ଦେଖନ୍ତୁ Video: ମାଟ୍ରିକ ମାର୍କକୁ ନେଇ ବିବାଦ ପରେ ମାର୍କେଟକୁ ଆସୁଛି ନୂଆ ମ୍ୟାଟ୍ରିକ ଗୀତ, ଯାହା ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ କରୋନା ମହାମାରୀ ପାଇଁ ବର୍ତ୍ତମାନ ସମଗ୍ର ବିଶ୍ଵ ଚିନ୍ତିତ ଥିବା ବେଳେ ଏହି ସମୟ ରେ ମାଟ୍ରିକ ରେଜଲ୍ଟ କୁ ନେଇ ଚର୍ଚ୍ଚା ଜୋର ଧରିଛି । କରୋନା ମହାମାରୀ ପାଇଁ ପରୀକ୍ଷା ହୋଇ ପାରି ନ ଥିବାରୁ ଛାତ୍ରଛାତ୍ରୀ ମାନଂକୁ ପୂର୍ବ ପରୀକ୍ଷା ଅନୁସାରେ ମାର୍କ ଦିଆଯାଇଛି ।

ମାଟ୍ରିକ ପରୀକ୍ଷା କୁ ବାତିଲ କରିବା ପାଇଁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଭୁବନେଶ୍ୱର ସହିତ ଆହୁରି ଅନେକ ସ୍ଥାନ ରେ ଷ୍ଟ୍ରାଇକ କରିବାର ଦେଖିବାକୁ ମିଳିଥିଲା । ଏହା ପରେ ମାଟ୍ରିକ ପରୀକ୍ଷା ବାତିଲ ମଧ୍ୟ ହୋଇଯାଇଥିଲା । କିନ୍ତୁ ଯେତେବେଳେ ମାଟ୍ରିକ ପରୀକ୍ଷା ରେଜଲ୍ଟ ଆସିଥିଲା ସେତେବେଳେ କିଛି ଛାତ୍ରଛାତ୍ରୀ ମାନେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ।

ବିଶେଷ କରି ଘରୋଇ ବିଦ୍ୟାଳୟ ର ପିଲା ମାନେ ମାଟ୍ରିକ ରେଜଲ୍ଟ କୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଘରୋଇ ଶିଶୁ ମନ୍ଦିର ପିଲା ମାନେ ସରକାରୀ ବିଦ୍ୟାଳୟ ର ପିଲା ମାନଙ୍କୁ ବ୍ୟଙ୍ଗ କଲା ପରି ଅନେକ କଥା କହିଥିଲେ । କେତେକ ଶିଶୁ ମନ୍ଦିର ପିଲା ଙ୍କ ର ଭିଡିଓ ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ ଭାଇରାଲ ହୋଇଥିଲା ।

ତେବେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ଏହି ଶିଶୁ ମନ୍ଦିର ଓ ସରକାରୀ ବିଦ୍ୟାଳୟ ର ପିଲା ମାନଙ୍କ ର ଏହି ଭଳି ବ୍ୟଙ୍ଗାତ୍ମକ ଯୁକ୍ତି କୁ ନେଇ ବର୍ତ୍ତମାନ ବଜାର କୁ ଏକ ନୂଆ ଗୀତ ଆସୁଛି । “କଣ ଗମେଣ୍ଟ ସ୍କୁଲ ପିଲା ବୋଲି…… ଭାବୁଛ ଆମକୁ କାଠ ଚୁଲି” ଏହି ଭଳି ଶୀର୍ଷକ ଥିବା ଗୀତ ଆଉ କିଛି ଦିନ ପରେ ମାର୍କେଟ କୁ ଆସିବାକୁ ଯାଉଛି ।

ଖାସ କରି ମାଟ୍ରିକ ପରୀକ୍ଷା ରେଜଲ୍ଟ କୁ ନେଇ ଏହି ଗୀତ କୁ ତିଆରି କରାଯାଇଛି । ଏହି ଗୀତ ରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ କହିଛନ୍ତି ଯେ ଏହି ଗୀତ ଜରିଆ ରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ମେସେଜ ଦିଆଯାଇଛି ଯେ କୌଣସି ବିଦ୍ୟାଳୟ ମଧ୍ୟରେ କିଛି ଫରକ ନାହିଁ ।

ସରକାରୀ ବେସରକାରୀ ସମସ୍ତ ବିଦ୍ୟାଳୟ ରେ ପାଠ ସମ୍ମାନ ଭାବରେ ପଢ଼ାଯାଏ । ମାର୍କ କୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯେଉଁ ବିବାଦ ଚାଲିଛି କେବଳ ତାହା ପାଇଁ ହିଁ ଏହି ଗୀତ କୁ ପ୍ରସ୍ତୁତ କରାଯାଇଛି । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *