ବାହାଘର ପରେ କାହିଁକି ମୋଟି ହୋଇ ଯାଆନ୍ତି ଝିଅମାନେ, ଏହା ଅଟେ ଅସଲ କାରଣ

କହିବାକୁ ଗଲେ ବର୍ତ୍ତମାନ ସମୟରେ ଓଜନ ବଢିବା ସବୁ ମଣିଷର ଏକ ସମସ୍ୟା ହୋଇ ଯାଇଛି । ବିଶେଷ କରି ମହିଳାମାନଙ୍କ ଓଜନ ବଢିବା ସବୁଠୁ ବଡ ସମସ୍ୟା ହୋଇଥାଏ । କିନ୍ତୁ ବିବାହ ପରେ ମହିଳାମାନଙ୍କ ଓଜନ ବଢି ଯିବା ବହୁତ ବଡ ସମସ୍ୟାର କାରଣ ଅଟେ । ଆପଣମାନେ ପ୍ରାୟତଃ ଶୁଣିଥିବେ କି ବିବାହ ପରେ ଝିଅର ଓଜନ ବଢିଗଲା । ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ଆମ ଦେଶର ୮୦ ପ୍ରତିଶତ ଦମ୍ପତିଙ୍କ ଓଜନ ବିବାହ ପରେ ବଢିଯାଏ ଏବଂ ଏହି ଓଜନ ବଢିବା ବିଶେଷ କରି ମହିଳାମାନଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ ବାହାଘର ପରେ ଝିଅର ଓଜନ ବଢିଯିବା ପଛର ଅସଲ କାରଣ କଣ ଆପଣମାନେ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ଏହି କାରଣ ବିଷୟରେ କହିବା ।

ଦାୟିତ୍ଵହୀନତା

ବାହାଘର ପୂର୍ବରୁ ଝିଅମାନେ ନିଜର ଶରୀର, ସୁନ୍ଦରତା ଓ ଓଜନ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଏହା ସହିତ ନିଜକୁ ଫିଟ ରଖିବା ପାଇଁ ସେମାନେ ନିୟମିତ ଭାବରେ ବ୍ୟାୟମ ବି କରନ୍ତି । କିନ୍ତୁ ବାହାଘର ପରେ ସେମାନେ ନିଜର ବିବାହିତ ଜୀବନରେ ଏତେ ବ୍ୟସ୍ତ ହୋଇ ଯାଆନ୍ତି କି ନିଜର ଶରୀର ଉପରେ ଧ୍ୟାନ ଦେଇ ପାରନ୍ତି ନାହିଁ । ଏମିତିରେ ସେମାନଙ୍କ ଓଜନ ଧୀରେ ଧୀରେ ବଢିବାକୁ ଲାଗିଥାଏ ।

ଶୋଇବାରେ ହେଳା

ବାହାଘର ପରେ ଶୋଇବାର ସମୟ ମଧ୍ୟ ବଦଳି ଯାଏ । ଏହା ସହିତ ଦିନେ ଦିନେ ମହିଳାମାନେ ସଠିକ ଭାବରେ ଶୋଇ ପାରି ନ ଥାନ୍ତି । ଏହା ହେଉଛି ମହିଳାମାନଙ୍କ ଓଜନ ବଢିବାର ସବୁଠୁ ମୁଖ୍ୟ କାରଣ ହୋଇଥାଏ ।

ଲାଇଫ ଷ୍ଟାଇଲ ଚେଞ୍ଜ ହେବା

ବାହାଘର ପରେ ଝିଅମମାନଙ୍କ ଜୀବନ ଧୀରେ ଧୀରେ ଚଞ୍ଜେ ହୋଇଯାଏ । ସେମାନେ ନିଜର ସ୍ଵାମୀ ଓ ଶଶୁର ଘର ଲୋକମାନଙ୍କ ହିସାବରେ ହିଁ ନିଜର ଜୀବନକୁ ଅତିବାହିତ କରିଥାନ୍ତି । ଏମିତିରେ ସେମାନେ ନିଜ ପାଇଁ ଚିନ୍ତା କରି ପାରନ୍ତି ନାହିଁ । ଏମିତିରେ ମହିଳାମାନଙ୍କ ଓଜନ ଧୀରେ ଧୀରେ ବଢିବାକୁ ଲାଗିଥାଏ ।

ହର୍ମୋନ ବଦଳିବା

ବିବାହିତ ଜୀବନର ଆରମ୍ଭ ହେବା ସହିତ ମହିଳାମାନଙ୍କ ହର୍ମୋନ ମଧ୍ୟ ବଦଳି ଥାଏ । ବିବାହିତ ମହିଳାମାନେ ସମ୍ବନ୍ଧ ରଖିଲେ ମଧ୍ୟ ଓଜନ ବଢିବାର ଚାନ୍ସ ବହୁତ ଅଧିକ ଥାଏ । ଏହା ଛଡା ଆପଣ ସୁରକ୍ଷା ରହିବା ପାଇଁ ଗର୍ଭନିରୋଧକ ଔଷଧର ବି ବ୍ୟବହାର କରିଥାନ୍ତି । ଯାହା ଆପଣଙ୍କ ଶରୀରର ଓଜନ ବଢାଇବାରେ ସହାୟକ ହୋଇଥାଏ ।

ବାହାରର ଖାଦ୍ୟ ଖାଇବା

ନୂଆ ବିବାହ କରିଥିବା ଦମ୍ପତ୍ତିମାନେ ପ୍ରାୟତଃ ହୋଟେଲରେ ଖାଦ୍ୟ ଖାଇଥାନ୍ତି ଏବଂ ଅଧିକ କ୍ୟାଲୋରି ଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ସେମାନଙ୍କ ଓଜନ ଧୀରେ ଧୀରେ ବଢିବାରେ ଲାଗିଥାଏ ।

ବୟସ

କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ୨୮ରୁ ୩୦ ବର୍ଷ ମଧ୍ୟରେ ବିବାହ କରୁଛନ୍ତି । ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ୩୦ ବର୍ଷ ବୟସ ପରେ ଲୋକମାନଙ୍କ ଶରୀରରେ ମେଟାପଲିଜମ କମି ଯାଇ ଥାଏ । ଏଥିପାଇଁ ୩୦ ବର୍ଷ ପର ହେବା ପରେ ଆପଣମାନଙ୍କ ଶରୀରର ଓଜନ ଧୀରେ ଧୀରେ ବଢିବାରେ ମଧ୍ୟ ଲାଗିଥାଏ ।

ଗର୍ଭବତୀ ହେବା

ଗର୍ଭବତୀ ହେବା ବି ଓଜନ ବଢିବାର ମୁଖ୍ୟ କାରଣ ହୋଇଥାଏ । ଅଧିକାଂଶ ଦମ୍ପତ୍ତି ବିବାହର ୧ କିମ୍ବା ୨ ବର୍ଷ ପରେ ନିଜର ପରିବାର ଯୋଜନା କରିଥାନ୍ତି । ପିଲାମାନଙ୍କୁ ଜନ୍ମ ଦେବା ପରେ ଅଧିକାଂଶ ମହିଳାମାନଙ୍କ ଓଜନ ଧୀରେ ଧୀରେ ବଢିବାକୁ ଲାଗିଥାଏ । ଏହାକୁ ସେମାନେ କମ କରିବାକୁ ଚେଷ୍ଟା କରନ୍ତି ନାହିଁ । ଯାହା ଦ୍ଵାରା ସେମାନଙ୍କ ଓଜନ ବଢିଯାଏ । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ସେୟାର କରନ୍ତୁ ଓ ଏହିଭଳି ନୂଆ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *