ବାହାଘର ର ମାତ୍ର 9 ଦିନ ପରେ ହେଲା ସ୍ଵାମୀର ହତ୍ୟା, ଯାହା ଉପରେ ଥିଲା ସନ୍ଦେହ, ତା’ରି ବିପକ୍ଷରେ ଲଢି ମହିଳା ଜଣକ ବନିଗଲେ ବିଧାୟକ, ଜାଣନ୍ତୁ କିପରି ?

ବନ୍ଧୁଗଣ ଉତ୍ତର ପ୍ରଦେଶ ଦେଶର ସବୁଠାରୁ ବଡ ରାଜ୍ୟ ହେବା ସହ ସବୁଠାରୁ ବଡ ରାଜନୀତି ପ୍ରତିନିଧିତ୍ଵ ରଖିଥାଏ । ଏମିତି କୁହାଯାଏ ଯେ, ଦିଲ୍ଲୀର ରାସ୍ତା ଉତ୍ତର ପ୍ରଦେଶ ଦେଇ ଯିବାକୁ ପଡେ । ଏମିତିରେ ଆଉ କିଛି ଦିନରେ ଉତ୍ତର ପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ କେତେକ ପୁରୁଣା ରାଜନୈତିକ ଘଟଣା ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି କଥା ବିଷୟରେ କହିବାକୁ ଯାଉଛୁ ଯାହା ଉତ୍ତର ପ୍ରଦେଶ ରାଜନୀତି ସହ ଜଡିତ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଉତ୍ତର ପ୍ରଦେଶ ବହୁତ ଥର ଦେଶକୁ ପ୍ରଧାନ ମନ୍ତ୍ରୀ ଦେଇଛି ଓ ଏହି ରାଜ୍ୟ ଅ-ପ-ରା-ଧ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହେ । ଏମିତି କିଛି ଚର୍ଚିତ କା-ଣ୍ଡ ମଧ୍ୟରୁ ଥିଲା ପ୍ରୟାଗ ରାଜର ରାଜୁ ପାଲ ହ-ତ-ୟା-କା-ଣ୍ଡ । ଏହି ହ-ତ-ୟା-କା-ଣ୍ଡରେ ନାମ ଆସିଥିଲା ମୁଲାୟମ ସିଂହ ଯାଦବଙ୍କ ପୂର୍ବ ସହଯୋଗୀ ଅତିକ ଅହମ୍ମଦ ଓ ତାଙ୍କ ଭାଇର । ରାଜୁ ପାଲଙ୍କ ହ-ତ-ୟା-କା-ଣ୍ଡ ପରେ ତାଙ୍କର ବିଧବା ପତ୍ନୀଙ୍କୁ  ମାୟାବତୀ ଓ ଅଖିଳେଶ ଯାଦବ ନ୍ୟାୟ ପାଇଁ ଭରସା ଦେଇଥିଲେ ।

୨୫ ଜାନୁୟାରୀ ୨୦୦୫ ମସିହାରେ ତତ୍କାଳୀନ ବିଧାୟକ ରାଜୁ ପାଲଙ୍କୁ ଦିନ ସମୟରେ ଗୁ-ଳି ମ-ରା ଯାଇଥିଲା । ଏହି ହ-ତ-ୟା-କା-ଣ୍ଡ ପରେ ସେହି ସମୟଟି ବହୁତ ଶୋଚନୀୟ ହୋଇ ଯାଇଥିଲା । ରାଜୁ ପାଲ ଇଲାହବାଦ ସିଟରେ ବିଧାୟକ ଥିଲେ । ରାଜୁ ପାଲଙ୍କ ହ-ତ-ୟା-କା-ଣ୍ଡ ପରେ ତାଙ୍କର ରାଜନୈତିକ ପଦବୀ ତାଙ୍କ ବିଧବା ପତ୍ନୀ ପୂଜା ପାଲ ସମ୍ଭାଳି ଥିଲେ । ମାୟବତୀ ନିଜେ ପ୍ରୟୋଗରାଜ ପହଞ୍ଚି ଥିଲେ ଓ ପୂଜା ପାଲଙ୍କୁ ବଶପାରୁ ବିଧାନ ସଭାର ଟିକେଟ ଦେଇଥିଲେ । ପୂଜା ପାଲ ଦୁଇଥର ବଶପାର ବିଧାୟକ ରହିଥିଲେ ।

ଏହା ପରେ ୨୦୧୭ରେ ପୂଜା ବଶପାରୁ ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ । ଅଖିଳେଶ ଯାଦବ ମଧ୍ୟ ତାଙ୍କୁ ଭରସା ଦେଇଥିଲେ ଓ ୨୦୧୯ ମସିହାରେ ପୂଜାକୁ ଲୋକସଭାର ଟିକେଟ ଦେଇଥିଲେ । ପୂଜା ପାଲ ଏକ ଗରିବ ପରିବାରରୁ ଆସିଥିଲେ । ତାଙ୍କ ବାପାଙ୍କର ଏକ ଗ୍ୟାରେଜ ଦୋକାନ ଥିଲା । ପୂଜା ଗୋଟେ ସମୟରେ ଅନ୍ୟ ମାନଙ୍କ ଘରେ ଚାକରାଣୀ ଭାବରେ କମ କରି ବଞ୍ଚୁ ଥିଲେ । ଥରେ ଏକ ହସ୍ପିଟାଲରେ ସେ ରାଜୁ ପଲଙ୍କ ସହ ସାକ୍ଷାତ କରିଥିଲେ । ଦୁଇଜଣ ପରସ୍ପର ସହ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ବିଧାୟକ ହେବା ପରେ ରାଜୁ ପାଲ ପୂଜାଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହ ୧୬ ଜାନୁୟାରୀ ୨୦୦୫ ମସିହାରେ ହୋଇଥିଲା ଓ ୯ ଦିନ ପରେ ୨୫ ଜାନୁୟାରୀ ୨୦୦୫ ମସିହାରେ ରାଜୁ ପାଲଙ୍କୁ ହ-ତ-ୟା କରଯାଇଥିଲା । ସ୍ଵାମୀଙ୍କ ମୃ-ତ୍ୟୁ ପରେ ପୂଜା ଏମିତି ଭାବରେ ନିଜ ରାଜନୈତିକ କାରିୟର କରିଲେ ଯାହାଫଳରେ ଅତିକ ଅହମ୍ମଦଙ୍କ ସାମ୍ରାଜ୍ୟ ର ପତନ ହୋଇଗଲା ।

Leave a Reply

Your email address will not be published. Required fields are marked *