Babar Azam ଙ୍କୁ ନେଇ ପାକିସ୍ତାନରେ ବବାଲ ! Rohit ଓ Kohli ଙ୍କୁ ନେଇ ଦେଲେ ବଡ ବୟାନ

ବନ୍ଧୁଗଣ, ବାବର ଆଜମ ର ଅଧିନାୟକତ୍ଵ କୁ ନେଇ ପାକିସ୍ଥାନ ବିଭକ୍ତ ହୋଇ ଯାଇଛି । ବାବର ଆଜମ କୁ ନେଇ ଏତେ ପ୍ରଶ୍ନ ଉଠିଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲୀ କୁ ମଧ୍ୟ ଏହି ପ୍ରସଙ୍ଗରେ ନିଆଯାଉଛି । ଆସନ୍ତୁ ଜାଣିବା ଯେ ବାବର ଙ୍କ ଅଧିନାୟିକତ୍ଵ କୁ ନେଇ ପାକିସ୍ଥାନ ରେ ଏଭଳି ଉତକ୍ଷେପ କେଉଁ ନିମନ୍ତେ ? ତେବେ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ଯେଉଁଭଳି ଭାବରେ ପାକିସ୍ଥାନ କୁ ଘରେ କ୍ଳିନସିଟ ମିଳିଲା, ସେତେବେଳେ ଅଧିନାୟକ ବାବର ଆଜମ ଙ୍କ ଅଧିନାୟିକତ୍ଵ ଉପରେ ପ୍ରଶ୍ନ ଉଠିଲା ।

କାରଣ ପାକିସ୍ଥାନ କୁ ନିଜ ଟେଷ୍ଟ ଇତିହାସ ରେ ପ୍ରଥମଥର ଘରେ କ୍ଳିନସିଟ ର ସାମ୍ନା କରିବାକୁ ପଡିଥିଲା । ବାବର ଆଜମ ଉପରେ ଖରାପ ପ୍ଲେଇଙ୍ଗ ୧୧ ଠାରୁ ଆରମ୍ଭ କରି ଅଧିନାୟିକତ୍ଵ ରେ ନିଆଯାଇଥିବା ଭୁଲ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଲା । ମାତ୍ର ପାକିସ୍ଥାନୀ ଖେଳାଳୀ ମାନେ ହାର ପରେ ମଧ୍ୟ ବାବର ଙ୍କୁ ନିଜର ଲିଡର ଘୋଷଣା କରିଦେଲେ ।

ନିଜ ଉପରେ ଉଠିଥିବା ପ୍ରଶ୍ନ ଉପରେ ବାବର ଶାନ୍ତ ହୋଇ ଉତ୍ତର ଦେଲେ । ବାବର କହିଲେ ଏହା ଉପରେ କୌଣସି ଚାପ ନାହିଁ, ସେ ଅଧିନାୟିକତ୍ଵ ଉଠାଉଛନ୍ତି । ଏହାଦ୍ଵାରା ତାଙ୍କ ପ୍ରଦର୍ଶନ ଉପରେ କୌଣସି ଅସର ପଡିନଥାଏ । ଅଧିନାୟିକତ୍ଵ କରିବା ସନ୍ନମାନର ବିଷୟ ଅଟେ । ସେ ସବୁବେଳେ ନିଜ ଦେଶ ପାଇଁ ନିଜର ସର୍ବଶ୍ରେଷ୍ଟ ଦେବା ନିମନ୍ତେ ପ୍ରୟାସ କରିଥାନ୍ତି ।

ତାଙ୍କ ପାଇଁ ପ୍ରଥମେ ପାକିସ୍ଥାନ ଏହାପରେ ଅନ୍ୟ ସବୁ ଜିନିଷ ହୋଇଥାଏ । ସେହିଭଳି ସବୁବେଳେ ବାବର ଙ୍କର ଆଲୋଚନା ହୋଇଥାଏ । ବାବର ସହିତ ବିରାଟ କୋହଲୀ ଙ୍କର ତୁଳନା ମଧ୍ୟ ହୋଇଥାଏ । କିନ୍ତୁ ବର୍ତ୍ତମାନ ପାକ ଖେଳାଳୀ ଦାନିସ କାନେଡିଆ ବିରାଟ କୋହଲୀ ଙ୍କ ତୁଳନା ବାବର କୁ ସେହି ଲାୟକ ଭାବିଲେ ନାହିଁ । ସେ କହିଥିଲେ ଯେ ଲୋକଙ୍କୁ ବାବର ର ତୁଳନା ବିରାଟ ଙ୍କ ସହିତ କରିବା ବନ୍ଧ କରିଦେବା ଉଚିତ ।

ବିରାଟ କୋହଲୀ ଏବଂ ରୋହିତ ଶର୍ମା ବହୁତ ବଡ ଖେଳାଳୀ ଅଟନ୍ତି ପାକ ଟିମରେ ଏଭଳି କେହି ନାହାଁନ୍ତି ଯାହାର ତୁଳନା ତାଙ୍କ ସହିତ କରାଯିବ । ସେ ଟିମ ର ଅଧିନାୟିକତ୍ଵ କରିବାର ଲାୟକ ନୁହଁନ୍ତି । ବାବର ଆଜମ ଏବଂ ବିରାଟ କୋହଲୀ ଙ୍କ ଅଧିନାୟିକତ୍ଵ ର ତୁଳନା ଦେଖିଲେ ଆପଣ ଜାଣିପାରିବେ ଯେ କାହିଁକି ଉଭୟଙ୍କ ତୁଳନା ହେବା କଥା ନୁହେଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *