Anubhav ଙ୍କ Video ଭାଇରାଲ ହେବା ପରେ ନିଜ ନିଜର ମତ ରଖିଲେ Ollywood କଳାକାର,କିଏ କଣ କହିଲେ ? ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅନୁଭବ ମହାନ୍ତି ନିଜର ମନର କଥା କୁ ଏକ ଭି-ଡି-ଓ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କ ଆଗରେ କହିଥିଲେ । ୨୦୦୮ ରେ ଏକ ବଡ ଭୁଲ ନିଷ୍ପତ୍ତି ନେଲେ ବୋଲି ଅତି ଦୁଃଖ ଭରା କଣ୍ଠରେ କହିଛନ୍ତି । ଅଭିନେତ୍ରୀ ବର୍ଷା ଙ୍କୁ ସେ ବହୁତ ଭଲ ପାଇଥିଲେ ଏବଂ ଉଭୟଙ୍କ ଘରେ ବିବାହ ନିମନ୍ତେ ରାଜି ନଥିଲେ କିନ୍ତୁ ବିବାହ ପାଇଁ ସମସ୍ତଙ୍କୁ ରାଜି କରାଇଲେ, ଏହାପରେ ବିବାହ କରିଥିଲେ ଉଭୟ କିଛି ଦିନ ଭଲରେ ରହିଲେ ମାତ୍ର ପରେ ବର୍ଷା ଏବଂ ଅନୁଭବ ଙ୍କ ଦାଂପତ୍ୟ ଜୀବନରେ ଦେଖାଗଲା ଝଡ ।

ଏହି ଝଡ ଏଭଳି ଭାବରେ ବଢିଲା ଯେ ପରସ୍ପର ଙ୍କ ବିରୋଧରେ କୋର୍ଟ ରେ ମାମଲା ରୁଜୁ ହେଲା । ସୁନାର ସଂସାର ବର୍ତ୍ତମାନ ଭାଙ୍ଗି ଯାଇଛି । ଏବଂ ଅନୁଭବ ଯନ୍ତ୍ରଣା ର ସହିତ କହିଛନ୍ତି ମୁଁ ଭଲପାଇ ଭୁଲ କରିଛି । କିନ୍ତୁ ଏହା କେତେ ଦୂରେ ଠିକ ? ଏ ନେଇ ବର୍ତ୍ତମାନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତା ସବ୍ୟସାଚୀ ନିଜର ମତାମତ ଦେଇଛନ୍ତି । ସିଦ୍ଧାନ୍ତ କହିଛନ୍ତି ଯେ ଭଲପାଇବା କେବେ ମଧ୍ୟ ଭୁଲ ହୁଏନି ।

ମାତ୍ର ହଁ ଏଟା ଭୁଲ ବୁଝାମଣା ହୋଇପାରେ । ଭଲପାଇବା ଭୁଲ ନୁହେଁ ଆମ୍ଭେ ସମସ୍ତେ ବାନ୍ଧି ହୋଇ ରହିଛୁ ଭଲ ପାଇବା ରେ । ସମସ୍ତେ ସମସ୍ତଙ୍କ ସହିତ ଭଲ ପାଇବାରେ ବାନ୍ଧି ହୋଇ ରହିଛନ୍ତି । ଉଭୟଙ୍କ ମଧ୍ୟରେ ବୁଝାମଣା ରେ କେଉଁଠାରେ ଭୁଲ ହୋଇପାରେ, ମୁଁ ସେତିକି କହିବି ଯଦି ସେମିତି କିଛି ହେଇଛି ମୁଁ ଜାଣି ନାହିଁ, ମୋର ସାନ ଭାଇ ହିସାବରେ ମୁଁ କହିବି ଯଦି କିଛି ସମସ୍ୟା ହୋଇଛି ତେବେ ତାହା ସୁନିଶ୍ଚିତ ସଠିକ ହୋଇଯିବ ଧର୍ଯ୍ୟ ଧରିବାକୁ ହେବ ।

ଅପର ପାର୍ଶ୍ଵ ରେ ଅଭିନେତା ସନ୍ୟସାଚି କହିଛନ୍ତି ଯେ ଅନୁଭବ ବର୍ଷା ମୋର ଉଭୟ ବହୁତ ଭଲ ବନ୍ଧୁ । ତାଙ୍କ ସହିତ ମୋର ପର୍ଶନାଲ ତଥା ପ୍ରଫେସନାଲ ଦୁଇଟି ସମ୍ପର୍କ ବହୁତ ଭଲ । ତେବେ ମୁଁ କେବଳ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରିବି ଯେ ସେମାନେ ଦୁଇଜଣ ନିହାତି ଭାବରେ ତାଙ୍କ ଜୀବନରେ ଅନେକ ଝଡ ଦେଖିଛନ୍ତି ଏବଂ ଗୋଟେ ବନ୍ଧୁ ହିସାବରେ ମତେ ବହୁତ କଷ୍ଟ ଲାଗୁଛି ।

ଆଶା କରୁଛି ଯେ ଭଗବାନ ତାଙ୍କୁ ଏହି ସମସ୍ୟା ରୁ ବାହାର କରନ୍ତୁ ଏବଂ ଦୁଇଜଣଙ୍କର ଫ୍ୟାନ୍ସ ଫଳୋଇଙ୍ଗ ମଧ୍ୟ କଷ୍ଟ ପାଉଛନ୍ତି । ଉଭୟ ଏକାଠି ହୋଇଯାଇ ଯେଉଁ ସଫଳତା ହାସଲ କରିଛନ୍ତି ଆଶା କରୁଛି ଆଗକୁ ସେହିଭଳି ସଫଳତା ହାସଲ କରନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *