ସବୁଠୁ ବଡ ଖୁଲାସା ! ବଡ ବଡିଆଙ୍କ ଠାରୁ ନେଇ ଏହି ଓଡିଆ ହିରୋଇନଙ୍କୁ ପୁଳା ପୁଳା ଟଙ୍କା ପଠାଉଥିଲା Archana Nag

ବନ୍ଧୁଗଣ, ସୁନ୍ଦରୀ ଅର୍ଚ୍ଚନା ଙ୍କ କାହାଣୀ କାହାକୁ ମଧ୍ୟ ଅଛପା ନାହିଁ । କାରଣ ସୁନ୍ଦରୀ ଅର୍ଚ୍ଚନା ବଡ ବଡିଆ ଙ୍କୁ ମୋହରା ବନାଉଥିଲା ତଥା ବଡ ବଡିଆ ଙ୍କ ଠାରୁ ଟଙ୍କା ନେଉଥିଲା । ଆଉ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ବଡ ବଡିଆ ଙ୍କ ଠାରୁ ନେଇଛି ଆଉ ଓଡିଆ ହିରୋଇନ କୁ ଦେଇଛି । ସେହି ଓଡିଆ ହିରୋଇନ ଜଣଙ୍କ କିଏ ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଦାଣ୍ଡରେ ପଡି ହାଟରେ ଗଡୁଛି ।

ଆଉ ଏହିଭଳି କିଛି ଚର୍ଚ୍ଚା ସେତେବେଳେ ହେଉଛି ଯେତେବେଳେ ଇଡି ର ସ୍କାନର ରେ ଓଲିଉଡ ର ଓଡିଆ ମହିଳା କଳାକାର ଙ୍କ ନାମ ସାମ୍ନା କୁ ଆସିଛି । ଠିକ ସେତିକି ବେଳେ ସେହି ଓଡିଆ ହିରୋଇନ ର ଚର୍ଚ୍ଚା ବର୍ତ୍ତମାନ ସବୁଠାରେ ହେଉଛି । ଚାହା ଖଟିଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠାରେ ସେହି ଓଡିଆ ହିରୋଇନ କିଏ ?

ଯିଏ ସୁନ୍ଦରୀ ଅର୍ଚ୍ଚନା ଠାରୁ ପାଇଛି ମହୁ, ଅର୍ଚ୍ଚନା ମାମଲାରେ ଇଡି ଏକା ସାଙ୍ଗରେ ୧୨ ଜଣଙ୍କୁ ନୋଟିସ ଜାରି କରିଛି । ଆଉ ଖୁବ ଶୀଘ୍ର ସେହି ୧୨ ଜଣଙ୍କ ଭିତରେ ଥିବା ବଡ ମୁଣ୍ଡ ଭିତରକୁ ଆସିବେ । ଅର୍ଥାତ ଜେରା ହେବେ ଏହା ଭିତରେ ନେତା ଏବଂ ବ୍ୟବସାୟୀ ମଧ୍ୟ ଅଛନ୍ତି । ଆଉ ଏହା ଭିତରେ ଇଡି ସ୍କାନର ରେ ଯେତେବେଳେ ଓଡିଆ ସୁନ୍ଦରୀ ଆସିଛନ୍ତି ଠିକ ସେତିକି ବେଳେ ଆହୁରୀ ଚର୍ଚ୍ଚା ଜୋରଦାର ହୋଇଛି ।

ଓଲିଉଡ ର କିଛି କଳାକାର ଙ୍କୁ ସୁନ୍ଦରୀ ଅର୍ଚ୍ଚନା ଅନଲାଇନରେ କିଛି ଟଙ୍କା ବିଭିନ୍ନ ସମୟରେ ପଠାଇଛନ୍ତି । ଯେଉଁ ମାନଙ୍କର ଠିକଣା ପାଇସାରିଛି ଇଡି । ଏମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଓଡିଆ ହିରୋଇନ । ଆଉ ସେମାନଙ୍କୁ ଅର୍ଚ୍ଚନା କ’ଣ ପାଇଁ ଟଙ୍କା ପଠାଉଥିଲା ତାହା ଜାଣିବା ପାଇଁ ଇଡି ଖୁବ ଶୀଘ୍ର ସେହି ମହିଳା ହିରୋଇନ କୁ ନୋଟିସ ଜାରି କରିବ । ତେବେ ସବୁଚର୍ଚ୍ଚା ଭିତରେ ସେହି ହିରୋଇନ କିଏ ବୋଲି ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ।

ଖବର ଜାଣିବା ପରେ ଲୋକଙ୍କ ମନରେ ଏ ବିଷୟରେ ଅଧିକ ଜାଣିବା ଇଛାଶକ୍ତି ଜାଗୃତ ହୋଇଛି । ତେବେ ଅର୍ଚ୍ଚନା ଙ୍କ ବିରୁଦ୍ଧରେ ଆଉ କେଉଁ କେଉଁ ଗୁମର ଖୋଲିବାକୁ ଯାଉଅଛି ତାହା ଦେଖିବା ବାକି ରହିଲା । ଗୋଟେ ପରେ ଗୋଟେ ଅନେକ କଥା ବାହାରିବାକୁ ଲାଗିଛି ଆଉ ବର୍ତ୍ତମାନ ଓଲିଉଡ ର ମହିଳା କଳାକାର ମଧ୍ୟ ବାଦ ପଡିଲେ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *