ବଦଳିବ ଖରା ଛୁଟି ? ଦେଖନ୍ତୁ ଏ ନେଇ କଣ କହିଲେ ଶିକ୍ଷାମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବଦଳିବ କି ଖରା ଛୁଟି ନିଷ୍ପତ୍ତି ? ବଢ଼ିବ କି ୧୧ ଦିନିଆ ଖରା ଛୁଟିର ଅବଧି? ଜୁନ୍‌ ବଦଳରେ ମେ’ ମାସରୁ ମିଳିବ କି ସ୍କୁଲ ଯିବାରୁ ନିସ୍ତାର । ଘରକୁ ଫେରିବା ବେଳେ ଅସହ୍ୟ ଖରା କୋପରେ ଛାତ୍ରଛାତ୍ରୀ କଳବଲ ହେଉଥିବା ବେଳେ ଏପରି ପ୍ରଶ୍ନ ଅଭିଭାବକଙ୍କ ମନକୁ ଆନ୍ଦୋଳିତ କରୁଛି ।   ଖରା ଛୁଟି ଅବଧି ବଢ଼ାଇବା ନିମନ୍ତେ ବିଭିନ୍ନ ଅଭିଭାବକ ମହଲ ପକ୍ଷରୁ ଦାବି ହେଉଥିବା ବେଳେ ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ତେବେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ ନିକଟକୁ ଆସୁଛି ।  ହେଲେ ଏନେଇ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ପରିସ୍ଥିତି ସେପରି କିଛି ଉପୁଜେ, ତା ହେଲେ ଗଣଶିକ୍ଷା ବିଭାଗ ସେନେଇ ବିଚାର କରିବ । ତେବେ ସେ କହିଛନ୍ତି, ଉଚ୍ଚ ଶିକ୍ଷା ବିଭାଗ  ଜୁନ୍‌୧ରୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିବା ବେଳେ ଗଣଶିକ୍ଷା ବିଭାଗର ଛୁଟି ଜୁନ୍‌ ୬ରୁ ଆରମ୍ଭ ହୋଇ ୧୬ ଯାଏ ଲାଗୁ ହେବ ।

ହେଲେ ମେ’ ଆରମ୍ଭରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ । ଏବେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ପିଲାମାନେ ଘରକୁ ଫେରିବା ପରେ ଅସହ୍ୟ ଖରାରା ଛଟପଟ ହେଉଛନ୍ତି । ଏହାକୁ ନଜରରେ ରଖି ମେ’ ଆରମ୍ଭରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହାଦ୍ୱାରା  ଖରାର କୋପ ବଢ଼ିବା ଆଗରୁ ପିଲା ଘରେ ପହଞ୍ଚିଯିବେ ।

ଏହାସତ୍ତ୍ୱେ କିଛି ଅପ୍ରୀତିକର ପରିସ୍ଥିତି କିଛି ଉପୁଜିଲେ ନିଷ୍ପତ୍ତି ବଦଳା ଯାଇପାରେ । ବର୍ତ୍ତମାନ ଯାଏ କିଛି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ  ସ୍କୁଲ ଚାଲୁ ରହିବ ବୋଲି ସେ କହିଛନ୍ତି ।
ତେବେ ସୂଚନାଯୋଗ୍ୟ,  ପ୍ରତିବର୍ଷ ଖରା ଛୁଟି ୫୦ ଦିନ ପର୍ଯ୍ୟନ୍ତ ହୋଇଥାଏ । ହେଲେ ଗତ ୨ ବର୍ଷ ହେବ କରୋନା ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି । ତେଣୁ ଚଳିତ ବର୍ଷ ଖରା ଛୁଟିକୁ ୫୦ ଦିନ ବଦଳରେ ୧୧ଦିନରେ ସୀମିତ ରଖାଯାଇଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଭିଭାବକ ।

ଏହାବାଦ  ଦଶମ, ଦ୍ୱାଦଶ ପରୀକ୍ଷା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ କରୋନାର ପ୍ରଭାବ ସେଭଳି ନ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି ବୋଲି ସେ କହିଛନ୍ତି । ଏହି ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତିକା ମିଳିବ । ଏଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ ।

ତେବେ ମେ’ରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ । ଦୁଇ ବର୍ଷର ପିଲାଙ୍କ ପାଠପଢା କ୍ଷତି ଭରଣା କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ଏହା କେବଳ ଖରା ଛୁଟି ସମୟରେ ହେବାକୁ ଥିବା କ୍ଲାସରେ କେବଳ ପଢ଼ାଯିବନି, ପୁରା ସେସନରେ ଏହି ପାଠ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *