‘Daman’ ହିନ୍ଦୀ ଫିଲ୍ମରେ ଗୀତ ଗାଇବେନି Bollywood ସିଙ୍ଗର Arijit Singh, ସେ ବହୁତ କଷ୍ଟଲି, କରୁଛନ୍ତି ଏତେ ଡିମାଣ୍ଡ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦମନ ଚଳଚିତ୍ରର ସ୍କ୍ରିପଟିଙ୍ଗ ଏବଂ ଏହାର ହିନ୍ଦୀ ଗୀତ ସମ୍ବନ୍ଧରେ ଆଜି ଆମ୍ଭ ଆପଣଙ୍କୁ ବିଶେଷ ସୂଚନା ଦେବାକୁ ଯାଉଅଛୁ । ତେବେ ଦମନ ଚଳଚିତ୍ର ଖୁବ ସଫଳତା ହାସଲ କରିଛି । ସମଗ୍ର ଦେଶରେ ବର୍ତମନ ଚାରିଆଡେ ଦମନ ଚଳଚିତ୍ର ର ଚର୍ଚ୍ଚା ଦେଖିବାକୁ ମିଳିଛି । ଦମନ କୁ ନେଇ ବଡ ବଡ ସେଲିବ୍ରିଟି ମାନେ ମଧ୍ୟ ଚର୍ଚ୍ଚା କରିଛନ୍ତି । ଏହି ସପ୍ତାହ ମଧ୍ୟରେ ଏହାର ହିନ୍ଦୀ ଡବିଙ୍ଗ ହେବ ବୋଲି ଚେଷ୍ଟା ଚାଲିଛି ।

ତେବେ ବାବୁସାନ ଏହି ଚଳଚିତ୍ରରେ ଗାଇଥିବା ଗୀତ ସବୁ ନିଜେ ଗାଇଥିଲେ । ବାବୁସାନ ନିଜେ ତାଙ୍କ କ୍ୟାରେକ୍ଟର କୁ ଭୟସ ଦେଇଛନ୍ତି ହିନ୍ଦୀରେ । ଆପଣଙ୍କୁ ବହୁତ ଭଲ ଲାଗିବା ଏହା ଜାଣି ଯେ ହିନ୍ଦୀ ଗୀତ ମଧ୍ୟ ବାବୁସାନ ହିଁ ଗାଇବେ । ଟ୍ରେଲର ପାଇଁ ଦୁଇ ଲାଇନ ଗତକାଲି ହିଁ ଡବିଙ୍ଗ ହୋଇଛି । ତେବେ ଅନ୍ୟସବୁ ଗୀତ ନିମନ୍ତେ କୈଳାସ ଖେର ନଚେତ ରଘୁବୀର ଯାଦବ ହୁଅନ୍ତୁ ଏମାନଙ୍କ ଟିମ ସହିତ କଥା ହୋଇଛନ୍ତି ଦମନ ର ଟିମ ଏବଂ ସେ ଏହା ସମ୍ବନ୍ଧରେ କାଲି ଜଣାଇବେ ବୋଲି କହିଛନ୍ତି ।

ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜିନିଷ ଫାଇନାଲ ହୋଇନାହିଁ । ତେବେ ସୂଚନା ମିଳିଥିଲା ଯେ ଅରିଜିତ ସିଂ ଦମନ ଗୀତ ବୋଲିବାକୁ ଯାଉଛନ୍ତି ବୋଲି । ମାତ୍ର ଏହାକୁ ନେଇ ଗୋରବ ଆନନ୍ଦ ଯିଏ କି ଦମନ ର ମ୍ୟୁଜିକ କମ୍ପୋଜର ସେ କହିଛନ୍ତି ଯେ ଏଥିରେ ଟିକିଏ ମାତ୍ର ସତ୍ୟତା ନାହିଁ । ଅରିଜିତ ସିଂ ଙ୍କର କାମ କରିବାର ଶୈଳୀ ଟିକିଏ ଅଲଗା ଅଟେ ।

ସେ ଆଗ ଗୀତ ମାଗନ୍ତି, ଏହାପରେ ଏହାର ପ୍ରଡ଼କ୍ସନ କୁ ଚେକ କରନ୍ତି କିଭଳି ହୋଇଛି ତଥା ଆରେଞ୍ଜମେଣ୍ଟ କିଭଳି ହୋଇଛି ? ଯଦି ତାଙ୍କୁ ଭଲ ଲାଗିଲା ତେବେ ସେ ଗୀତ ଗାଇଥାନ୍ତି । ଆଉ ଏହା ବ୍ୟତୀତ ସେ ବହୁତ ଅଧିକ ଟଙ୍କା ମଧ୍ୟ ନେଇଥାନ୍ତି । ଯେତିକି ରେଞ୍ଜ ରେ ଅଛନ୍ତି ସେହି ଅନୁସାରେ ଯିବେ ବୋଲି କହିଛନ୍ତି ଗୌରବ ଆନନ୍ଦ ।

ହିନ୍ଦୀରେ ଅନୁବାଦ କରିବା ପାଇଁ ବିଶାଲ ମୋରୟା ଯିଏ ଅଛନ୍ତି ସେ କରିଛନ୍ତି ସ୍କ୍ରିପ୍ଟ । ବିଶାଲ ହିଁ ସଂପୂର୍ଣ୍ଣ ଭାବରେ ହିନ୍ଦୀରେ ସ୍କ୍ରିପ୍ଟ ଲେଖିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *