ଅନୁଭବ କେବେ ନିଜେ ଗୀତା ପଢିଛନ୍ତି କି ? ପତ୍ନୀଙ୍କୁ ଡିଭୋର୍ସ ଅଭିଯୋଗ ପରେ ଛବିକୁ ସୁଧାରିବାକୁ କେଉଁଠୁ ପାଇଲେ ଏହି ତାରିକ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ପତ୍ନୀ ଅଭିନେତ୍ରୀ ବର୍ଷା ମହାନ୍ତିଙ୍କୁ ନିଜ ଓକିଲ ଦ୍ଵାରା ପଠାଇଛନ୍ତି ଶ୍ରୀମଦ ଗୀତାଭଗବତ । ତେବେ ଆସନ୍ତୁ ଏନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ତେବେ କଥାରେ ଅଛି “ରୁଚୁ ନରୁଚୁ ଖା’ ପିତା ବୁଝୁ ନ ବୁଝୁ ପଢ ଗୀତା” । ତେବେ ଆଜିକାଲି ଆମ୍ଭ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଗୀତା ପଢିଛନ୍ତି କି ନାହିଁ ତାହା ଲୋକେ କହି ପାରିବେ ନାହିଁ ।

ମାତ୍ର ସେ ଗୀତା ଜ୍ଞାନ ବାଣ୍ଟିବାରେ ବ୍ୟସ୍ତ । ଅନୁଭବ ନିଜ ପତ୍ନୀ ବର୍ଷାଙ୍କୁ ପଠାଇଛନ୍ତି ଗୀତା ବହି । ତେବେ ଏହା ପାଗଳାମି ନା ବାବୁ ଅନୁଭବଙ୍କ ବାଚଳାମି ? ନା ନିଜ ଇମେଜ ବଞ୍ଚାଇବା ପାଇଁ ଏହା ଆଉ ଏକ ତରିକ ? ତେବ ସାଂସଦ ନିଜ ଓକିଲଙ୍କ ମାଧ୍ୟମରେ ପଠାଇଛନ୍ତି ଭଗବତଗୀତା । ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଯୋର ଧରିଛି । ସବୁଠାରୁ ବଡ କଥା ଏବେ ଲୋକେ କହୁଛନ୍ତି ଯେ ଅନୁଭବ ଗୀତାର ମହତ୍ଵକୁ ବୁଝୁଛନ୍ତି ତ ?

ନିଜ ପତ୍ନୀ ବର୍ଷାଙ୍କୁ ପ୍ରତାରଣା, ଡିଭୋର୍ସ, ପରକିଆ ପ୍ରୀତିର ଅଭିଯୋଗ ପରେ ମଳିନ ଛବିକୁ ସୁଧାରିବାକୁ କେଉଁଠୁ ଚିନ୍ତା କରିଲେ ଯେ ଭଗବତଗୀତା ଦେବା ? ୨୦୨୪ ପୂର୍ବରୁ ରାଜନୈତିକ କ୍ୟାରିୟର ବଞ୍ଚାଇବା ନିମନ୍ତେ ଏହା ତାଙ୍କର ଏକ ନୂଆ ଫର୍ମୁଲାନୁହେଁ ତ ? ଅଭିନେତାରୁ ନେତା ବଣିଥିବା ଅନୁଭବଙ୍କ ଗୀତା ଥିୟୋରୀକୁ ନେଇ ଏବେ ସବୁଠାରେ ଚର୍ଚ୍ଚା ।

ଆପଣ ମାନେ ସମସ୍ତେ ଜାଣିଥିବେ ଯେ କିଛିଦିନ ତଳେ ବର୍ଷାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଭିଡିଓ ଅନୁଭବ ନିଜ ସୋସିଆଲ ମିଡିଆରେ ଛାଡୁଥିଲେ । ଏହାକୁ ନେଇ ବର୍ଷା ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ଏବଂ ଏହାପରେ ରୋକ ଲଗାଇଥିଲେ ହାଇକୋର୍ଟ । ଏଠାରେ ପ୍ରଶ୍ନ ଉଠୁଛି ଯେ ନିଜେ ଗୀତାର ମହତ୍ଵ ବୁଝୁଛନ୍ତି ଅନୁଭବ ?

ଆଉ ଯଦି ବୁଝୁଛନ୍ତି ତେବେ ନିଜ ଜୀବନରେ ତାହାକୁ ପ୍ରୟୋଗ କରୁନାହାଁନ୍ତି କ’ଣ ପାଇଁ ? ଯଦି ସେ ପ୍ରୟୋଗ କରିଥାନ୍ତେ ତେବେ ବିବାହ ବିଛେଦ ଠାରୁ ଆରମ୍ଭ କରି ନିର୍ଯାତନା ଏବଂ ଅନ୍ୟାନ୍ୟ ଅଭିଯୋଗ ଆସିଥାନ୍ତା କି ? ସୋସିଆଲ ମିଡିଆରେ ଏ ନେଇ ଅନେକ ପ୍ରଶ୍ନ ପଚାରୁଛନ୍ତି ଦର୍ଶକ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *