Sanjay Nayak କହିଲେ ‘ଅନୁଭବ ଆଉ ଅରିନ୍ଦମ, ମୋର ଦୁଇ ପୁଅ, ମୁଁ ତାଙ୍କ ବାପା ଆଉ ମୋ ସ୍ତ୍ରୀ ତାଙ୍କ ମା’, ହେଲେ ସେମାନେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଯୋଜକ ଟୁଟୁ ଦାସ କହିଛନ୍ତି ଯେ ସେ 1996 ରେ ବିବାହ କରିଥିଲେ ଏବଂ ବିବାହ ପରେ କେବେ ମଧ୍ୟ ଉଭୟଙ୍କୁ ସ୍ଵାମୀ ସ୍ତ୍ରୀ ବୋଲି ଭାବି ନଥିଲେ । ଏକ ଉତ୍ତମ ବନ୍ଧୁ ବୋଲି ଭାବି ବର୍ତ୍ତମାନ ପର୍ଯ୍ୟନ୍ତ ଘର ସଂସାର କରି ଆସିଛନ୍ତି । ଆଜି ମଧ୍ୟ 26 ବର୍ଷ ପରେ ବନ୍ଧୁ ହୋଇ ଅଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ବହୁତ ପରିବାର ଛାରଖାର ହେବାରେ ଲାଗିଛି । ମାତ୍ର ସେ ନିଜକୁ ଧନ୍ୟମନେ କରୁଛନ୍ତି ଯେ ସେ ଭଲ ସ୍ତ୍ରୀ ପାଇଛନ୍ତି ଏବଂ 26 ବର୍ଷ ଖୁସିରେ କାଟିଛନ୍ତି ।

ପ୍ରଭୁଙ୍କ ପାଖରେ ପ୍ରାର୍ଥନା ଏହିଭଳି ଉତ୍ତମ ଭାବରେ ଜୀବନ ବିତିଯାଉ । ଆଉ ଦର୍ଶକ ମାନଙ୍କର ଏହିଭଳି ଭଲ ପାଇବା ଥାଉ । ମାତ୍ର ଦେଖାଇବା ପାଇଁ କେବଳ କହି ସ୍ତ୍ରୀ କୁ ପ୍ରୋପୋଜ ମାରନ୍ତି ନାହିଁ । ସେ ତାଙ୍କ ସ୍ତ୍ରୀ କୁ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି । ଟୁଟୁ ଙ୍କ ସ୍ତ୍ରୀ କହିଛନ୍ତି ଯେ ତାଙ୍କ ଶାଶୁ ଶ୍ଵଶୁର ନିମନ୍ତେ ସେ ଆଜି ଏଠାରେ ଆସି ଏହି ଘରର ବୋଧୁ ହେଲେ କିନ୍ତୁ ଆଜି 26 ତମ ବିବାହ ବାର୍ଷିକ ଉତ୍ସବ ରେ ସେମାନେ ପାଖରେ ନାହାଁନ୍ତି ।

ସେ କହିଛନ୍ତି ଯେ ଅନୁଭବ ଙ୍କୁ ସବୁବେଳେ ସେ ସବୁବେଳେ କହି ଆସିଛନ୍ତି ଯେ ସେ ତାଙ୍କର ପୁଅ । ଅରିନ୍ଦମ, ବାବୁସାନ ସବୁ ଏକ ପରିବାର ଅଟନ୍ତି ଇଣ୍ଡଷ୍ଟ୍ରୀ ହେଉଛି ଏକ ଫ୍ୟାମିଲି । ଟୁଟୁ ଦାସ କହିଛନ୍ତି ଯେ ତାଙ୍କ ଫଙ୍ଗସନ ରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଅନୁଭବ ଆସିଛନ୍ତି, ଅରିନ୍ଦମ ଆସିଛନ୍ତି, ଉତ୍ତମ ମହାନ୍ତି ମଧ୍ୟ ଆସିଛନ୍ତି, ଆକାଶ, ଶ୍ରିତମ, ଜିନା, ସୋଫିଆ, ସମସ୍ତ ଫ୍ୟାମିଲି ଆସିଛନ୍ତି ବୋଲି କହିଛନ୍ତି ଟୁଟୁ ଙ୍କ ସ୍ତ୍ରୀ ।

ଟୁଟୁ ଙ୍କ ସ୍ତ୍ରୀ ଏହା କହିଛନ୍ତି ଯେ ଆମ ଭିତରେ କେବେ ଝଗଡା ହୋଇ ନାହିଁ । ତାଙ୍କ ସ୍ଵାମୀ ଯାହା କୁହନ୍ତି ସେ ବୁଝନ୍ତି ତଥା ଶୁଣନ୍ତି ଏବଂ ସେ ଯାହା କୁହନ୍ତି ଟୁଟୁ ମଧ୍ୟ ବୁଝି ଜାଆନ୍ତି । ଉଭୟଙ୍କ ମଧ୍ୟରେ ମିଉଚୁଆଲ ଅଣ୍ଡରଷ୍ଟାଣ୍ଡିଂ ରହିଛି ବୋଲି ସେ କହିଛନ୍ତି ।

ବାକି କାମ ସମୟରେ ଅନେକ ହିରୋଇନ ଙ୍କ ସହିତ ଟୁଟୁ ଙ୍କର ଦେଖାସାକ୍ଷାତ ଥିଲେ ମଧ୍ୟ ସେ ସବୁ ହେଉଛନ୍ତି ପରଦାର ହିରୋଇନ କିନ୍ତୁ ସେ ହେଉଛନ୍ତି ତାଙ୍କ ଘରର ହିରୋଇନ ବୋଲି ସେ କହିଛନ୍ତି । ତେବେ ଏହିଭଳି ଭାବରେ ନିଜ ମନର କଥା କହିଥିଲେ ଟୁଟୁ ଦାସ ଏବଂ ତାଙ୍କ ସ୍ତ୍ରୀ ନିତୁ ଦାସ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *