ପୃଥିବୀ ଜୋର୍ ରେ ଘୂରୁଛି, Baba Vanga ଙ୍କ କଥା ସତ ହୋଇ ଯିବନି ତ ? ଭାରତ ହେଲାଣି ଛାନିଆ !

ବନ୍ଧୁଗଣ, ସାଧାରଣତଃ ବାବା ଭେଙ୍ଗା ଙ୍କ ଭବିଷ୍ୟବାଣୀ କୁ କିଏ ବା ଅଣଦେଖା କରିପାରିବ ? ୨୦୨୦ ମହାମାରୀ ହେଉ ଅଥବା ୨୦୨୨ ରେ ପାଣିପାଗ ପରିବର୍ତ୍ତନର ଝଲକ ସବୁକିଛି ସତହୋଇଚାଲିଛି । ବାବା ଭେଙ୍ଗା କହିଥିଲେ ଯେ ୨୦୨୨ରେ କିଛି ଦେଶ ପାଣି ବିନା ଛଟପଟ ହୋଇଯିବେ । ପର୍ତ୍ତୁଗାର୍ଲ ଏବଂ ଇଟାଲୀ କୁ ସତର୍କ ରହିବା ପାଇଁ ବାବା ନିଜ ଭବିଷ୍ୟବାଣୀରେ କହିସାରିଛନ୍ତି । ଯଦି ବର୍ଷା ର ରେକର୍ଡ ଆପଣ ଦେଖିବେ ତେବେ ୧୯୫୦ ମସିହା ପରଠାରୁ ଏହି ସବୁଦେଶରେ ବର୍ଷାର ପରିମାଣ କମିଛି ସତରେ,  ଇଟାଲୀ ରେ ବର୍ତ୍ତମାନ ମରୁଡି ସ୍ଥିତି ।

ବାବା ଭେଙ୍ଗା ଯେତେବେଳେ ଅଷ୍ଟ୍ରେଲିଆରେ ବନ୍ୟା ଲୋକଙ୍କୁ ଭସାଇ ନେବ ବୋଲି କହିଥିଲେ ବାବା ଭେଙ୍ଗା କହିଲେ ତାଙ୍କ କଥାକୁ ଅଷ୍ଟ୍ରେଲିଆରେ ବିଶେଷ ଧ୍ୟାନ ଦେଇ ନଥିଲେ କେହି । ମାତ୍ର ସତକୁ ସତ ଅଷ୍ଟ୍ରେଲିଆରେ ବନ୍ୟା ଯେତେ କରାଳ ଦୃଶ୍ୟ ଦେଖାଇଲା, ସମସ୍ତେ ବାବା ଙ୍କ ଭବିଷ୍ୟତବାଣୀ କଥା ହିଁ ମନେ ପକାଇଲେ । ସେହିଭଳି ବାବା କହିଥିଲେ ଯେ ବଡ ବଡ ସହର ମାନଙ୍କରେ ମରୁଡି ସ୍ଥିତି ଆସିବ । ୨୦୨୨ ରେ ବହୁ ବଡ ବଡ ଲୋକଙ୍କର ମୃ-ତ୍ୟୁ ହେବା କଥା ମଧ୍ୟ ନିଜ ଭବିଷ୍ୟବାଣୀରେ କହିଥିଲେ ବାବା ଭେଙ୍ଗା ।

ପୁରା ବିଶ୍ଵରେ ଯୁଦ୍ଧ ସ୍ଥିତି ଲାଗି ରହିବ ବୋଲି ମଧ୍ୟ କହିଥିଲେ ବାବା ଭେଙ୍ଗା । ବର୍ତ୍ତମାନ ରୁଷ ୟୁକ୍ରେନର ସ୍ଥିତି ସାରା ବିଶ୍ଵ ଦେଖୁଛି, ବାବା ଭେଙ୍ଗା କହିଛନ୍ତି ଯେ ପାଣିପାଗ ପରିବର୍ତ୍ତନର ପ୍ରଭାବ ପୁରା ବିଶ୍ଵ ଅନୁଭବ କରିବ । ସତକୁ ସତ ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ର ଅନୁଭବ ମଧ୍ୟ କରୁଛେ ସମୟକୁ । ଦୁନିଆରେ ଭୂକମ୍ପ ସହିତ ସୁନାମୀ ଆସିବ ଏହା ସହିତ ଗ୍ଲେସିୟର ତରଳିବା ଫଳରେ ଆଉ ଏକ ମହାମାରୀ ମୁଣ୍ଡ ଟେକିବ ବୋଲି ବାବା ଭେଙ୍ଗା ତାଙ୍କ ଭବିଷ୍ୟତବାଣୀ ରେ କହିଥିଲେ ।

ଏଥିରେ ଶହଶହ ମାତ୍ରାରେ ଲୋକ ମୃ-ତ୍ୟୁ ବରଣ କରିବେ । ଭାରତରେ ନଅଙ୍କ ପଡିବ, ଲୋକେ ଖାଇବାକୁ ପାଇବେ ନାହିଁ । ଫସଲ ନଷ୍ଟ କରିଦେବେ କୀଟପତଙ୍ଗ, ତାପମାତ୍ରା ଖୁବ ବଢିବ, ଏହା ଫଳରେ ବହୁ ମାତ୍ରାରେ ଫସଲ ତ ନଷ୍ଟ ହେବ ଦେଶରେ ଅକାଳ ସ୍ଥିତି ମଧ୍ୟ ଆସିଯିବା ଭଳି ସମୟ ଆସିବ । ଖାଦ୍ୟଶସ୍ୟର ଦରଦାମ ହୁ ହୁ ହୋଇ ବଢିବ । ବାବା ଭେଙ୍ଗାଙ୍କର ଏହି ଭବିଷ୍ୟବାଣୀ ଯଦି ସତରେ ସତ ହୁଏ ତେବେ ଭାରତର ଅବସ୍ଥା କ’ଣ ହେବ ତାହା ବର୍ତ୍ତମାନ ଚିନ୍ତା କରି ଡଋଯାଉଛନ୍ତି ଭାରତୀୟ ।

ବୁଲଗେରିଆର ଷ୍ଟୂବିକାରେ ୩ ଜାନୁଆରୀ ୧୯୧୧ ମସିହାରେ ଜନ୍ମ ହୋଇଥିଲା ବାବା ଭେଙ୍ଗାଙ୍କର । ଜନ୍ମ ର କିଛି ବର୍ଷ ପରେ ତାଙ୍କ ମା’ ଙ୍କର ଦେହାନ୍ତ ହୋଇଥିଲା ଏବଂ ବାପା ଙ୍କୁ ଗୁପ୍ତଚର ଭାବି ଜେଲରେ ଭର୍ତ୍ତି କରିଦିଆଯାଇଥିଲା । ବାବା ଭେଙ୍ଗା ଙ୍କର ୬୦ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇ ସାରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *