ବାବୁସାନ ମହାନ୍ତିଙ୍କ ସମ୍ପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଆପଣ ମାନେ ସମସ୍ତେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତିଙ୍କୁ ତ ଜାଣି ଥିବେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ବାବୁ ସାନ ହେଉଛନ୍ତି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ପୁଅ । ଓଲିଉଡ ଷ୍ଟାର ବାବୁସାନ ମହାନ୍ତିଙ୍କର ବହୁତ ଲୋକପ୍ରିୟତା ରହିଛି । ଆଜି ଆମେ ଆପଣ ମାନଙ୍କୁ ବାବୁସାନ ମହାନ୍ତିଙ୍କ ସମ୍ପତ୍ତି ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ବାବୁସାନଙ୍କ ସମ୍ପତ୍ତି ବିଷୟରେ ।

ବାବୁସାନ ମହାନ୍ତିଙ୍କ ପିତା ମାତା ଦୁହେଁ ସୁପର ଷ୍ଟାର ହୋଇଥିଲେ ମଧ୍ୟ ବାବୁସାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଣିଥିଲେ ହର ପଟ୍ଟନାୟକ । ବାବୁସାନଙ୍କର ପ୍ରଥମ ଫିଲ୍ମ ‘ରୋମିଓ ଦ ଲଭର ବଏ’ ଥିଲା । ସେ ଏହି ଫିଲ୍ମରେ ମୁଖ୍ୟ ଭୂମିକା କରି ୨୦୦୯ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।


ଏହି ଫିଲ୍ମ ପର ଠାରୁ ବାବୁସାନ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ଚାଲିଥିଲେ । ଓଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଲୋକ ପ୍ରିୟତା ବହୁତ ଅଧିକ । ଅଭିନୟ କରିବା ସହିତ ବାବୁସାନ ଗୀତ ମଧ୍ୟ ଗାଉ ଥିଲେ । ବାବୁସାନଙ୍କର ଗୀତ ଗୁଡିକ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି ।


ନିଜ ଫିଲ୍ମ କ୍ୟାରିୟରରେ ବାବୁସାନ ୩୭ ଟି ଫିଲ୍ମ କରି ସାରିଛନ୍ତି, ଏହି କିଛି ଦିନ ପରେ ତାଙ୍କର ୩୮ ନମ୍ବର ଫିଲ୍ମ ଆସିବାର ଥିଲା । ହେଲେ ବିଶ୍ଵ ମାହାମାରୀ କୋରାନା ଭାଇରସ ପାଇଁ ତାଙ୍କ ଫିଲ୍ମକୁ ରିଲିଜ କରା ଯାଇ ନାହିଁ । ବାବୁସାନ ତାଙ୍କର ଛୋଟ ବେଳର ସାଙ୍ଗ ତୃପ୍ତି ଶତପଥିଙ୍କୁ ବିବାହ କରିଛନ୍ତି । ବାବୁସାନ ଓ ତୃପ୍ତି ପିଲା ବେଳୁ ବହୁତ ଭଲ ସାଙ୍ଗ ଥିଲେ । ହେଲେ ତାଙ୍କର ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଯାଇଥିଲା । ଯାହା ଫଳରେ ବାବୁସାନ ତୃପ୍ତିଙ୍କୁ ନିଜ ଜୀବନ ସାଥି ରୂପେ ଗ୍ରହଣ କରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ବାବୁସାନ ମହାନ୍ତିଙ୍କ ସମ୍ପତ୍ତି ବିଷୟରେ । ଅଭିନେତା ବାବୁସାନ ମହାନ୍ତିଙ୍କ ପାଖରେ ୬୦ ଲକ୍ଷ ଟଙ୍କାର ଏକ ଅଡି କାର ଅଛି ଏବଂ ଏହା ସହିତ ୧୭ ଲକ୍ଷ ଟଙ୍କାର ଏକ ହାର୍ଲେ ଡେଭିଡ ସନ ବାଇକ ମଧ୍ୟ ଅଛି । ବାବୁସାନ ମହାନ୍ତିଙ୍କ ମୋଟ ସମ୍ପତ୍ତି ହେଉଛି ୪୦ କୋଟି ଟଙ୍କା ।

ଏହା ସହିତ ବାବୁସାନଙ୍କର ଏକ ଆଲିଶାନ ବଙ୍ଗଳା ଭୁବନେଶ୍ଵରରେ ଅଛି । ବାବୁସାନ ମହାନ୍ତି ଗୋଟେ ଫିଲ୍ମ ପାଇଁ ୩୦ ରୁ ୫୦ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି । ଗୋଟେ ଗୀତା ଗାଇବା ପାଇଁ ବାବୁସାନ ୩ ରୁ ୪ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ଏବଂ ବାବୁସନ ମହାନ୍ତି କୌଣସି ବ୍ରାଣ୍ଡର ବିଜ୍ଞାପନ ପାଇଁ ୫ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ କରିଥାନ୍ତି । ତେବେ ବନ୍ଧୁଗଣ ଏହା ଥିଲା ବାବୁସାନ ମହାନ୍ତିଙ୍କ ସଂପୂର୍ଣ୍ଣ ସମ୍ପତ୍ତିର ବିବରଣୀ ।

ଆପଣଙ୍କୁ ଲେଖାଟି ପସନ୍ଦ ଆସିଥିଲେ ଗୋଟିଏ ସେୟାର କରିବେ ଓ ଲେଖାଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *