1 ରୁ 6 ମଧ୍ୟରେ ବାଛନ୍ତୁ ନିଜର ଲକି ନମ୍ବର, ଜାଣନ୍ତୁ ନିଜର କିଛି ଖାସ କଥା

ବନ୍ଧୁଗଣ ଆମେ ଆମ ଜୀବନରେ କିପରି ରହୁଛୁ ଓ କେଉଁ ପରି ଲୋକ ମାନଙ୍କ ସହ ରହିବାକୁ ଆମେ ପସନ୍ଦ କରିଥାଉ, ଏହି ସବୁ କଥା ଆମର ଚିନ୍ତାଧାରା ଓ ସ୍ଵଭାବ ଉପରେ ନିର୍ଭର କରିଥାଏ । ପ୍ରତ୍ୟକ କଥାର କିଛି ନା କିଛି ମହତ୍ଵ ନିଶ୍ଚୟ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ୬ ଗୋଟି ନମ୍ବର ଦେବୁ । ଆପଣଙ୍କୁ ଏହା ମଧ୍ୟରୁ କେବଳ ଗୋଟିଏ ନମ୍ବରକୁ ବାଛିବାର ଅଛି । ଆପଣ ବାଛି ଥିବା ନମ୍ବର ମାଧ୍ୟମ ରେ ଆପଣ ନିଜ ଜୀବନ ସହ ଜଡିତ କିଛି ଖାସ କଥା ବିଷୟରେ ଜାଣିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ଆପଣ ୬ ଟି ସଂଖ୍ୟା ମଧ୍ୟରୁ ୧ ନମ୍ବରକୁ ପସନ୍ଦ କରିଛନ୍ତି ତା ହେଲେ ଆପଣ ଜଣେ ସ୍ଵତନ୍ତ୍ର ପ୍ରିୟ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ କାହା ଅଧୀନରେ ରହି କାମ କରିବାକୁ ପସନ୍ଦ ଲାଗି ନଥାଏ । ସେଥିପାଇଁ ଆପଣ ନିଜ ଜୀବନ ସହ ଜଡିତ ସମସ୍ତ ନିଷ୍ପତ୍ତି ଭାବି ଚିନ୍ତି ନେଇଥାନ୍ତି । ଆପଣଙ୍କର କଥା ବାର୍ତ୍ତା ଶୈଳୀ ଦ୍ଵାରା ଅନ୍ୟ ଲୋକମାନେ ଆକର୍ଷିତ ହୋଇଥାନ୍ତି ।

୨. ଯଦି ଆପଣ ୨ ନମ୍ବରକୁ ପସନ୍ଦ କରିଛନ୍ତି ତେବେ ଆପଣ ସେହି ବ୍ୟକ୍ତି ଅଟନ୍ତି ଯିଏ ଏକ ଅଲଗା ଦୁନିଆରେ ରହିବା ପାଇଁ ପସନ୍ଦ କରିଥାଏ । ଆପଣ କେବଳ ନିଜ କାମରେ ବ୍ୟସ୍ତ ରହିଥାନ୍ତି । ଆପଣ ଚୁଗୁଲି ଆଦି ଖରାପ କଥା ଅନ୍ୟ କାହା ବିଷୟରେ କୁହନ୍ତି ନାହିଁ । ଆପଣ ଜଣେ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ଅନ୍ୟ ମାନଙ୍କୁ ସହାୟତା କରିବା ପାଇଁ ସବୁବେଳେ ଆଗରେ ରହିଥାନ୍ତି । ଆପଣଙ୍କ ସ୍ଵଭାବ ବହୁତ ଦୟାଳୁ ହୋଇଥାଏ ।

୩. ଯଦି ଆପଣ ୩ ନମ୍ବରକୁ ପସନ୍ଦ କରିଛନ୍ତି ତା ହେଲେ ଆପଣ ଜଣେ ସଫା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ଦୋହରା ସ୍ଵଭାବ ବିଲୁକୁଲ ପସନ୍ଦ ନଥାଏ । ଯେଉଁ କଥା ଆପଣଙ୍କ ହୃଦୟରେ ଥାଏ ସେହି କଥା ଆପଣଙ୍କ ମୁହଁରେ ମଧ୍ୟ ରହିଥାଏ । ଆପଣ ସତ କଥା କହିବାରେ ବହୁତ ବିଶ୍ବାସ ରଖିଥାନ୍ତି । କିନ୍ତୁ ଅନେକ ଥର ଆପଣଙ୍କ ଏହି ବ୍ୟବହାରକୁ ଆପଣଙ୍କ ସାଙ୍ଗ ସାଥି ଓ ପରିବାର ଲୋକ ପସନ୍ଦ କରିନଥାନ୍ତି ।

୪. ଯଦି ଆପଣ ନମ୍ବର ୪ କୁ ପସନ୍ଦ କରିଛନ୍ତି ତାହାଲେ ଆପଣ ଜଣେ ମଜାଳିଆ ସ୍ଵଭାବର ବ୍ୟକ୍ତି ଅଟନ୍ତି । ବୁଲେଇ ବଙ୍କେଇ କଥା କହୁଥିବା ଲୋକମାନଙ୍କୁ ଆପଣ ପସନ୍ଦ କରିନଥାନ୍ତି । ଆପଣ ନିଜ ମନ ମଧ୍ୟରେ ଯେତେ ଦୁଃଖ ଅନୁଭବ କରୁଥିଲେ ମଧ୍ୟ ବାହାରୁ ସର୍ବଦା ଖୁସି ଅନୁଭବ କରିଥାନ୍ତି ।

୫. ଯଦି ଆପଣ ୫ ନମ୍ବରକୁ ପସନ୍ଦ କରିଛନ୍ତି ତାହାଲେ ଆପଣ ବହୁତ ସାହସୀ ବ୍ୟକ୍ତି ଅଟନ୍ତି । ଆପଣ ନିଜର ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣ କରିଥାନ୍ତି । ଆପଣଙ୍କୁ ନିଜ ଲାଇଫରେ ବୋରିଙ୍ଗ ଲୋକ ଓ ବୋରିଙ୍ଗ ଜିନିଷ ବିଲକୁଲ ପସନ୍ଦ ନଥାଏ । ଆପଣ ମାନଙ୍କୁ ଭୋଗବିଳାସ ଜୀବନ ପସନ୍ଦ ହୋଇଥାଏ । ଆପଣ ସଫଳତା ପାଇବା ପାଇଁ ମଧ୍ୟ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି ।

୬. ଯଦି ଆପଣ ୬ ନମ୍ବରକୁ ପସନ୍ଦ କରିଛନ୍ତି ତାହାଲେ ଆପଣ ଜଣେ ପରିଶ୍ରମୀ ଓ ବୁଦ୍ଧିମାନ ମଣିଷ ଅଟନ୍ତି । ଆପଣ ପ୍ରତ୍ୟକ ପରିସ୍ଥିତିର ସାମ୍ନା ବହୁତ ସାହସର ସହ କରିଥାନ୍ତି । ଆପଣ ସର୍ବଦା ନିଜ ପରିବାରକୁ ଭଲ ପାଇଥାନ୍ତି ଏବଂ ଆପଣ ନିଜ ପରିବାର ଲୋକଙ୍କ ଖୁସି ପାଇଁ ସବୁ କିଛି କରିପାରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *