୮ ବର୍ଷର ଝିଅ ନିଜର କୁମ୍ପି ଭାଙ୍ଗି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଲା ୨୧ ହଜାର ଟଙ୍କା

ବିଶ୍ଵ ମହାମାରୀ କରୋନା ଭାଇରସର ସଙ୍କଟର ସାମ୍ନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଆର୍ଥିକ ସାହାର୍ଯ୍ୟ ପାଇଁ ଅପିଲ କରୁଛନ୍ତି । ଏହା ପରେ ସାହାର୍ଯ୍ୟ ପାଇଁ ସମସ୍ତେ ଆଗକୁ ବି ଆସୁଛନ୍ତି । କହିବାକୁ ଗଲେ ଏହି ସଙ୍କଟ ସମୟ ମଧ୍ୟରେ ଆର୍ଥିକ ସାହାର୍ଯ୍ୟ ପାଇଁ ଏକ ୮ ବର୍ଷର ଶିଶୁ ବି ଆଗକୁ ଆସିଛି । ଯିଏ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ଯାଇଛି ।

କହିବାକୁ ଗଲେ ଏହିଭଳି ଖବର ଫିରୋଜାବାଦରୁ ସାମ୍ନାକୁ ଆସୁଛି । ଯାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରୁଛି । ଫିରୋଜାବାଦର ଜସରାନାରେ ରହୁଥିବା ୮ ବର୍ଷର ଏକ ଶିଶୁ ନିଜର କୁମ୍ପି ଭାଙ୍ଗି ସେଥିରେ ଜମା କରିଥିବା ଟଙ୍କାକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡରେ ଜମା କରିଛି । ଜସରାନା ନଗର ପଞ୍ଚାୟତର ଅଧ୍ୟକ୍ଷ ଅବନିଶ ଗୁପ୍ତାଙ୍କ ୮ ବର୍ଷୀୟ ଝିଅ ଅରାଧ୍ୟା ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ପରେ ନିଜର କୁମ୍ପି ଭାଙ୍ଗି ଦେଲେ ଓ କୁମ୍ପିରୁ ୨୦ ହଜାର ୫୦୦ ଟଙ୍କା ବାହାର କରିଲେ ।

ଏହା ପରେ ସେ ନିଜର ପରିଜନମାନଙ୍କୁ କହିଲା କି ସେ ଏହି ଟଙ୍କା କରୋନା ବିରୁଦ୍ଧରେ ଚାଲୁଥିବା ଯୁଦ୍ଧରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ଦାନ ଦେବ । ନିଜ ଝିଅର ଏହି ସାହାର୍ଯ୍ୟ କଥା ଶୁଣି ତାହାର ମାତା ପିତାଙ୍କୁ ବହୁତ ଗର୍ବ ହେଲା । ଏହା ପରେ ପରିବାର ଲୋକମାନେ କୁମ୍ପିରୁ ବାହାରିଥିବା ଧନରାଶିରେ ୫୦୦ ଟଙ୍କା ମିଶାଇ ୨୧ ହଜାର ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ଜମା କରି ଦେଇଛନ୍ତି । ଅରାଧ୍ୟାଙ୍କ କହିବା ଅଟେ କି ଜଲ୍ଦି କରୋନା ଭାଇରସ ସଙ୍କଟ ଶେଷ ହୋଇଯାଉ ଓ ଏଥିପାଇଁ ସେ ଭଗବାନଙ୍କୁ ସବୁଦିନ ପ୍ରାର୍ଥନା ବି କରୁଛନ୍ତି ।

Leave a Reply

Your email address will not be published. Required fields are marked *