ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୬ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।
ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ଋଷ-ୟୁକ୍ରେନ ଯୁଦ୍ଧରେ ଅନେକ ଧନ ଜୀବନ ନଷ୍ଟ ହେଲାଣି ହେଲେ ବି ଏହି ଯୁଦ୍ଧ ଥମି ବାର ନାଁ ନେଉଆ ନାହିଁ । ହେଲେ ଋଷ ଯାହା ଭାବିଥିଲା ସେଥିରେ ସେ ସଫଳ ହୋଇନାହିଁ । ଋଷ ଭାବିଥିଲା ଅତି ସହଜରେ ସେ ୟୁକ୍ରେନ ଉପରେ କବଜା କରିଦେବ ହେଲେ ଏ ପର୍ଯ୍ୟନ୍ତ ସେ କବଜା କରିପାରିଲା ନାହିଁ । ୟୁକ୍ରେନ ସେନା ସହ ଲଢେଇ କରି କରି ଥକି ପଡିଲେଣି ଋଷ ସେନା ।
ଏବେ ଯୁଦ୍ଧ ନୁହେଁ ଘରକୁ ଫେରିବା ପାଇଁ ଚାହୁଁ ଛନ୍ତି ଯବାନ । ଏଥିପାଇଁ ନିଜକୁ ସେମାନେ ଗୁଳି କରିବାକୁ ବି ପଛାଉ ନାହାନ୍ତି । ଇଣ୍ଟୋର ସେପଟେଡ ଋଷି ଫୋନ କଲ୍ ରୁ ଜଣା ପଡିଛି ଯେ, ଋଷି ସୈନିକ ଏବେ ୟୁକ୍ରେନ ସୈନ୍ୟଙ୍କ ଗୋଳା ବାରୁଦ ଖୋଜିବାରେ ଲାଗିଛନ୍ତି । ନିଜକୁ ନିଜେ ଆହାତ କରି ଘରକୁ ଯିବାର ବାଟ ଖୋଜୁ ଛନ୍ତି ଋଷି ସୈନିକ ।
ଯୁଦ୍ଧରେ ୟୁକ୍ରେନ ସେନାଙ୍କ ଗୁଳିରେ ଆହାତ ହୋଇଥିବା ଦର୍ଶାଇ ନିଜ ଘରକୁ ଯିବାକୁ ଚାହୁଁଛନ୍ତି । ଜଣେ ଯବାନ ନିଜ ମାଙ୍କୁ ଫୋନ କରି ଏପରି କିଛି କହିଛନ୍ତି ଯାହା ଏବେ ସାମ୍ନାକୁ ଆସିଛି । ଫୋନରେ ଏହି ଯବାନ ଜଣକ କହିଛନ୍ତି, ଅନେକ ଯବାନ ଏପରି ଆଗରୁ କରିସାରିଛନ୍ତି । ୟୁକ୍ରେନ ସେନାଙ୍କ ବନ୍ଧୁକକୁ ଧରି ପରସ୍ପରକୁ ଗୁଳି ମାରି ଚିକିତ୍ସା ପାଇଁ ଯୁଦ୍ଧ କ୍ଷେତ୍ରରୁ ମେଡିକାଲ ଯାଇଛନ୍ତି । ୧୨୦ ଜଣ ଯବାନ ଏପରି କରିସାରିଛନ୍ତି ।
୩୫୦ରୁ ଅଧିକ ସୈନିକ ତାବୁତରୁ ଋଷ ଫେରି ଯାଇଛନ୍ତି । ଅନ୍ୟ ପକ୍ଷରେ ଏହି ଯୁଦ୍ଧରେ ଯେଉଁ ଯବାନ ମାନେ ସାମିଲ ହେବାକୁ ମନା କରୁଛନ୍ତି ସେମାନଙ୍କୁ ୮ ବର୍ଷ ଜେଲ ଦଣ୍ଡ ଦିଆଯାଉଛି । ପୁଟିନ ନିଜର ଏକ ସ୍ଵତନ୍ତ୍ର ଡେଥ ସ୍କ୍ବାର୍ଡ ପ୍ରସ୍ତୁତ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।