Aadhaar Update: ଶିଶୁ ଆଧାର କାର୍ଡ ପ୍ରସ୍ତୁତିକୁ ନେଇ UIDAI ଆଣିଲା ନୂଆ ନିୟମ, ଜାଣନ୍ତୁ କଣ ହୋଇଛି ପରିବର୍ତ୍ତନ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ଆଧାର କାର୍ଡକୁ ନେଇ ଆସିଛି ନୂଆ ଖବର । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଧାର କାର୍ଡକୁ ନେଇ ଆସିଥିବା ନୂଆ ଖବର ଅନୁସାରେ ଆଧାର କାର୍ଡ ପ୍ରସ୍ତୁତି ନିୟମରେ ପରିବର୍ତ୍ତନ ହୋଇଛି । ଏଥି ଯୋଗୁଁ ସମସ୍ତଙ୍କ ଉପରେ ପ୍ରଭାବ ପଡିବ । ଧନୀ ହୁଅନ୍ତୁ ବା ଗରିବ ସମସ୍ତେ ଏହା ଦ୍ଵାରା ପ୍ରଭାବିତ ହେବେ ।

ଆଧାର ପ୍ରସ୍ତୁତି ପ୍ରକ୍ରିୟାରେ ପରିବର୍ତ୍ତନ କରିଛି ଭାରତୀୟ ବିଶିଷ୍ଟ ପରିଚୟ ପାଧିକରଣ ବା ୟୁଆଇଡିଏଆଇ । ନୂଆ ନିୟମ ଅନୁସାରେ ପାଞ୍ଚ ବର୍ଷରୁ କମ ପିଲାଙ୍କ ପାଇଁ ଆଉ କୌଣସି ବାୟୋମେଟ୍ରିକ ଡିଟେଲର ଆବଶ୍ୟକତା ନାହିଁ । ଶିଶୁକୁ ପାଞ୍ଚ ବର୍ଷ ବୟସ ହେଲେ ବାୟୋମେଟ୍ରିକ ଅପଡେଟ ବାଧ୍ୟତା ମୂଳକ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏଣିକି ଶିଶୁ ଆଧାର ପ୍ରସ୍ତୁତି ପାଇଁ ଅଭିଭାବକ ମାନଙ୍କର ପାସ୍ ପୋର୍ଟ, ପ୍ୟାନ କାର୍ଡ, ଭୋଟର ଆଇଡି ଓ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସାମିଲ କରାଯାଇଛି । ସେହି ଭଳି ଠିକଣା ପ୍ରମାଣ ପତ୍ର ପାଇଁ ପାସ୍ ବୁକ, ପୋଷ୍ଟ ଅଫିସ ଆକାଉଣ୍ଟ ଷ୍ଟେଟମେଣ୍ଟ ଓ ରାସନ କାର୍ଡ ଦେବାକୁ କୁହାଯାଇଛି । ଯଦି ଆପଣ ଶିଶୁ ଆଧାର କାର୍ଡ ପ୍ରସ୍ତୁତ କରିବାକୁ ଚାହୁଁ ଥାନ୍ତି ତେବେ ପ୍ରଥମେ ୟୁଆଇଡିଏଆଇ ୱେବ ସାଇଡକୁ ଯାନ୍ତୁ ।


ଏଠାରେ ଆଧାର କାର୍ଡ ରେଜିଷ୍ଟ୍ରେସନର ବିକଳ୍ପ ଚୟନ କରନ୍ତୁ । ଏଥିରେ ଜରୁରୀ ଡିଟେଲ୍ସ ତଥା ପିଲାଙ୍କ ନାଁ ଓ ଅନ୍ୟ ବାୟୋମେଟ୍ରିକ ସୂଚନା ଦିଅନ୍ତୁ । ପରେ ବାସ ସ୍ଥାନ ଠିକଣା, ଅଞ୍ଚଳ ଓ ରାଜ୍ୟ ଭଳି ଡିଟେଲ ଦେଇ ସବମିଟ କରନ୍ତୁ ।  ଆଧାର କାର୍ଡ ପାଇଁ ରେଜିଷ୍ଟ୍ରେସନ ନିର୍ଧାରିତ କରିବା ପାଇଁ ଆପେଣ୍ଟମେଣ୍ଟ ବିକଳ୍ପ ଉପରେ କ୍ଲିକ କରନ୍ତୁ । ନିକଟସ୍ଥ ଏନ୍ରୋଲମେଣ୍ଟ ବିକଳ୍ପ ଚୟନ କରି ନିଜ ଆପେଣ୍ଟମେଣ୍ଟ ନିର୍ଦ୍ଧାରିତ କରନ୍ତୁ ଏବଂ ଠିକ ତାରିଖରେ ସେଠାକୁ ଯାନ୍ତୁ ।


ଏନ୍ରୋଲମେଣ୍ଟ ସେଣ୍ଟରରେ ପରିଚୟ ପ୍ରମାଣ, ଠିକଣା ପ୍ରମାଣ, ସମ୍ପର୍କ ପ୍ରମାଣ ଓ ଜନ ସମ୍ପର୍କ ଭଳି ଜରୁରୀ ଡକ୍ୟୁମେଣ୍ଟ ସାଙ୍ଗରେ ନେଇ ଯାନ୍ତୁ । ଆଧାର କେନ୍ଦ୍ରରେ ଉପଛେଦ ଥିବା ଅଧିକାରୀଙ୍କ ପାଖରେ ସମସ୍ତ ଡକ୍ୟୁମେଣ୍ଟର ଯାଞ୍ଚ କରାନ୍ତୁ । ଯଦି ଆପଣଙ୍କ ପିଲା ପାଞ୍ଚ ବର୍ଷରୁ ଅଧିକ ତା ହେଲେ ବାୟୋମେଟ୍ରିକ ଡାଟା ନିଆଯିବ କିନ୍ତୁ ପାଞ୍ଚ ବର୍ଷକୁ କମ ବର୍ଷ ପିଲା ମାନଙ୍କର ବାୟୋମେଟ୍ରିକ ଡାଟାର କୌଣସି ଆବଶ୍ୟକତା ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *