ଅନୁଭବଙ୍କୁ ବ୍ୟୋମକେଶଙ୍କ ପ୍ରଶ୍ନ, କହିଲେ ‘ମୁଁ ତୁମ କଥାରେ ଦୁଃଖିତ କିନ୍ତୁ ଘର ଛାଡିଲେ ବର୍ଷା ରହିବେ କେଉଁଠି, ସେଥିପାଇଁ ଆପଣଙ୍କୁ…’ ଦେଖନ୍ତୁ Video

ବନ୍ଧୁଗଣ ବିଜେଡି ସାଂସଦ ଅନୁଭବ ମହାନ୍ତି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନେକ ଦିନ ଧରି ଅନୁଭବ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ତେବେ ଗତ କାଲି ଅନୁଭବ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ପ୍ରାୟ ଅଧ ଘଣ୍ଟା ଏ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ ଆଉ ଏହି ଭିଡିଓରେ ସେ ଭଲ ପାଇ ଭୁଲ କରିବା କଥା ସେ କହିଛନ୍ତି ।

ଅନୁଭବ କହିଛନ୍ତି 2008ରେ ସେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ଛଡା ସେ ଆଉ କାହା କଥା ଭାବି ନଥିଲେ । କିନ୍ତୁ ଏବେ ସେ ବହୁତ ବଡ ଭୁଲ କରିଛନ୍ତି । ତେବେ ବନ୍ଧୁଗଣ ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଓକିଲ ବ୍ୟୋମକେଶ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ବ୍ୟୋମକେଶ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।

ବ୍ୟୋମକେଶ କହିଛନ୍ତି-‘ଆପଣ ‘ଲ’ର ବ୍ୟବସ୍ଥା କେଉଁ ଭଳି ଭାବରେ ଅନୁଭାବ ମହାନ୍ତି ବ୍ୟବହାର କରିବେ ସେଇଟା ପ୍ରଥମେ ତାଙ୍କୁ ଶିକ୍ଷା ଗ୍ରହଣ କରିବା ଉଚିତ । ତାଙ୍କର କେଉଁ ସମସ୍ୟା ହେଉଛି ସେଇଟା ସେ ଜାଣିବା ଦରକାର । ମୁଁ ତାଙ୍କର ଗୋଟେ ଭିଡିଓଟି ଦେଖି ଦୁଃଖ ପ୍ରକାଶ କଲି ଆଜ୍ଞା ସେ କହିଲେ ଯେ, ମୁଁ ହାତ ଯୋଡି କହୁଛି ବର୍ଷା କେମିତି ମୋ ଘରୁ ପଳାଇ ଯାନ୍ତୁ ।

ସେ ଗୋଟେ ଝିଅ ପିଲାଟା ଯାଇ ରହିବ କେଉଁଠି ଟିକେ ଚିନ୍ତା କରିବାର ଦରକାର । ତମେ ଘର ଭଡା କରିଦେବ ହେଲେ କୋର୍ଟ ଯେତେବେଳେ କହିବେ କୋର୍ଟଙ୍କ ଉପରେ ନିର୍ଭର କରିବା ଉଚିତ । ଗୋଟେ ପଟେ ବର୍ଷା କୋର୍ଟ ଆଉ ଆଇନକୁ ସମ୍ମାନ ଦେଇ ଠିକରେ ବ୍ୟବହାର କରୁଛନ୍ତି ହେଲେ ଏ ବିଚରା ଏ କେବଳ ଆଇନଟିକୁ ବ୍ୟବହାର କରିପାରୁ ନାହାନ୍ତି ।

ଏଇଟା ହେଉଛି ସବୁଠାରୁ ଦୁଃଖର କଥା । ଅନୁଭବ ଆଇନର ସଠିକ ବ୍ୟବହାର କରିପାରୁ ନାହାନ୍ତି । ତମେ ଭଲ ଭାବରେ ଜାଣିଛ ଭାରତୀୟ ଆଇନ ବ୍ୟବସ୍ଥାରେ ପୁରୁଷ ମାନଙ୍କ ପାଇଁ ଟିକେ କମ ରହିଛି ବ୍ୟବସ୍ଥା ସେହି ଜାଗାରେ କେମିତି ଆଇନର ବ୍ୟବହାର କରାଯାଇ ପାରିବ ତାହା ଜାଣିବା ନିହାତି ଦରକାର’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *