ଓଡିଶା ମୁହାଁ ବାତ୍ୟା ଆସାନି ! 8 ତାରିଖ ସନ୍ଧ୍ୟା ସୁଦ୍ଧା ଭୟଙ୍କର ରୂପ ନେବ ବାତ୍ୟା ! 10 ରେ କରିବ ଲ୍ୟାଣ୍ଡଫଲ, କେଉଁଠି ଦେଖନ୍ତୁ…

ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷରୁ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଗତ କାଲିର ସକ୍ରିୟ ଘୂର୍ଣ୍ଣୀ ବଳୟର ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଆସନ୍ତା କାଲି ସନ୍ଧ୍ୟା ସୁଧା ଅବପାତର ରୂପ ନେବ । ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ହେବାର ସମ୍ଭାବନା ରହିଛି ।

ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୮ ତାରିଖରେ ବାତ୍ୟା ନେଇ ସମ୍ଭାବନା ରହୁଛି ତେବେ ଏବେ ଯେଉଁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଅବପାତ ହେବା ପରେ ଧୀରେ ଧୀରେ ଏହା ବାତ୍ୟାର ରୂପ ନେଇପାରେ ।

ଆସନ୍ତା ୭ ତାରିଖରେ ଏହା ଅବପାତରେ ପରିଣତ ହେବ ଏବଂ ଆସନ୍ତା ୮ ତାରିଖରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଗତ କାଲି ଠାରୁ ଓଡିଶାର ଅନେକ ଜିଲ୍ଲାରେ କାଳ ବୈଶାଖୀ ବର୍ଷାର ପରିମାଣ ବଢିଛି । କାଳ ବୈଶାଖୀ ପାଇଁ ୬ଟି ଜିଲ୍ଲାକୁ ଏଲୋ ୱାର୍ନିଙ୍ଗ ଜାରି କରାଯାଇଛି । ବନ୍ଧୁଗଣ ବାତ୍ୟାର ଗତି ଉତ୍ତର-ପଶ୍ଚିମ ଦିଗରେ ରହିବ ।

ଆସନ୍ତା ୧୦ ତାରିଖ ବେଳକୁ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗପ ସାଗରେ ଏବଂ ତାର ଆଖ ପାଖ ଅଞ୍ଚଳ ତଥା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ପର୍ଯ୍ୟନ୍ତ ପହଞ୍ଚିବ । ପରବର୍ତ୍ତୀ ସମୟରେ ଏହାର ଗତିପଥ କଣ ରହିବ ଓ ଏହାର ପ୍ରଭାବ କେତେ ରହିବ ସେନେଇ କୌଣସି ଆକଳନ କରାଯାଇ ନାହିଁ । ସେପଟେ ବାତ୍ୟା ମୁକବାଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଏନେଇ ୧୮ଟି ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି । ତେବେ ସେହି ୧୮ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ପୁରୀ, ରାୟଗଡା, ଜଗତସିଂହ ପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ , ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ମାଲକାନ ଗିରି, କୋରାପୁଟ, ଖୋର୍ଦ୍ଧା ଓ କନ୍ଧମାଳ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *