ଦୀପାବଳୀରେ ଅର୍ଚ୍ଚନାଙ୍କୁ ଝୁରି ଝୁରି କାନ୍ଦୁଛି ପୁଅ ଆଉ କହୁଛି ‘ମୋ ମା’ ବାପା କୁଆଡେ ଗଲେ ? ମୋ ମା’ ପାଖକୁ ମତେ ନେଇଚାଲ…’

ବନ୍ଧୁଗଣ, ଆପଣ ମାନେ ନିଶ୍ଚିତ ଭାବରେ ବହୁ ଚର୍ଚ୍ଚିତ ହାନିଟ୍ରାପ ଭଳି ମାମଲା ରେ ଗିରଫ ହୋଇଥିବା ଅର୍ଚ୍ଚନା ଏବଂ ଜଗବନ୍ଧୁ କଥା ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଆଜି ଆମ୍ଭେ ଉଭୟ ଙ୍କ ପୁଅ କିଭଳି ତାଙ୍କ ମା’ ବାପା ଙ୍କ ସମ୍ବନ୍ଧରେ ପଚାରୁଛି ସେ ବିଷୟରେ ଆପଣଙ୍କୁ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ କୁନି ପୁଅ ଟି ଖୋଜୁଛି ତା ମା ତଥା ବାପାଙ୍କୁ ।

ମାତ୍ର ଏତେବଡ ଘର ଭିତରେ ସେ କାହାକୁ ଏ ସମ୍ବନ୍ଧରେ ପଚାରିବ ତଥା ଏ ନେଇ କିଏ ଉତ୍ତର ଦେବ ? ତା ମା ବାପା କି ଅପରାଧ କରିଛନ୍ତି  ତଥା କେଉଁ କାରଣ ନିମନ୍ତେ ଉଭୟଙ୍କୁ ପୋଲିସ ନେଇ ଜେଲ ଭିତରେ ରଖିଦେଇଛନ୍ତି ? ଦୀପାବଳୀ ରେ ତାଙ୍କ ମା’ ଘରସାରା ଦୀପ ତଥା ଆଲୁଅ ଜାଳି ଆଲୋକ କରୁଥିଲା ବାପା ଥିଲେ ପିଲାଟି କେତେ ବାଣ ଫୁଟାଇ ଥାନ୍ତା । କିନ୍ତୁ ଆଜି ପାଖରେ କେହି ନାହାଁନ୍ତି ।

ବର୍ତ୍ତମାନ ଶିଶୁ ଟି ତାଙ୍କ ମାଉସୀ ଘରେ ଏକୁଟିଆ ମୁହଁ ଶୁଖାଇ ବସିଥିବାର ଖବର ମିଳିଛି । ତାଙ୍କ ମାଉସୀ ମଧ୍ୟ କହୁନାହାଁନ୍ତି ଯେ ବାପା ମା’ କୁଆଡେ ଗଲେ ? ସେମାନେ ଘରେ ନା ଟିଭି ଲଗାଉଛନ୍ତି ନା ପିଲାଟିକୁ କିଛି କହୁଛନ୍ତି । ଜିଦି କରିଲେ ମୋବାଇଲ ତଥା ଟାବଲେଟ ଧରାଇ ଦେଇ ସେଥିରେ ଖେଳିବାକୁ କହୁଛନ୍ତି । ପିଲାଟିର ବାପା ମାଆ’ କୁଆଡେ ଗଲେ ବୋଲି ସେ ବାରମ୍ବାର ଏହି ପ୍ରଶ୍ନ ନିଜ ମନରେ ଆନୁଥିବାର ସୂଚନା ମିଳିଛି ।

ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କ ପୁଅ ଏହିଭଳି ଅନେକ ସାରା ପ୍ରଶ୍ନ ପଚାରିବା ସହିତ ଅନେକ ସମୟରେ ଅଳି ମଧ୍ୟ କରୁଛି । ଖାଇବା ପିଇବା ମଧ୍ୟ ସଠିକ ଭାବରେ କରୁ ନାହିଁ ପିଲାଟି ଖାଲି ଗୋଟିଏ ଜିଦ କରି କହୁଛି ଯେ ମତେ ମୋ ମା’ ପାଖକୁ ନିଅ । ତେବେ କଥାରେ ଅଛି ଯେ ବାପା ମା’ ଦୋଷ କରିଲେ ଏହାର ଅଭିଶାପ ଛୁଆ ଉପରେ ପଡେ ।

ତେବେ ଆଜି କଣ ସତରେ ଏହି କଅଁଳା ଛୁଆଟି ଉପରେ ଅଭିଶାପ ପଡିଛି ? ତେବେ ଏହି ପିଲାଟିର ଭବିଷ୍ୟତ କଣ ? କାଲି ଯେତେବେଳେ ସେ ବଡ ହେବ ଏବଂ ନିଜ ବାପା ମା’ ଙ୍କ ବିଷୟରେ ସମସ୍ତ କଥା ଜାଣିବ ତେବେ ସେ କଣ ଧର୍ଯ୍ୟ ଧରି ରହିପାରିବ ? ଏହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *