ବାହା ହେବା କଥା ଶୁଣି ରାଗରେ ନିଆଁବାଣ ହେଇଗଲେ ଦିନେଶ, କରିଲେ ଏମିତି କାଣ୍ଡ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ବ୍ରହ୍ମପୁର ସହର ର ଚର୍ଚ୍ଚାର ଯୋଡ଼ି ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀ ସମ୍ପର୍କରେ ନିଶ୍ଚିତ ଭାବରେ ଅବଗତ ଥିବେ । ତେବେ ଉଭୟଙ୍କ ମଧ୍ୟରେ ୨ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଇତି ମଧ୍ୟରେ ଦୀପିକା ଗର୍ଭବତୀ ହୋଇଯିବାରୁ ଦିନେଶ ବିବାହ କରିବାକୁ ଅରାଜି ହୋଇଥିଲେ ।

ବଳାତ୍କାର ଅଭିଯୋଗ ନେଇ ଦୀପିକା ୨୦୨୦ ମସିହାରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାରି ମଧ୍ୟରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଦିନେଶ ଜାମିନରେ ମୁକୁଳିଥିଲେ । କିନ୍ତୁ ଦୀପିକାଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚାହିଁନଥିଲେ । ଏହା ଜାଣିବା ପରେ ଦୀପିକା ସ୍ତ୍ରୀର ସ୍ୱୀକୃତି ପାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଡିଏନଏ ଟେଷ୍ଟ କରା କରାଯାଇଥିଲା ଏବଂ ରିପୋର୍ଟ ରେ ଏହା ସାବ୍ୟସ୍ତ ହୋଇଥିଲା ଯେ, ଦୀପିକା ଙ୍କ କୋଳ ରେ ଥିବା ସେହି କୁନି ପୁଅ ଟି ଦିନେଶ ଙ୍କ ର ବୋଲି । ଯଦିଓ ଦୀପିକା ବର୍ତ୍ତମାନ ଦିନେଶ ଙ୍କ ଘର ଦ୍ୱାର ସାମ୍ନା ରେ ବସି ନିଜର ଅଧିକାର ପାଇଁ ଦାବି କରୁଛନ୍ତି କିନ୍ତୁ ତାଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରେ ନ୍ୟାୟ ମିଳିପାରି ନାହିଁ ।

ତେବେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓ ରୁ ଦେଖି ଯାହା ଲାଗୁଛି ଯେ, ଦୀପିକା ଯେତେବେଳେ ଦିନେଶ ଙ୍କୁ ବିବାହ ର ପ୍ରସ୍ତାବ ଦେଉଛନ୍ତି ସେତେବେଳେ ଦିନେଶ କିଭଳି ତାଙ୍କୁ ହଇରାଣ କରୁଛନ୍ତି । ଭିଡିଓ ରେ ଦେଖିବାକୁ ମିଳିଛି ଯେ, ଯେତେବେଳେ ଦୀପିକା ଦିନେଶ ଙ୍କୁ ବିବାହ କରିବା ପାଇଁ ଅନୁରୋଧ କରିଛନ୍ତି ସେତେବେଳେ ଦିନେଶ ତାଙ୍କ ଆକ୍ବାରିୟମ ର ଚାବି କୁ ଖୋଲି ଦେଇଛନ୍ତି ।

ଯାହା ଦ୍ୱାରା ଦୀପିକା ବସିଥିବା ସ୍ଥାନରେ ପାଣି ଭର୍ତ୍ତି ହୋଇ ଯାଉଛି । ଏହାପରେ ସେ ଆକ୍ବାରୀୟମ ରେ ଥିବା ମାଛ କୁ ମଧ୍ୟ ଛାଡ଼ି ଦେଉଛନ୍ତି । ଯାହାଦ୍ୱାରା ବାଧ୍ୟ ହୋଇ ଦୀପିକା ଉକ୍ତ ସ୍ଥାନ ରୁ ଉଠି ଯାଉଛନ୍ତି । ସେ ଉଠିଯିବା ପରେ ଦିନେଶ ପୁଣି ମାଛ କୁ ନେଇ ଆକ୍ବାରୀୟମ ଭିତରେ ଛାଡି ଦେଉଛନ୍ତି । ତେବେ ଏହିପରି ଭାବରେ ଭିଡିଓ ରେ ଦେଖିବାକୁ ମିଳୁଛି ଯେ, ଦିନେଶ କିପରି ଭାବରେ ଦୀପିକା ଙ୍କୁ ହଇରାଣ କରୁଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *