ଆଉ ମାତ୍ର 6 ଘଣ୍ଟାରେ ଆରମ୍ଭ ହେବ ବାତ୍ୟା, ରାଜ୍ୟର ଏହି ସବୁ ଜିଲ୍ଲାକୁ ରହିଛି ବିପଦ ସଙ୍କେତ

ବନ୍ଧୁଗଣ ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ଏକ ବଡ ସୂଚନା ମିଳିଛି । ପାଣିପାଗ ବିଭାଗ ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଆସନ୍ତା ୨୫ ତାରିଖ ସୁଧା ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ଅବପାତ ଏବେ ଗୋପାଳପୁର ଠାରୁ ୬୭୦ କିଲୋମିଟର ଓ ଆନ୍ଧ୍ରର କଳିଙ୍ଗପାଟନମ ଠାରୁ  ୭୪୦ କିଲୋମିଟର ଦୂରରେ ଅଛି । ଏହା ପ୍ରଥମେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏହା ପରେ ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୨୬ ତାରିଖ ସୁଧା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଏହି ବାତ୍ୟା ଅତିକ୍ରମ କରିବାର ସୂଚନା ରହିଛି ।

ବାତ୍ୟା ଗୋପାଳପୁର ଓ ବିଶାଖାପାଟନମ ଦେଇ ଅତିକ୍ରମ କରିପାରେ । ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ବନ୍ଧୁଗଣ ଏହାର ପ୍ରଭାବ ୨୫ ରୁ ୨୮ ତାରିଖ ତଥା ୪ ଦିନ ପର୍ଯ୍ୟନ୍ତ ରହିବ । ତେଣୁ ୨୫ ତାରିଖରେ ରାଜ୍ୟର କିଛି ଜିଲ୍ଲା ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହ ପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ପାଇଁ ୟେଲୋ ୱାର୍ନିଙ୍ଗ ଦିଆଯାଇଛି ।

ହେଲେ ଯେତେ ବେଳେ ଏହି ବାତ୍ୟାଟି ଗୋପାଳପୁର ଦେଇ ଗତି କରିବ ସେତେବେଳେ ରାଜ୍ୟର କିଛି ଜିଲ୍ଲାରେ ରେଡ ୱାର୍ନିଙ୍ଗ ଜାରି କରାଯିବ । ଏହି ବାତ୍ୟାରେ ଗଛ ଭାଙ୍ଗିବାର ସମ୍ଭାବନା ରହିଛି ଓ ଚାଳ ଘର ଆଦି ଭାଙ୍ଗିବାର ସମ୍ଭାବନା ରହିଛି । ରାଜ୍ୟରେ କନ୍ଧମାଳ, ରାୟଗଡା, ଗଞ୍ଜାମ ଓ ଗଜପତିରେ ଏହାର ପ୍ରଭାବ ଅଧିକ ପଡିପାରେ । ଏହି ବାତ୍ୟାର ଘଣ୍ଟାକୁ ବେଗ ୭୦ ରୁ ୮୦ କିଲୋମିଟର ରହିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *