କେହି କେହି ଭଉଣୀ ପ୍ରତି ଭାଇର ଭଲପାଇବାକୁ ପସନ୍ଦ କରିଥିବା ବେଳେ ଅନ୍ୟ କେହି ଏହାକୁ ନାପସନ୍ଦ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *