Anubhav ଏମିତି କଣ ଗୁମର କହିଦେଲେ ? ଅନୁଭବଙ୍କୁ ହାତ ଉଠେଇଲେ Sanjay Nayak, ଦେଖନ୍ତୁ ଏହି ମଜାଦାର ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଯୋଜକ ଟୁଟୁ ଦାସ ଙ୍କର 26 ତମ ବିବାହ ବାର୍ଷିକ ଅବସରରେ ଅନୁଭବ କିଛି ଏଭଳି କଥା କହିଥିଲେ, ଯାହାକୁ ନେଇ ପ୍ରଯୋଜକ ଟୁଟୁ ଦାସ ତାଙ୍କୁ ହାତ ଉଠାଇବାକୁ ଆଗେଇ ଆସିଲେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅନୁଭବ ଆନାଉସମେଣ୍ଟ କରି କହିଲେ ଯେ ମୋର ଅଜା ତୁଲ୍ୟ ସରି ଅରିନ୍ଦମ ଙ୍କର ମଧ୍ୟ ଅଜା ତୁଲ୍ୟ ଟୁଟୁ ଅଜା, ଏହିଭଳି କହିଲା ବେଳକୁ ଟୁଟୁ ତାଙ୍କ ଉପରକୁ ଥଟାରେ ହାତ ଉଠାଇଲେ ।

ଅନୁଭବ କହିଛନ୍ତି ଯେ ତାଙ୍କର ଦିଲ୍ଲୀ ଯିବାର ଥିଲା ବହୁତ ଜରୁରୀ କାମ ଥିଲା । ଅଜା କହିଲେ କାଲି ରାତିରେ ରାଗିକି ଯଦି ତୁ ଦିଲ୍ଲୀ ଗଲୁ ତେବେ ତୋ ସହିତ ସବୁ ସମ୍ପର୍କ କଟିଗଲା । ଟୁଟୁ ଏହା ମଧ୍ୟ କହିଲେ ଯେ ୨୫ ବର୍ଷ ବାହାଘରରେ ଥରେ ମଧ୍ୟ ବିବାହ ବାର୍ଷିକ ସେଲିବ୍ରେଟ କରିଛନ୍ତି କି ? ପ୍ରଥମ ଥର କରୁଛି ଏଣୁ ଆସିବା ଦରକାର ନଚେତ ଅସୁବିଧା ହୋଇଯିବ ।

ଏହାକୁ ନେଇ ଅନୁଭବ ଟୁଟୁ ଙ୍କୁ ପଚାରନ୍ତି ଯେ ଆପଣଙ୍କୁ କ’ଣ ୨୫ ବର୍ଷ ଲାଗିଗଲା ଏହା ମାନିବାକୁ ଯେ ଆପଣ ବିବାହ କରିଛନ୍ତି ? ତେବେ ଏହା କାହା ଦୋଷ, ଆପଣଙ୍କ ଦୋଷ ନା ଆମର ? ଟୁଟୁ ଙ୍କୁ କହିଥିଲେ ଯେ ଏତେ ଭଲ ପାର୍ଟନର ପାଇ ଆପଣ କେମିତି ସେଲିବ୍ରେଟ କରୁ ନଥିଲେ । ଟୁଟୁ କହିଥିଲେ ଯେ ସିଲଭର ଯୁଗଲି ର ମଜା ଅଲଗା ରହିଥାଏ ।

ଏହା ପରେ ସେ କହିଥିଲେ ଯେ ଗତ ବର୍ଷ ସେ ପାଳନ କରିଥାନ୍ତେ କିନ୍ତୁ କୋଭିଡ ପାଇଁ କରିଲେ ନାହିଁ । ଏହାପରେ ଅରିନ୍ଦମ ଟୁଟୁ ଙ୍କ ହାତରୁ ମାଇକ ନେଇଥିଲେ । ଟୁଟୁ ଅରିନ୍ଦମ କୁ କୁହନ୍ତି ଯେ ମୋ ସପକ୍ଷରେ କହିବୁ ଅନୁଭବ ଦୁଷ୍ଟ ଟା । ଅରିନ୍ଦମ କହିଥିଲେ ଯେ ସମସ୍ତଙ୍କୁ ଶୁଭ ସନ୍ଧ୍ୟା ଏବଂ ଆଜି ଯାହା ପାଇଁ ସମସ୍ତେ ଏକାଠି ହୋଇଛେ ୨୫ ବର୍ଷ କହି ତାଙ୍କୁ ଡ଼ାକିଥିଲେ କିନ୍ତୁ କେକ ରେ ଲେଖା ହୋଇଛି ୨୬ ବର୍ଷ ।

ଅର୍ଥାତ ଗୋଟିଏ ବର୍ଷ ଲେଟ ରେ ସେଲିବ୍ରେଟ ହେଉଛି । ପ୍ରଥମେ ଦୁଇ ଜଣଙ୍କୁ ବହୁତ ବହୁତ ଅଭିନନ୍ଦନ ଯେ ସେମାନେ ଅତି ସୁନ୍ଦର ଭାବରେ ନିଜ ଜୀବନ କଟାଇଛନ୍ତି । ତେବେ ଏହିଭଳି ଭାବରେ ଖୁସିର ମୂହୁର୍ତ୍ତ କୁ ପାଳନ କରିଥିଲେ ସମସ୍ତେ ମିଶି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *