ଅର୍ଚ୍ଚନା ମୁହିଁରେ ଜମା ବି ନାହିଁ ପଶ୍ଚାତାପ ର ଲକ୍ଷଣ, କିନ୍ତୁ ଅଛି ମୁହଁ ଟାଣ, ଏତେ ସବୁ ପରେ ବି କଣ କହୁଛି ଶୁଣନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଆଜି ଭୁବନେଶ୍ଵର  କୋର୍ଟ କୁ ଯାଇଥିଲେ । ଏବଂ ବାହାରିବା ସମୟରେ ତାଙ୍କ ମୁହଁରେ ନା ଥିଲା ପଶ୍ଚାତାପ ନାଥିଲା କୌଣସି ଭୟ କି ଦେଖାଯାଇ ନଥିଲା ଅର୍ଚ୍ଚନା ଙ୍କ ମୁହଁ ଶୁଖିଥିବାର । ସେ ସେହିଭଳି ଚମକୁଥିଲେ ଜେଭଳି ସେ ଜେଲ କୁ ଯିବା ପୂର୍ବରୁ ଚମକୁଥିଲେ । ଅର୍ଚ୍ଚନା ଜେଲ ଭିତରେ ରହି ମଧ୍ୟ ରୀତିମତ ବାହାରେ ତାଙ୍କ ସମ୍ବନ୍ଧରେ କିଏ କଣ ଖବର କହୁଛି ତଥା ଗଣମାଧ୍ୟମ କଣ କହୁଛି ତାହା ସମ୍ବନ୍ଧରେ ସବୁ ଜିନିଷର ଖବର ରଖିଥିଲେ ।

ନଚେତ ସେ ଜାଣିଲା କିଭଳି ଯେ ଗଣମାଧ୍ୟମରେ ତାଙ୍କ ସମ୍ବନ୍ଧରେ କି ଆଲୋଚନା ଚାଲିଛି ବୋଲି ? ଗଣ ମାଧ୍ୟମକୁ ଆଜି ଅନେକ କଥା କହିଦେଇଛନ୍ତି ଅର୍ଚ୍ଚନା ନାଗ । ଏହା ସହିତ ଯିବା ବାଟରେ ସେ କହିଥିଲେ ଯେ ତଦନ୍ତ ହେଉ ସତ କଥା କଣ ତାହା ସାମ୍ନା କୁ ଆସିବ । ପୋଲିସ ର ସତ ଚେଷ୍ଟା ପରେ ମଧ୍ୟ ଆଜି ଅର୍ଚ୍ଚନା ନାଗ ନିଜ ମୁହଁ ଟାଣ କରି ଏତେ କଥା ବଖାଣିଛନ୍ତି ।

ସେ ଏଠାରେ ଗଣମାଧ୍ୟମ କୁ ହିଁ ଦୋଷୀ ର ଆଖ୍ୟା ଦେଇଛନ୍ତି । ଅର୍ଚ୍ଚନା ଯିବା ବାଟରେ କହିଲେ ଯେ ବିନା ପ୍ରମାଣରେ କୌଣସି ପ୍ରକାରର ଆଲିଗେସନ ଲଗାଅ ନାହିଁ ଏବଂ ସବୁ କଥା ର ସତ୍ୟତା ତଦନ୍ତ ପରେ ହିଁ ଜଣାପଡିବ । ଅର୍ଚ୍ଚନା ନାଗ ଅଧିକ କିଛି ଗଣ ମାଧ୍ୟମ ଆଗରେ ଯେମିତି ନ କୁହନ୍ତୁ ସେଥିପାଇଁ ପୋଲିସ ସବୁ ପ୍ରକାର ବ୍ୟବସ୍ଥା କରିଥିଲା ।

ଯେପରି କଳାକପଡା ଥିବା ଭ୍ୟାନରେ ଆଣିବା ଏବଂ ପୋଲିସ ଘେରାରେ ତାଙ୍କୁ ନେଇ ଭ୍ୟାନ ରେ ବସାଇ ନେଇଯିବା ଏହା ପ୍ରମାଣ କରୁଥିଲା । ଗତଥର ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ଶୁଣାଣି କରାଯାଇଥିଲା କିନ୍ତୁ କୋର୍ଟ ର ନୀତି ନିୟମ ଅନୁସାରେ ପ୍ରତି ୧୪ ଦିନରେ ଥରେ ଆଶାମି କୁ କୋର୍ଟ ରେ ହାଜର କରାଯାଇଥିବାର ବ୍ୟବସ୍ଥା ରହିଛି ଏବଂ ଏଥିପାଇଁ ଆସି ପହଞ୍ଚି ଥିଲେ ଅର୍ଚ୍ଚନା ନାଗ ।

ଅର୍ଚ୍ଚନା ଯେତିକି କନ୍ଫିଡେଣ୍ଟ ନଥିଲେ ତାହା ଠାରୁ ଅଧିକ କନ୍ଫିଡେଣ୍ଟ ଥିଲେ ତାଙ୍କର ଓକିଲ । ଏବଂ ସେ ମି-ଡି-ଆ ଆଗରେ କହିଥିଲେ ଯେ ମି-ଡି-ଆ, ଗୋଟିଏ ପ୍ରକାରର ମି-ଡି-ଆ ଟ୍ରାଇଲ ଚଳାଇଛି । ମାତ୍ର ତାଙ୍କ କ୍ଲାଇଣ୍ଟ ସଂପୂର୍ଣ୍ଣ ଭାବରେ ନିର୍ଦ୍ଧୋସ ଏବଂ ସେ ନିଶ୍ଚିତ ଭାବରେ ବହୁତ ଶୀଘ୍ର ବେଲ ପାଇବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *