‘ବାଘ ଭଳିଆ ଭାଇ ମୋର ଚାଲିଗଲା, ଆଉ କେବେ ବି ଫେରିବନି, କଥା କହିଲେ ଯିଏ ଆପାର୍ଟମେଣ୍ଟ କମ୍ପୁଥିଲା ଆଜି ସେ ନୀରବ ହୋଇ…’

ନମସ୍କାର ବନ୍ଧୁଗଣ, ସମସ୍ତଙ୍କୁ ଶୋକର ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ତାଙ୍କୁ ହରାଇ ତାଙ୍କ ଭଉଣୀ ଛାତି ଫଟାଇ କାନ୍ଦୁଛନ୍ତି । ନିଜ ଭାଇକୁ ଆଉ ଦେଖିପାରିବିନି କହି ଆଖିରୁ ଝରି ଯାଉଛି ଧାର ଧାର ଲୁହ । ବାଘ ଭଳିଆ ଭାଇକୁ ହରାଇଥିବାର କଥା କହିଛନ୍ତି ତାଙ୍କ ଭଉଣୀ । ଭଗବାନ ଏତେ ବଡ ଦୁଃଖ କାହିଁକି ଦେଲେ କାନ୍ଦି କାନ୍ଦି କୋହଭରା କଣ୍ଠରେ ଏଭଳି ପ୍ରଶ୍ନ କରୁଛନ୍ତି ଭଉଣୀ ଜଣଙ୍କ ଭଗବାନଙ୍କୁ । ତେବେ କଣ ରହିଛି ଏହା ସହିତ ଜଡିତ ଥିବା ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ବାଘ ଭଳିଆ ଭାଇ ପଳାଇଲା ତାଙ୍କ ଯିବାପରେ ପୁରା ଆପାର୍ଟ ମେଣ୍ଟ ଶୂନ୍ୟ ହୋଇଯାଇଛି । ଭାଇକୁ ଦେଖି ଭଉଣୀ ମନରେ ଯେଉଁ ଖୁସି ଆସେ ସେ ଖୁସି ଆଉ କାଲିଠୁ ତାଙ୍କ ମନରେ ନାହିଁ ଏବଂ ସବୁଦିନ ପାଇଁ ଚାଲିଗଲା ଏହି ଖୁସି । କଥା କହିଲେ ଚାରିଦିଗ କମ୍ପେ ସେଭଳିଆ ଡାକ ସେଭଳିଆ କଥା ଆଉ ଜୀବନ ସାରା ମିଳିବନି ଶୁଣିବା ପାଇଁ ଏହସବୁ କହି ତାଙ୍କ ଭଉଣୀ ଧର୍ଯ୍ୟହରା ହୋଇପଡୁଛନ୍ତି ।

ମୋ ଭାଇ ଆଉ ଫେରିବନି ମୁଁ ଆଉ ଦେଖିପାରିବିନି ଏମିତି ସବୁ କହି କାନ୍ଦୁଛନ୍ତି ତାଙ୍କ ଭଉଣୀ । ଏହା ମଧ୍ୟ କହିଛନ୍ତି ବହୁତ କଷ୍ଟ ଲାଗୁଛି ଭଗବାନ ଏତେ ବଡ ଦୁଃଖ ମତେ କାହିଁକି ଦେଲେ । ଭଗବାନ ଆମ ଭଉଣୀ ସମ୍ପର୍କକୁ ଅଲଗା କରିଦେଲେ । ଏତେ ବର୍ଷ ଭିତରେ ଆମ ଭାଇ ଭଉଣୀ ଭିତରେ କେବେ କିଛି ହୋଇନଥିଲା ହେଲେ ଆଜି ସବୁଦିନ ପାଇଁ ଏକ ବଡ ଘଟଣା ଘଟିଗଲା ।

ଭଗବାନଙ୍କୁ ବହୁତ ଡାକିଛନ୍ତି ମୋ ଭାଇକୁ ଭଲ କରିଦିଅ ବୋଲି ହେଲେ ଭଗବାନ ଟିକିଏ ବି ଶୁଣିଲେନି ମୋ କଥା ଏଭଳି କିଛି କହି କାନ୍ଦୁଛନ୍ତି ତାଙ୍କ  ଭଉଣୀ ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବ ନାହିଁ । ସବୁବେଳେ ତାଙ୍କୁ ପିଣ୍ଟୁ ନନ୍ଦ କହୁଥିଲେ ମତେ ଆଉ ଭଲ ଲାଗୁନି ମୁ ଆଉ ବଞ୍ଚିବିନି ଆଉ ଶେଷରେ ସେଇଆ ହୋଇଗଲା ।

ଭଉଣୀ ଘରେ ଯାଇ ଡିସେମ୍ବର ମାସରେ ସାତ ଦିନ ରହିକି ଆସିଥିଲେ । ତା ପରେ କିମ୍ସ ରୁ ଦିଲ୍ଲୀ ଆଉ ହାଇଦ୍ରାବାଦ ଆଉ ଶେଷରେ ଆଜି ଏହି ଘଟଣା ଘଟିଗଲା । ଭାଇକୁ ହରାଇ ଭାଙ୍ଗି ଯାଇଥିବା ଭଉଣୀଙ୍କୁ ଭଗବାନ ଧର୍ଯ୍ୟ ଦିଅନ୍ତୁ ଏବଂ ପିଣ୍ଟୁ ନନ୍ଦଙ୍କ ଆତ୍ମାଙ୍କୁ ଶାନ୍ତି ମିଳୁ ବାସ ଏତିକି ପ୍ରାଥନା ।

Leave a Reply

Your email address will not be published. Required fields are marked *