Special Report: ATM ରୁ ଫଟା ନୋଟ ବାହାରିଲେ କଣ କରିବେ ? ନିଶ୍ଚୟ ଜାଣି ରଖନ୍ତୁ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏଟିଏମରୁ ଟଙ୍କା ନିଶ୍ଚୟ ବାହାର କରିଥିବେ । ବନ୍ଧୁଗଣ ବେଳେବେଳେ କିଛି ଲୋକ ଏଟିଏମରୁ ଟଙ୍କା କାଢିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେଳେବେଳେ ଏଟିଏମ ଭିତରୁ ଚିରା ବା ଫଟା ଟଙ୍କା ବାହାରିଥାଏ ।

ଯଦି ଆପଣ ମାନେ ଏହି ସମସ୍ୟାର ସମ୍ମୁଖୀନ ହେଇ ନାହାନ୍ତି ତା ହେଲେ ଆଗକୁ ହୋଇ ପାରନ୍ତି । ଯଦି ଆପଣ ଏଟିଏମରୁ ଟଙ୍କା ଉଠାଇବା ବେଳେ ଚିରା କିମ୍ବା ଫଟା ନୋଟ ବାହାରିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଏଟିଏମରୁ ଫଟା ଚିରା ନୋଟ ବାହାରେ ତା ହେଲେ ଆପଣ କଣ କରିବେ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଏଟିଏମରୁ ଟଙ୍କା କାଢିବା ବେଳେ ଏମିତି କିଛି ନୋଟ ବାହାରୁଥାଏ ଯାହା ମାର୍କେଟରେ ବ୍ୟବହାର କରିବା କଷ୍ଟକର ଅଟେ ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ଏହି ନୋଟକୁ ବଦଳାଇ ଏକ ଭଲ ନୋଟ ପାଇପାରିବେ । ତେବେ ଏଥିପାଇଁ ଆପଣ ମାନଙ୍କୁ ଏକ ଛୋଟ କାମଟେ କରିବାକୁ ପଡିବ ।

ଏଟିଏମରୁ ବାହାରୁଥିବା ଫଟା ବା ଚିରା ନୋଟ ଏକ ସାଧାରଣ କଥା କିନ୍ତୁ ଏହାର ସମାଧାନ ବହୁତ ଗୁରୁତ୍ଵ ପୂର୍ଣ୍ଣ । ରିଜର୍ବ ବ୍ୟାଙ୍କ ଲୋକ ମାନଙ୍କ ପାଇଁ ଏକ ନୂଆ ବ୍ୟବସ୍ଥା ଲାଗୁ କରିଛି ଯାହା ଏହି ସମସ୍ୟାର ସମଧାନ କରିବ । ଯଦି ଏଟିଏମରୁ ଚିରା ବା ଫଟା ନୋଟ ବାହାରେ ତା ହେଲେ ପ୍ରଥମେ ଆପଣ ସେହି ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ।

ଯେଉଁ ବ୍ୟାଙ୍କର ଏଟିଏମରୁ ଆପଣ ଟଙ୍କା ଉଠାଇଥିଲେ ସେହି ବ୍ୟାଙ୍କ ସହ ଯୋଗାଯୋଗ କରିବେ । ଏହାପରେ ବ୍ୟାଙ୍କ ଆପଣଙ୍କୁ ଏକ ଫର୍ମ ଭରିବାକୁ ଦେବ । ଯେଉଁଥିରେ ଆପଣ ମାନଙ୍କୁ କିଛି ତଥ୍ୟ ଭରିବାକୁ ପଡିବ । ସେହି ଫର୍ମରେ ଆପଣ କେତେବେଳେ ଏଟିଏମରୁ ଟଙ୍କା ଉଠାଇଥିଲେ ଓ ସମୟ କେତେ ଥିଲା ଲେଖିବାକୁ ପଡିବ ।

ଯଦି ଆପଣଙ୍କ ପାଖରେ ଏଟିଏମ ସ୍ଲିପ ଅଛି ତା ହେଲେ ଦେଇ ଦିଅନ୍ତୁ ନଚେତ ଆପଣଙ୍କ ମୋବାଇଲକୁ ଆସିଥିବା ମେସେଜକୁ ଦେବାକୁ ପଡିବ । ସେହି ଫର୍ମକୁ ଭରିବା ପରେ ବ୍ୟାଙ୍କ ଅଧିକାରୀ ଆପଣଙ୍କ ଆକାଉଣ୍ଟର ଡିଟେଲ୍ସ ଭେରୀଫାଏ କରିବେ । ଯଦି ସବୁ କିଛି ଠିକ ଥିବ ତା ହେଲେ ବ୍ୟାଙ୍କ ଆପଣଙ୍କ ଚିରା ଫଟା ନୋଟକୁ ବଦଳାଇ ନୂଆ ନୋଟ ଦେବ ।

ଯଦି କୌଣସି ବ୍ୟାଙ୍କ ଆପଣଙ୍କ ସହାୟତା ନକରେ କିମ୍ବା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ହୋଲ୍ଡରେ ରଖେ ତା ହେଲେ ଆପଣ ଏଥି ଲାଗି ପୋଲିସ ଷ୍ଟେସନରେ ଅଭିଯୋଗ କରିପାରିବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *