ପୋଲିସ୍ ବୁଲ୍ଡୋଜର ଭାଙ୍ଗିବ Archana ଭୁବନେଶ୍ୱର ଓ କେସିଙ୍ଗା ଘର…

ନମସ୍କାର ବନ୍ଧୁଗଣ ତେବେ ଅର୍ଚ୍ଚନା ନାଗଙ୍କ ବ୍ଲ-ଆକ୍‌ -ମେଲିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏହାରି ଭିତରେ ପୁଲିସ୍‌ ଅର୍ଚ୍ଚନାର ଇତିହାସ ଅଣ୍ଡାଳି ବହୁ ତଥ୍ୟ ପାଇଛି । ୨୦୧୬ରେ ଘର ଭଡ଼ା ନେଇ ରହୁଥିବା ଅର୍ଚ୍ଚନା କେମିତି କୋଟି କୋଟି ଟଙ୍କାର ମାଲିକ ହେଲେ ସେ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି । ପୁଲିସ୍‌ ଜାଣିବାକୁ ପାଇଛି ଅର୍ଚ୍ଚନାଙ୍କ ପ୍ରଥମ ଶିକାର ଓଲିଉଡ୍‌ର ପ୍ରଯୋଜକ ‘ସ୍ୱାଇଁ ବାବୁ’ ।


ଅର୍ଚ୍ଚନା ୨୦୧୬ରେ ସ୍ୱାଇଁ ବାବୁଙ୍କ ଘରେ ରହୁଥିଲେ । ସ୍ୱାଇଁ ବାବୁଙ୍କ ଖରାପ ନଜର ପଡିଥିଲା ଅର୍ଚ୍ଚନାଙ୍କ ଉପରେ । ଏହାପରେ ଉଭୟଙ୍କ ମଧ୍ୟରେ ସହମତିରେ ସମ୍ପର୍କ ରହିଥିଲା । ଏହାର ଫାଇଦା ନେଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଅର୍ଚ୍ଚନା ଉଠାଇ ଥିଲେ । ଏହାପରେ ଅର୍ଚ୍ଚନା ସ୍ୱାଇଁ ବାବୁଙ୍କ ନାଁରେ ମହିଳା ଥାନାରେ ଦୁ-ଷ୍କଅର୍ମ ଅଭିଯୋଗ ଆଣିଥିଲେ ।

ମହିଳା ଥାନା ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ କରିଥିଲା । ଥାନାରେ ବଳାତ୍କାର ମାମଲା ରୁଜୁ ପରେ ସ୍ୱାଇଁ ବାବୁଙ୍କ ନିଦ ହଜିଯାଇଥିଲା । ତେଣୁ ଅର୍ଚ୍ଚନାଙ୍କ ସହ ଡିଲ୍‌ ହୋଇଥିଲା । ତେବେ ଅର୍ଚ୍ଚନା ୧୫ ଲକ୍ଷ ଦାବି କହିଥିଲେ । ୮ ଲକ୍ଷ ଟଙ୍କା ଟଙ୍କା ନେଲା ପରେ ଅର୍ଚ୍ଚନା ଚୁପ୍‌ ହୋଇଥିଲେ । ମହିଳା ଥାନା ପୁଲିସ୍‌ ଡାକ୍ତରୀମାଇନା ଓ ବୟାନ ରେକର୍ଡ ପାଇଁ ଅର୍ଚ୍ଚନାଙ୍କୁ ଡାକିଥିଲେ ।

କିନ୍ତୁ ସେ ପୁଲିସ୍‌କୁ ସହଯୋଗ କରିନଥିଲେ । ମହିଳା ଥାନା ପୁଲିସ୍‌ ଉକ୍ତ କେସ୍‌କୁ ମିଥ୍ୟା ପ୍ରମାଣ କରି କୋର୍ଟକୁ ଜଣାଇଥିଲା । ସ୍ୱାଇଁ ବାବୁଙ୍କ ଠାରୁ ୮ ଲକ୍ଷ ଟଙ୍କା ନେଲା ପରେ ଅର୍ଚ୍ଚନା ପ୍ରମାଣ ନଷ୍ଟ କରି ନଥିଲେ । ଏହାପରେ ମଧ୍ୟ ୨ ଥର ବ୍ଲ-ଆକ୍‌ -ମେଲିଂ କରିଥିଲେ । ଓଲିଉଡ୍‌ର ପ୍ରଯୋଜକ ‘ସ୍ୱାଇଁ ବାବୁ’ଙ୍କୁ ଠାରୁ ନିଜର କଳାଦୁନିଆ ଆରମ୍ଭ କରିଥିବା ଅର୍ଚ୍ଚନା ଶେଷରେ ପ୍ରଯୋଜକ ଅକ୍ଷୟ ପରିଜାକୁ ବ୍ଲ-ଆକ୍‌ -ମେଲିଂ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ତାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା ।


ତେବେ ଅର୍ଚ୍ଚନାଙ୍କର ପୁଣି କିଛି ଚାଟିଂ ପଦାକୁ ଆସିଛି । ସେଥିରେ ଅର୍ଚ୍ଚନା ତାଙ୍କର ଜଣେ ମହିଳା ସାଙ୍ଗଙ୍କୁ କହିଛନ୍ତି… ଡିସିପି ଶତପଥୀ ସାର୍‌ ଦେଖା ହୋଇଥିଲେ । ଜନ୍ମଦିନକୁ ଆସି ନଥିଲେ ବି ସେ ଗୋଲ୍ଡ ରିଙ୍ଗ ଗିଫ୍ଟ କରିଛନ୍ତି… । ଏହାର ଉତ୍ତରରେ ଅର୍ଚ୍ଚନାଙ୍କ ସାଙ୍ଗ କହୁଛନ୍ତି… ଭଲ ଲାଗୁଛି… । ତମ ସାରଙ୍କୁ କହୁନ …. ଆମକୁ ଗିଫ୍ଟ ଦେବେ… । ଏହି ଚାଟିଂ ପ୍ରମାଣ କରୁଛି କମିଶନରେଟ୍‌ ପୁଲିସରେ ପୂର୍ବରୁ ଥିବା ସେ ଶତପଥୀ ସାର୍‌ଙ୍କ ସହ ଅର୍ଚ୍ଚନାଙ୍କ ଘନିଷ୍ଠ ସମ୍ପର୍କ ରହିଛି । ସେ ସାର୍‌ଙ୍କ ଜରିଆରେ ବିଭିନ୍ନ ନେତାଙ୍କ ସହ ମିଶୁଥିଲେ ।


ସେଥିପାଇଁ କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ମଧ୍ୟ ତାଙ୍କର ଅବାଧ ପ୍ରବେଶ ରହିଥିଲା । ଯାହର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ତେବେ ଏହା ଛଡା ଶୁଣିବାକୁ ମିଳୁଛି କି ଅର୍ଚ୍ଚନା ଙ୍କ ମହଲ ଭଳି ଘର ଉପରେ ବର୍ତ୍ତମାନ ବୁଲଡୋଜର ଚଢ଼ିବ । ତେବେ ଏହା ଛଡା କେସିଙ୍ଗା ରେ ନିଜର ପିତୃକ ଘର ଉପରେ ମଧ୍ୟ ବୁଲଡୋଜର ଚଢ଼ିବ । ତେବେ ଏଭଳି ଘର ନୁହେ ବେଶ୍ୟାଳୟ କୁ ନଷ୍ଟ କରିବା ନିହାତି ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *