‘ଅନୁଭବଙ୍କ କାନ୍ଦ ପୁରୁଷ ହିସାବରେ ଦେଖି ହଉନି, ସେ ଆଜି…’ Anubhav ଙ୍କ ଭିଡିଓ ଭାଇରାଲ ହେବା କିଛି ଏମିତି କହିଲେ ତପସ୍ଵିନୀଙ୍କ ଓକିଲ ବ୍ୟୋମକେଶ, ଦେଖନ୍ତୁ Video

ବନ୍ଧୁଗଣ ବିଜେଡି ସାଂସଦ ଅନୁଭବ ମହାନ୍ତି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନେକ ଦିନ ଧରି ଅନୁଭବ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ତେବେ ଗତ କାଲି ଅନୁଭବ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ପ୍ରାୟ ଅଧ ଘଣ୍ଟା ଏ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ ଆଉ ଏହି ଭିଡିଓରେ ସେ ଭଲ ପାଇ ଭୁଲ କରିବା କଥା ସେ କହିଛନ୍ତି ।

ଅନୁଭବ କହିଛନ୍ତି 2008ରେ ସେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ଛଡା ସେ ଆଉ କାହା କଥା ଭାବି ନଥିଲେ । କିନ୍ତୁ ଏବେ ସେ ବହୁତ ବଡ ଭୁଲ କରିଛନ୍ତି । ତେବେ ବନ୍ଧୁଗଣ ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଓକିଲ ବ୍ୟୋମକେଶ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ତେବେ ବ୍ୟୋମକେଶ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା । ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଅନୁଭବ ଯେଉଁ କଥା କହିଲେ ମୁଁ ଦେଖିଲି ସେ ଦୀର୍ଘ ଦିନ ଧରି ହାରାସମେଣ୍ଟ ହେଉଛନ୍ତି । ହାରାସମେଣ୍ଟର କିଛି କାରଣ ନାହିଁ ଆପଣଙ୍କର ଯଦି କିଛି ଅସୁବିଧା ହେଉଛି ତଳ କୋର୍ଟରେ ତା ହେଲେ ଆପଣ ହାୟର ଫର୍ମରେ ଯାଇପାରିବେ କିଛି ସମସ୍ୟା ନାହିଁ ।

ଅନୁଭବ ଜଣେ ସାଧାରଣ ମଣିଷ ନୁହେଁ ସେ ହେଉଛନ୍ତି ଜଣେ ସେଲିବ୍ରେଟି ଜଣେ ସାଂସଦ । ସାରା ଭାରତ ବର୍ଷ ତାଙ୍କ ଭର୍ସନକୁ ଅନେଇ ବସିଛନ୍ତି । ହେଲେ ସେ ଏମିତି ହାରାସମେଣ୍ଟ ହେଇଯିବେ ସେଇଟା ମୁଁ ତାଙ୍କ ଠାରୁ ଆଶା କରୁ ନଥିଲି । କାରଣ କେହି ନ ଜାଣିଲେ ସେ ଭଲ ଭାବରେ ଜାଣିଛନ୍ତି ଏ ଭାରତ ବର୍ଷରେ ମଣିଷ ମାରିଲେ ଫାଶୀ ଦଣ୍ଡ ଦିଆଯାଏ ଏହି ଭାରତ ବର୍ଷରେ ମଣିଷ ମାରିଲେ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି ।

ତେଣୁ ଆଇନର ଆପଣ ଯେଉଁ ଭଳି ଭାବରେ ବ୍ୟବହାର କରିବେ ସେଭଳି ଭାବରେ ଆପଣ ରିଟର୍ନ ପାଇବେ । ଅନେକ ପ୍ରକାର ‘ଲ’ର ବ୍ୟବସ୍ଥା ରହିଛି । ଯେହେତୁ ଏଇଟା ଜମିବାଡି ସମସ୍ୟା ନୁହେଁ ଗୋଟେ ପାରିବାରିକ ସମସ୍ୟା ତେଣୁ ଏହି ମାମଲା ପାଇଁ ପ୍ରତିଦିନ ହିଅରିଙ୍ଗ ହେବା ଦରକାର’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *