‘ଛି ଗୋଟେ ନାରୀ ପାଇଁ ଆତ୍ମହତ୍ୟା କରିବୁ, ତୋ ଭଳି ହିରୋ…’ Anubhav ଙ୍କ ଭିଡିଓ ଭାଇରାଲ ହେବା ପରେ କିଛି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବିବାହ ବିଚ୍ଛେଦ ମାମଲାକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଅନୁଭବ ପୁଣି ଥରେ ନିଜର ପଲିଟିକାଲ୍ କ୍ୟାରିୟର, ପରିବାର ଏବଂ ସ୍ତ୍ରୀ ବର୍ଷାଙ୍କ ସହିତ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି । ଏଥିନେଇ ସେ ଏକ ଭିଡ଼ିଓ ଜାରି କରିଥିବା ବେଳେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଏହି ଭିଡ଼ିଓରେ ଅନୁଭବ ବେଶ ଭାବବିହ୍ଵଳ ହୋଇପଡ଼ିବା ସହିତ ଜୀବନସାଥି ଖୋଜିବାରେ ଭୁଲ କରିଛନ୍ତି ବୋଲି କହୁଥିବା ଦେଖିବାକୁ ମିଳିଛି । ଅନୁଭବ ଏହି ଭିଡ଼ିଓରେ କହିଛନ୍ତି ଯେ ଭଲ ପାଇ ଭୁଲ୍‌ କଲି । ଜୀବନରେ ଗୋଟିଏ ମାତ୍ର ଭୁଲ କରିଛି ତାହା ହେଉଛି ଜୀବନ ସାଥୀ ବାଛିବାରେ । ମୁଁ ତାଙ୍କୁ ପ୍ରକୃତରେ ଭଲ ପାଉଥିଲି ।

ହେଲେ ମୋ ଘରେ କେହିବି ରାଜି ନଥିଲେ । ଏପରିକି ତାଙ୍କ ଘରେ ମଧ୍ୟ କେହିବି ରାଜି ନଥିଲେ । ୨୦୦୮ ମସିହାରେ ଜଣକୁ ଭଲ ପାଇଲି । ୨୦୧୪ରେ ତାଙ୍କୁ ବିବାହ କଲି । ତାପରଠୁ କେବେ ବି ଅନ୍ୟ ଝିଅ ସମ୍ପର୍କରେ ଭାବି ନାହିଁ । ତେବେ କେବଳ ଏତିକି ନୁହେଁ ନ୍ୟାୟକୁ ଅପେକ୍ଷା କରିବାଠାରୁ ମୃତ୍ୟୁକୁ ଆପଣାଇ ନେବା ଭଲ ବୋଲି ସେ କହିଛନ୍ତି । ତେବେ ସେ କଦାପି ଏଭଳି ଭୁଲ ନିଷ୍ପତ୍ତି ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଆଗକୁ ତାଙ୍କ ରାଜନୀତି କ୍ୟାରିୟରରେ କଣ ହେବ ସେ ଜାଣିନାହାଁନ୍ତି ଏବଂ ଯାହା ନିଷ୍ପତ୍ତି ଆସିବ ସେ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ତେବେ ଏହା ଉପରେ ବର୍ତ୍ତମାନ ନିଜର ମତ ରଖିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ରାଜନେତା ସୁର ରାଉତରାୟ । ତେବେ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି । ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ସେ ଜଣେ ସଚୋଟ ନେତା ଭାବରେ ମଧ୍ୟ ବେଶ ପରିଚିତ । ତେବେ ସେ ଅନୁଭବ ଙ୍କ ଏହି କଥା ଶୁଣି କହିଛନ୍ତି କି ତୁ ଆମ ଇଣ୍ଡଷ୍ଟ୍ରି ର ବହୁତ ବଡ଼ ହିରୋ ତୋର ବହୁତ ନାଁ ରହିଛି ତୁ ଗୋଟେ ଝିଅ ପାଇଁ ଆତ୍ମହତୟଆ କରିବୁ ଏହାଠାରୁ ବଡ଼ ଲଜ୍ଜା କଥା କିଛି ନାହିଁ ।

ଆତ୍ମହତୟଆ ଯିଏ କରେ ସେ ହେଉଛନ୍ତି ଜଣେ ଜଣେ ଡରକୁରା କାୟର । ତେବେ ଯଦି ଗୋଟିଏ ଝିଅ ଧୋକା ଦେଲା ତେବେ ତୁ ଆଉ ଜଣଙ୍କୁ ଦେଖେ ଏଭଳି ଆତ୍ମହତୟଆ କହିବା ଉଚିତ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *