ବାହାଘରକୁ ଯାଇ ଶବ ହୋଇ ଫେରିଲେ ଓଡିଆ ବୀର ଯବାନ, ବାହୁନି କାନ୍ଦୁଛି 8 ମାସର ଗର୍ଭବତୀ ପତ୍ନୀ, ଏମିତି କଣ ଘଟିଲା ଯବାନଙ୍କ ସହ…ଦେଖନ୍ତୁ ଏହି ହୃଦୟ ବିଦାରକ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଦାଣ୍ଡ ଦୁଆରେ ଚିର ନିଦ୍ରାରେ ଶୋଇଛନ୍ତି ଗାଁର ସାହାସୀ ପିଲା । ଭାଇ ଭଉଣୀ, ବାପା ମା, ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥିଙ୍କ କାଣ୍ଡରେ ଫାଟି ପଡୁଛି ଗାଁ ଦାଣ୍ଡ । ସ୍ଵାମୀର ଶବ ପାଖରେ ମୁଣ୍ଡ ବାଡେଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ ।  ଆଉ ବୀର ବାପାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ ।

ଏ ଦୃଶ୍ୟ ଏତେ ହୃଦୟ ବିଦାରକ ଯେ ଏହାକୁ ଭାଷାରେ ବର୍ଣ୍ଣନା କରିବା ଆମ ପାଇଁ କଷ୍ଟକର । କାରଣ ୮ ମାସର ଗର୍ଭବତୀ ମହିଳାର ସ୍ଵାମୀ ଛାଡି ଚାଲିଯିବା କେତେ ଯେ କଷ୍ଟକର ତାହା ଆପଣ ମାନେ ବୁଝି ପାରୁଥିବେ ନିଶ୍ଚୟ । ଆଉ ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ କେତେ ମର୍ମାହତ ତାହା ଆପଣ ମାନଙ୍କ ଆଖି ସାମ୍ନାରେ । 

ମୃତ ଯବାନ ଚନ୍ଦ୍ରକାନ୍ତଙ୍କ ବାପା କେବଳ ଗୋଟିଏ କଥା କହୁଛନ୍ତି ପୁଅକୁ ଯିଏ ମାରିଛି ତାକୁ ଦଣ୍ଡ ଦିଆଯାଉ । କେବଳ ବାପା ନୁହେଁ ମା ବି ରାହା ଛାଡି କାନ୍ଦୁଛି । ଭାଇକୁ ହରାଇ ଭଉଣୀ ବି କାନ୍ଦୁଛି । ଯାହାର ବାହାଘରକୁ ଚନ୍ଦ୍ରକାନ୍ତ ଆସିଥିଲେ ସେ କିଛି କହିବା ପରିସ୍ଥିତିରେ ନାହିଁ । କେବଳ ଗୋଟିଏ କଥା ବାରମ୍ବାର କହୁଛି ମୋ ଭାଇକୁ କିଏ ମାରିଛି । 

ଭଉଣୀକୁ ବାହା କରେଇବା ପାଇଁ ଆସିଥିଲେ ଚନ୍ଦ୍ରକାନ୍ତ । ବାହା କରେଇବା ପରେ ସେ ନିଜ ଚାକିରି କ୍ଷେତ୍ରକୁ ଫେରୁଥିଲେ ହେଲେ ରାସ୍ତା କିଏ ତାଙ୍କୁ ଗୁଳି କରି ମାରିଦେଇଛନ୍ତି । ବନ୍ଧୁଗଣ ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ ସାହି ଥାନା ଥାନୁଆ ଗାଁର । ଗାଁର ପୁଅ ଛୁଟି କାଟିବା ପରେ ସେନାରେ ଯୋଗ ଦେବାକୁ ଯାଉଥିଲେ ହେଲେ ମୃତ୍ୟୁ ଯେପରି ତାଙ୍କୁ ଅନେଇ ରହିଥିଲା ।

ବନ୍ଧୁଗଣ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ଜାଣିବା ପରେ ସାରା ଗାଁ ଲୋକ ମର୍ମାହତ ଅଛନ୍ତି । ବନ୍ଧୁଗଣ ଗୋଟେ କଥା ବହୁତ ଦୁଃଖ ଲାଗୁଛି ଯେ, ଯେଉଁ ଯବାନ ଆମ ଦେଶର ସୁରକ୍ଷା ଓ ଆମ ମାନଙ୍କ ସୁରକ୍ଷା ପାଇଁ ବର୍ଡର ଉପରେ ରାତି ଦିନ ଛିଡା ହେଉଛନ୍ତି ସେମାନଙ୍କୁ ଏଭଳି ଗୁଳି କରି ମାରା ଯାଉଛି । ଏହା ଠାରୁ ବଡ ଦୁଃଖର କଥା ଆଉ କଣ ହେଇପାରିବ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *