ଅତି ଲେମ୍ବୁ ଚିପୁଡିଲେ ପିତା…ଯାହା ପାଇଁ ଆଜି ନୂଆ ମୋଡରେ Tapaswini ଓ Sumit ଙ୍କ ବିବାହ ବିବାଦ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ପ୍ରେମ,ବିଶ୍ୱାସ, ଭରସା କାହା ଉପରେ କରିବା ସମ୍ଭବ ହେଉ ନାହିଁ । ବର୍ତ୍ତମାନ ର ସମୟରେ ପ୍ରେମ ଏବଂ ପ୍ରତାରଣା ଗୋଟିଏ ସାଧାରଣ କଥା ହୋଇ ଗଲାଣି । ଯଦି କିଏ ଜଣକୁ ଭଲ ପାଇ ନିଜର ସବୁକିଛି ଭାବି ନିଏ ତାହା ହିଁ ଉକ୍ତ ବ୍ୟକ୍ତି ପାଇଁ ବହୁତ ବଡ଼ ଶାସ୍ତି ହୋଇଥାଏ । ସେହିପରି ଏକ ଘଟଣା ଘଟିଛି ତପସ୍ୱିନୀ ଓରଫ ଡିମ୍ପଲ ଙ୍କ ଜୀବନ ରେ ।

ଆପଣ ମାନେ ଜାଣିଥିବେ ଯେ, ନିଜ ପାଇଁ ନ୍ୟାୟ ର ଲଢେଇ ଲଢ଼ୁଛନ୍ତି ବର୍ତ୍ତମାନ ତପସ୍ୱିନୀ । ତେବେ କଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଆପଣାଉ ନାହାନ୍ତି ସୁମିତ? କଣ ରହିଛି ଏହା ପଛରେ ରହସ୍ୟ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ କଥାରେ ଅଛି ଅତି ଲେମ୍ବୁ ଚିପୁଡିଲେ ପିତା । ଠିକ ଯେପରି ବ୍ରହ୍ମପୁର ର ଅତି ଚର୍ଚ୍ଚିତ ଯୋଡ଼ି ଡାକ୍ତର ସୁମିତ ଓ ତପସ୍ୱିନୀ ଙ୍କ ଘଟଣା ।

ହୁଏତ ଡିମ୍ପଲ ଡାକ୍ତର ସୁମିତ ଙ୍କୁ ପ୍ରେମ ରେ ଏତେ ଭଲ ପାଇ ବସିଲେ ଯେ, ଏହା ସୁମିତ ଙ୍କ ମନରେ ପ୍ରେମ ଭାବନା ଆଣିବା ବଦଳରେ ଡିମ୍ପଲ ଙ୍କ ପ୍ରତି ଘୃଣା ଭାବ ଆଣିଦେଲା । ଯେଭଳି ଅତି ଲେମ୍ବୁ ଚିପୁଡିଲେ ପିତା ହୋଇଯାଏ ସେହିପରି ଡିମ୍ପଲ ଙ୍କ ଚେହେରା ଏବଂ କଥାବାର୍ତ୍ତା ଏବେ ସୁମିତ ଙ୍କୁ ପିତା ଲାଗୁଛି । ଅନ୍ୟ ପଟେ ଡିମ୍ପଲ ଯଦି ସୁମିତ ଙ୍କୁ ଏତେ ଭଲ ପାଉଥିଲେ ତେବେ ଉଭୟ ଙ୍କ ଭିତରେ ଫାଟ ସୃଷ୍ଟି ହେଲା କାହିଁକି?

ଅଥବା ପ୍ରେମ ରେ ରହିଥିଲା କିଛି କେଂ । ସମ୍ପୂର୍ଣ୍ଣ ଘଟଣା କୁ ଦେଖିଲେ ସେହି ପ୍ରେମ ର କେଂ କୁ ବାହାର କରିବା ବଦଳରେ ଚିପୁଡ଼ି ଦେଇଛନ୍ତି ତପସ୍ୱିନୀ । ଯେଉଁ କାରଣରୁ ମଧୁର ସମ୍ପର୍କ ରେ ଆସିଛି ପିତା ର ସ୍ୱାଦ । ସମାଜସେବୀ ଙ୍କୁ ସାଥିରେ ଧରି ଘର ଆଗରେ ମାଣ ବସାଇ ରୋଷେଇ କରି ଖାଇବା ଏବଂ ଲଭ ସମୟ ରେ ଉଭୟ କଣ ସବୁ କରିଥିଲେ ତାକୁ ମିଡିଆ ଆଗରେ କହିବା ସୁମିତ ଙ୍କ ମନରେ ଭଲ ଭାବନା ସୃଷ୍ଟି କରିବା ବଦଳରେ ହୁଏତ ଦୂରତା ବଢ଼ାଇବା ରେ ଲାଗିଛି ।

ତେବେ ଆସନ୍ତା ୪ ତାରିଖରେ ହେବାକୁ ଥିବା ଶୁଣାଣି ରେ ଉଭୟ ପୁଣିଥରେ କିପରି ନିଜର ପୂର୍ବ ଦୁନିଆ କୁ ଫେରି ସୁଖ ର ସଂସାର ଆରମ୍ଭ କରିବେ ତାହା ଆଶାର ବିଷୟ ।
ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *