ପୋଖରୀ ଭିତରେ ବବିଙ୍କ ସ୍କୁଲ ! Video ଦେଖିଲେ ଆପମଙ୍କ ହୋସ ଉଡିଯିବ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ଦେଖିଲେ ଲାଗୁଛି ପୋଖରୀ ଭିତରେ ସ୍କୁଲ ନିର୍ମାଣ କରିଛନ୍ତି ସରକାର ।

ନୋ ଗ୍ୟାରେଣ୍ଟିରେ ନିର୍ମାଣ ହୋଇଛି 5T ସ୍କୁଲ । ନିର୍ମାଣକୁ ମାସେ ହୋଇନି 5Tର 5 ଉଡି ଛାତ୍ର ଛାତ୍ରୀଙ୍କୁ Tରେ ଟେନସନ ଦେଉଛି ଏହି ସ୍କୁଲ । ଠିକାଦାରର ପେଟ ପୂରୁ, ଦଳକୁ କର୍ମୀ ମିଳୁ, କୁଜି ନେତା ଥଇଥାନ ହୁଅନ୍ତୁ । ବୋଧେ ଏଇଥି ପାଇଁ ଆରମ୍ଭ ହୋଇଥିଲା ସ୍କୁଲ ରୂପାନ୍ତରୀକରଣ ପ୍ରକ୍ରୀୟା । ଆଉ ଯଦି ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମି ସୁଦୃଢ଼ କରିବାକୁ ଏହି ଯୋଜନା ଥିଲା, ତେବେ କାହିଁକି 5T ସ୍କୁଲର ଏ ଅବସ୍ଥା ।

କାହିଁକି ଛାତରୁ ପାଣି ଗଳୁଛି, କାହିଁକି ଲାଇବ୍ରେରୀରେ ବହି ଭିଜୁଛି, କାହିଁକି ସ୍କୁଲ ପରିସର ପୋଖରୀ ପାଲଟିଛି ଓ କାହିଁକି ପ୍ରତିଟି କାନ୍ଥ ପାଣିରେ ଭିଜୁଛି । ଜୟପୁର ସରକାରୀ ସ୍କୁଲକୁ ପୁଣି ଯାଜପୁର ବିଧାୟକ ପ୍ରଣପ ପ୍ରକାଶ ଦାସ ଫେବୃୟାରି 2021ରେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଆଉ ଏହାକୁ 5Tରେ ସାମିଲ କରି ଉନ୍ନତ କରଯାଇଥିଲା ।

ଏପରି କି ମୋ ସ୍କୁଲ ଅଭିଯାନରେ ସାମିଲ କରି ସ୍କୁଲର ସମସ୍ତ ଦାୟିତ୍ଵ ସେ ବୁଝିବା ସହ ତଦାରଖ କରିବେ ବୋଲି କହିଥିଲେ । ହେଲେ ଏବେ ସ୍କୁଲର ହାଲ ବେହାଲ । ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମତରେ, 4 ଦିନ ହେଲା ପ୍ରବଳ ବର୍ଷା ହେଉଛି । ଆମର କାନ୍ଥ ଗୁଡିକ ଭିତରୁ ଫାଟି ପାଣି ଯାଉଛି । ଆମେ କର୍ତ୍ତୁପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରିଲୁ ।

ହେଲେ ପାଗ ଠିକ ହେଲେ ସେମାନେ ମରାମତି କରିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ପାଣି ସୀଙ୍କ କରିବାର କାରଣ କଣ ଉନ୍ନତ ଧରଣର କାମ ହୋଇନି ନା କେବଳ ଏହି 4 ଦିନର ବର୍ଷା କାନ୍ଥ ଫଟେଇ ଦେଇଛି । ତେବେ ବର୍ତ୍ତମାନ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *