ଅଭିନେତା ବୁଦ୍ଧାଦିତ୍ୟଙ୍କ ବଡ ଖୁଲାସା ! Anubhav Mohanty ଙ୍କୁ ନେଇ କହିଦେଲେ କିଛି ଏମିତି କି ଏବେ ହେଉଛି ଚର୍ଚ୍ଚା…

ଓଲିଉଡର ସୁପର ଷ୍ଟାର ଅନୁଭବ ମହାନ୍ତି ଅନେକ ସ୍ଵପ୍ନ ଦେଖନ୍ତି ଅନୁଭବଙ୍କ ଭଳି ଅଭିନେତା ହେବା ପାଇଁ । ହେଲେ ଅନୁଭବଙ୍କ ଭଳି କିଏ ହୁଅନ୍ତୁ ଆଉ କଷ୍ଟ ପାନ୍ତୁ ସେ କଥା ଅନୁଭବ ଚାହାନ୍ତି ନାହିଁ । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ କଥା ସର୍ବ ସମ୍ମୁଖରେ କହିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଭୁବନେଶ୍ବରରେ ଫିଲ୍ମ ପ୍ରଯୋଜକ ବସନ୍ତ ନାୟକ ଜୟନ୍ତୀରେ ଆୟୋଜନ କାର୍ଯ୍ୟକ୍ରମରେ ଅନୁଭବ ଏପରି କିଛି କଥା କହିଛନ୍ତି ।

ମଞ୍ଚ ତଳେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ବସି ଥିବା ବେଳେ ଅଭିନେତା ବୁଦ୍ଧାଦିତ୍ୟଙ୍କ ଏକ ଟିପ୍ପଣୀକୁ ଅନୁଭବ କଟାକ୍ଷ କରି ଥିଲେ । ବୁଦ୍ଧାଦିତ୍ୟ କହି ଥିଲେ ମୁଁ ଅନୁଭବ ମହାନ୍ତି ହେବାକୁ ଚାହୁଁଛି । ଯାହାକୁ ନେଇ ମଞ୍ଚ ତଳେ ବସି ଥିବା ଅନୁଭବ ମହାନ୍ତି କହିଥିଲେ, ଜାଣିଛ ତ ଅନୁଭବ ହେବାକୁ ହେଲେ କଣ କରିବାକୁ ହେବ କାହାକୁ ବାହା ହେବାକୁ ପଡିବ ।

ତେବେ ଦର୍ଶକ ବନ୍ଧୁ ଏବେ ବର୍ଷାଙ୍କ ସହ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରଧିନ ଅବସ୍ଥାରେ ରହିଛି । 2022 ମେ ମାସରେ ଓଡିଶା ସମ୍ବାଦକୁ ସାକ୍ଷାତ୍କାର ଦେଇ କହିଥିଲେ ବର୍ଷା କିପରି ତାଙ୍କ ଜୀବନକୁ ବରବାଦ କରିଦେଲେ । ଏପରି କି ମରିଯିବେ ପଛେ ବର୍ଷାଙ୍କୁ ଆପଣାଇ ପାରିବେ ନାହିଁ ବୋଲି ଅନୁଭବ ନିଜେ କହି ଥିଲେ ।

ଅନୁଭବ ଏହି ସାକ୍ଷାତ୍କାରରେ କହିଛନ୍ତି, ମୋ ଭଗବାନଙ୍କୁ ଯିଏ ବାହାର କରି ଦେଇଛି ମୋ ବାପା, ମାଆ ମୋ ବଡ ବାପା, ବଡ ମାଆ ସେମାନେ ଘରକୁ ଯାଇ ପାରୁ ନାହାନ୍ତି ମୁଁ ମରିଯିବି ଆଜ୍ଞା ସେ ଲୋକକୁ ଅପଣାଇ ପାରିବି ନାହିଁ । ଯେଉଁ ଲୋକର ପରିଚୟ ହିଁ ଠିକ ନାହିଁ ସେ ମୋତେ ମାରିଦେବେ ଯଦି କଣ ଗ୍ୟାରେଣ୍ଟି ଅଛି । ବିନା ଭୁଲ କରି ଏତେ ଦୋଷ ମୋ ବିରୋଧରେ ତା ହେଲେ ମୋ ସାଙ୍ଗରେ ରହିଲେ ତ ମୋତେ ଅତି ସହଜରେ ମାରିଦେବେ ।

ତେବେ ଦର୍ଶକ ବନ୍ଧୁ ଏବେ ପୁଣି ମଞ୍ଚ ତଳେ ଜାଗୃତି ଶୁକ୍ଲାଙ୍କ ସାମ୍ନାରେ ଅନୁଭବ ଏପରି କହିବା ବେସ ଚର୍ଚ୍ଚାର ବିଷୟ ପାଲଟିଛି । ଜାଗୃତି ଆଉ ଅନୁଭବଙ୍କ ସମ୍ପର୍କକୁ ନେଇ ବି ଆଗରୁ ଅନେକ ବିବାଦ ସୃଷ୍ଟି ହୋଇଛି । ଆଉ ଏବେ ଅନୁଭବଙ୍କର ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *