Babushan ଙ୍କ ଏପରି ଅବସ୍ଥା ଦେଖି ମେଡିକାଲରେ ଭୋ-ଭୋ ହୋଇ କାନ୍ଦିଲେ ସ୍ତ୍ରୀ Trupti…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ବାବୁସାନ ଙ୍କ ପତ୍ନୀ ହସ୍ପିଟାଲ ଆସି ବାବୁସାନଙ୍କ ପାଖରେ ବସିଲେ, ଆଉ ଭୋ ଭୋ ହୋଇ କାନ୍ଦିଲେ ତୃପ୍ତି ଶତପଥି । ସ୍ଵାମୀ ବାବୁ ଙ୍କର ଏହିଭଳି ଅବସ୍ଥା ଦେଖି ସେ ନିଜ ଲୁହ କୁ ଆଉ ଅଟକାଇ ପାରିଲେ ନାହିଁ । ଯେ ପର୍ଯ୍ୟନ୍ତ ବାବୁସାନ ଙ୍କର ଚେତା ଫେରି ନଥିଲା ସେ ପର୍ଯ୍ୟନ୍ତ ସେ ବାବୁସାନ ଙ୍କ ପାଖରେ ତାଙ୍କ ହାତକୁ ଧରି ଲୁହ ଗଡାଇ ଚାଲିଥିଲେ ତୃପ୍ତି ଶତପଥି ।

ବାବୁସାନ ଆସି ହସ୍ପିଟାଲ ରେ ଏହିଭଳି ଆଡମିଟ ହୋଇଥିବାର ତୃପ୍ତି ଦେଖି ପାରିନଥିଲେ । ଆଉ କାନ୍ଦିବାକୁ ଲାଗିଥିଲେ ବୋଲି ସୂଚନା ମିଳିଛି । ଦମନ ଚଳଚିତ୍ର ପାଇଁ ଯେତେବେଳେ ବାବୁସାନ ବାଇକ ରେ ରାଇଡ କରିଥିଲେ ସେତେବେଳେ ତାଙ୍କର ଅକ୍ସିଜେନ ଲେବଲ କମ ହୋଇଯାଇଥିଲା । ଏହାପରେ ତାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

ତୃପ୍ତି ଙ୍କ ଆଖିରୁ ଆଜି ଧାର ଧାର ଲୁହ ବୋହି ଯାଉଅଛି ଏବଂ ସେ ତାଙ୍କର ସବୁ ପୁରୁଣା କଥା କୁ ଭୁଲି ବାବୁସାନ ଙ୍କ ସହିତ କଥା ହୋଇଛନ୍ତି । ଯେ ପର୍ଯ୍ୟନ୍ତ ବାବୁଙ୍କର ହୋସ ଆସିନଥିଲା ସେ ପର୍ଯ୍ୟନ୍ତ ବାବୁ ଙ୍କର ହାତ କୁ ଧରି ତାଙ୍କ ପାଖରେ ବସି ରହିଥିଲେ ଆଉ ହୋସ ଆସିବା ପରେ ତୃପ୍ତି ବାବୁ ଙ୍କ ସହିତ ଅନେକ କଥା ହୋଇଛନ୍ତି ବୋଲି ସୂଚନା ମିଳିଛି ।

ପୂର୍ବରୁ ବିତିଯାଇଥିବା ପ୍ରେମଭରା ଜୀବନ କୁ ମନେ ପକାଇ ଦୁହେଁ ଦୂହିଁଙ୍କ ସହିତ କଥା ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବରୁ ବାବୁସାନ ରାଇଡିଂଙ୍ଗ ଫର ଦମନ ର ସୁଟିଙ୍ଗ ପାଇଁ ଲଦାକ ଯାଇଥିଲେ । ସେଠାରେ ବାଇକ ଚଳାଇବା ପରେ, ତାଙ୍କର ଅକ୍ସିଜେନ ଲେବଲ କମିଯାଇଥିଲା । ଲଦାକର ପ୍ରାଥମିକ ଚିକିତ୍ସ୍ୟା ପରେ ସେ ଭୁବନେଶ୍ଵର ଫେରିଥିଲେ ।

ମାତ୍ର ସେଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଅଛି । ବର୍ତ୍ତମାନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସ୍ୟା ଚାଲିଛି । ବର୍ତ୍ତମାନ ବାବୁସାନ ଙ୍କ ପାଖରେ ତାଙ୍କ ପରିବାର ଲୋକ ସହିତ ସ୍ତ୍ରୀ ତୃପ୍ତି ମଧ୍ୟ ଅଛନ୍ତି ।

ବାବୁସାନ ଙ୍କ ସ୍ୱାସ୍ଥ୍ୟଅବସ୍ଥାରେ ସୁଧାର ଆସିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ବାବୁସାନ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ ଯଥାଶୀଘ୍ର ଭଲ ହୋଇ ଜାଆନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *