“ଭାଇ କୁଆଡେ ଯାଇଛି ? କଣ ପାଇଁ ଆସୁନି ?” ବଡ ଭାଇ Jyoti Prakash କୁ ଝୁରି କାନ୍ଦୁଛି ସାନ ଭାଇ, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରେ ବି ଲୁହ ରହିବନି

ବନ୍ଧୁଗଣ, ନିକଟରେ ଭୁବନେଶ୍ଵରର ବରମୁଣ୍ଡା ଅଞ୍ଚଳରେ ଏକ ୧୫ ବର୍ଷ ର ବାଳକ ର ବିୟୋଗ ଘଟିଛି । ଏହି ବିୟୋଗରେ ତାଙ୍କ ପରିବାର ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଅଛି । ବର୍ଷାରେ ପିଲା ଟିଉସନ ନିମନ୍ତେ ସବୁଦିନ ଭଳି ଘରୁ ବାହାରି ଯାଇଥିଲା । ଟିଉସନ ଯିବା ରାସ୍ତାରେ ନାଳ ଏବଂ ରାସ୍ତା ର ପଣି ଏଭଳି ଭାବରେ ଥିଲା ଯେ ନାଳ କେଉଁଟା ତଥା ରାସ୍ତା ଯେଉଁଟା ଜଣା ଯାଉନଥିଲା ।

ଜ୍ୟୋତି ନିଜ ସାଇକେଲ ଉପରେ ବସି ଯାଉଥିବା ସମୟରେ ହଟାତ ସାଇକେଲ ଟି ନାଳ ମଧ୍ୟକୁ ଖସି ଯାଇଥିଲା । ନାଳ ଟି ବହୁତ ଗଭୀର ହୋଇଥିବାରୁ ଏବଂ ବର୍ଷାରେ ପାଣି ର ସ୍ରୋତ ଲାଗିଥିବାରୁ ଜ୍ୟୋତି ନାଳରେ ଭାସିଗଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଏହି ଦୃଶ୍ୟକୁ ଦେଖି ଜ୍ୟୋତି କୁ ବଞ୍ଚାଇବା ନିମନ୍ତେ ଚେଷ୍ଟା କରିଥିଲେ, ମାତ୍ର ଜଳର ସୁଅ ଏଭଳି ଭାବରେ ଥିଲା ଯେ ଜ୍ୟୋତି ନିଜକୁ ବଞ୍ଚାଇ ପାରିଲେ ନାହିଁ ।

ଖବର ପାଇ ରେସକ୍ୟୁ ଟିମ ଆସି ପ୍ରାଏ ୧୮ ଘଣ୍ଟା ପରେ ଜ୍ୟୋତିଙ୍କ ଶରୀର ଉଦ୍ଧାର କରିଲେ । ତାଙ୍କ ଘରେ ଜ୍ୟୋତିଙ୍କ ମା’ ବହୁତ ଭା-ଙ୍ଗି ପଡିଛନ୍ତି । ତାଙ୍କର ହୋସ ବର୍ତ୍ତମାନ ରାହୁନାହିଁ । ଘରର ବଡ ପୁଅ ଥିଲେ ଜ୍ୟୋତି । ମାତ୍ର ୧୫ ବର୍ଷ ବୟସରେ ବିଧାତା ତାଙ୍କୁ ନିଜ ପାଖକୁ ଡାକି ନେଇଗଲେ । ଜ୍ୟୋତିଙ୍କ ସାନ ଭାଇ କିଛି ନ ବୁଝିପାରି ପଚାରୁଛି ତାଙ୍କ ମା’ ଙ୍କୁ ଯେ ମାମା ଭାଇ କାହିଁ ? ଭାଇ କଣ ପାଇଁ ଟିଉସନ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ ?

ଜ୍ୟୋତିଙ୍କ ମା ଏହି କଥା କୁ କହିଲା ସମୟରେ ଭା-ଙ୍ଗି ଯାଉଛନ୍ତି । ଏହି ଦୃଶ୍ୟ ସତରେ ଦେଖିବାକୁ ବହୁତ ମର୍ମାହତ । ମାତ୍ର ୧୫ ବର୍ଷ ରେ କିଏ ଜାଣିଥିଲା ଏଭଳି ଘଟଣା ଘଟିଯିବ । ପାଠ ପଢିବାକୁ ଯାଇଥିବା ପୁଅ ଆଉ ତାର ମା କୋଳକୁ ଫେରିବ ନାହିଁ । ଜ୍ୟୋତି ପ୍ରକାଶ ଙ୍କ ବିଦ୍ୟାଳୟରେ ମଧ୍ୟ ଶୋକର ଛାୟା ଖେଳି ଯାଇଅଛି । ଶିକ୍ଷକ ମାନେ ଜ୍ୟୋତିଙ୍କୁ ବହୁତ ଭଲ ଛାତ୍ର ର ସମ୍ବୋଧନା ଦେଇ ଦୁଖ ପ୍ରକାଶ କରିଛନ୍ତି ।

ମାତ୍ର ବିଧିର ବିଧାନ କେ କରିବ ଆନ । ଜନ୍ମ ମୃ-ତ୍ୟୁ ଇଶ୍ଵର ଙ୍କ ହାତରେ, ମାତ୍ର ଏହି ଘଟଣା କୁ ଚିନ୍ତା କରିଲେ ହୃଦୟ ଫା-ଟି ପଡୁଅଛି । ବନ୍ଧୁଗଣ ଏହି ମର୍ମାହତ ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *