Breaking News: ଆସୁଛି ଲଘୁଚାପ, ପ୍ରଭାଲ ବର୍ଷିବ, ସାବଧାନ ରୁହନ୍ତୁ ଏହି ସବୁ ଜିଲ୍ଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ତାତି ରୁ ମିଳିବ ତ୍ରାହି ଆସନ୍ତା April 7 ରେ ଲଘୁଚାପ ସମ୍ଭାବନା ରହିଅଛି । ଆସନ୍ତା April 6 ତାରିଖ ରେ ଦକ୍ଷିଣ ଆଣ୍ଡାମାନସାଗର ଏବଂ ଅଞ୍ଚଳର ଉପରି ଭାଗରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ର ସମ୍ଭାବନା ରହିଅଛି । ଏହାର ପ୍ରଭାବରେ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ର ପାଣିପାଗବିଜ୍ଞାନୀ ଡାକ୍ତର ଉମାଶଙ୍କର ଦାସ କହିଛନ୍ତି ଯେ ପରିପାକ୍ତ ରେଞ୍ଜ ଆକଳନ ରୁ ସୂଚନା ମିଳିଛି ଯେ

ଏପ୍ରିଲ ପ୍ରଥମ ସପ୍ତାହ ରେ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସାଇକ୍ଳୋନିକ ସର୍କୁଲେସନ ଅଥବା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ଉପରେ ପାଣିପାଗ ବିଭାଗ ପକ୍ଷରୁ ନଜର ରଖାଯାଇଅଛି । ସେ କହିଛନ୍ତି ଯେ ବର୍ତ୍ତମାନ ଅପର ସାଇକ୍ଳୋନିକ ସର୍କୁଲେସନ ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର ରୁ ଥାଇଲାଣ୍ଡ ଗଲ୍ଫ ଅଫ ଥାଇଲାଣ୍ଡ ଦେଇ ସାଉଥ ଆଣ୍ଡାମାନ ରେ ଏପ୍ରିଲ 5 ତାରିଖ ସୁଦ୍ଧା ପହଁଞ୍ଚିଯିବ ।

ଏହାପରେ ସେ ଘନୀଭୂତ ହେବ ୪୮ ଘଣ୍ଟା ପର୍ଯ୍ୟନ୍ତ । ଏବଂ ଏପ୍ରିଲ ୬ ତଥା ଏପ୍ରିଲ ୭ ରେ ତାହା ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଯିବ । ଏହା ପରେ ମଧ୍ୟ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଘନୀଭୂତ ହେବ । ମାତ୍ର ଏହା ଅଧିକ ଭୟଙ୍କର ରୂପ ନ ନେଇ ଅବପାତ ରୂପ ନେଇପାରେ ।

ଏହା ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ କୁ ବିଶେଷ ଭାବରେ ପ୍ରଭାବିତ କରିବ । ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିପାରେ । ଏଣୁ ସମୁଦ୍ର କୂଳିଆ ଜିଲ୍ଲା ମାନନକୁ ସତର୍କ ରହିବାକୁ କୁହାଯାଇଅଛି । ତଳି ଅଞ୍ଚଳର ଲୋକଙ୍କୁ ସାବଧାନତା ର ସହିତ ଜୀବନ ଜାପନ କରିବାକୁ ହେବ । ଏହା ସହିତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ନିର୍ଦ୍ଧେଶ ଦିଆଯାଇଅଛି । ବାରମ୍ବାର ବନ୍ୟା ବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇ ସମଗ୍ର ଓଡିଶା ର ପରିସ୍ଥିତି କୁ ବଦଳାଇବାରେ ଲାଗିଛି ।

ଏପରି ବାରମ୍ବାର ହେବା ଫଳରେ ଜନସାଧାରଣ କୁ ନାନା ପ୍ରକାରର ବିପତ୍ତି ର ସମୁଖୀନ ହେବାକୁ ପଡୁଛି । ସହଜରେ କେଉଁଠାକୁ ଯାତାୟତ ମଧ୍ୟ ବନ୍ଧ ହେଇ ଯାଉଅଛି । ମାତ୍ର ଆସୁଥିବା ଲଘୁଚାପ ରେ ବର୍ଷା କ୍ରମଶ ଲାଗି ରହିବ । ବିଜୁଳି ଘଡ ଘଡି ସହିତ ବୃଷ୍ଟିପାତ ସୁନିଶ୍ଚିତ ବୋଲି ସୂଚନା ମିଳିଅଛି । ତେବେ ଆପଣ ମାନେ ପୂର୍ବରୁ ସତର୍କ ରୁହନ୍ତୁ । ବନ୍ଧୁଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *