ସୀମାରେ ପଶି ପାରିବେନି ଶତୃ, ଆଣ୍ଠୁଏ ବରଫରେ ଦେଶ ଜଗିଛି ବୀର ପୁଅ, ଭାଇରାଲ ଭିଡିଓ ଦେଖିଲେ ଆପଣ ବି କରିବେ ସଲାମ ! ଦେଖନ୍ତୁ ଏହି Video

ବନ୍ଧୁଗଣ ଆମ ଦେଶରେ ସେନା ଯବାନ ମାନଙ୍କର ବହୁତ ମାନ ସମ୍ମାନ ରହିଛି କାରଣ ଭାଗ୍ୟରେ ଥିଲେ ମଣିଷ ଦେଶ ସେବା କରିଥାଏ ଓ ଦେଶ ପାଇଁ ଜୀବନ ଦେଇଥାଏ । ବନ୍ଧୁଗଣ ଯବାନ ମାନେ ଶୀତ, ଖରା ବର୍ଷାରେ ଆମ ଦେଶର ସୁରକ୍ଷା ପାଇଁ ସୀମା ଉପରେ ଛିଡା ହୋଇଥାନ୍ତି । ସେମାନେ ସେଠି ଶୀତ ବର୍ଷାରେ ଛିଡା ହେଉଛନ୍ତି ବୋଲି ଆଜି ଆମେ ଆନନ୍ଦର ସହ ସୁରକ୍ଷିତ ଭାବରେ ଘରେ ରହିପାରୁଛୁ ।

ସୋସିଆଲ ମିଡିଆରେ ଜଣେ ଆର୍ମି ଯବାନଙ୍କ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଏହି ଭିଡିଓଟି ଯବାନ ମାନଙ୍କ ବାହାଦୁରିକୁ ସୂଚାଉଛି । ଆଜି ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ବରଫ ଉପରେ ଜଣେ ଯବାନ ବନ୍ଧୁକ ଧରି ଛିଡା ହୋଇଛନ୍ତି । ବରଫର ବର୍ଷା ଏମିତି ହେଉଛି ଯେ ଯବାନଙ୍କ ଆଣ୍ଠୁ ଯାଏଁ ବରଫ ଭରି ଯାଇଛି । ଦେଶର ସୀମା ସୁରକ୍ଷାରେ କିଏ ଏମିତି ବି ନିଜକୁ ସମର୍ପିତ କରିଦେଇ ପାରେ ତାହା ଏହି ବନ୍ଧୁକ ଧାରୀ ବୀର ପୁଅଙ୍କୁ ଦେଖିଲେ ଦେହରେ ଲୋମ ଟାଙ୍କୁରି ଉଠୁଛି । ହାତରେ ବନ୍ଧୁକ ଧରି ଜାଗ୍ରତ ପ୍ରହରୀ ସାଜି ଛିଡା ହୋଇଥିବା ଏହି ଯବାନଙ୍କ ପାଇଁ ଛାତି ଗର୍ବରେ ଫୁଲି ଉଠୁଛି ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଭିଡିଓଟି ଆସିଛି ଜାମୁ କାଶ୍ମୀର ସୀମାରୁ ।ପ୍ରତିରକ୍ଷା ମନ୍ତ୍ରାଳୟ ଉଧମପୁରର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି । ଏହି ଭିଡିଓରେ କ୍ୟାପ୍ସନ ଦେଇ ଲେଖା ହୋଇଛି ଯେ-‘ଆମ ଲକ୍ଷ ସ୍ଥଳରେ ହୁଏତ ଆମେ ସହଜରେ ପହଞ୍ଚି ପାରିବା ନାହିଁ କିନ୍ତୁ ଦୃଢ ଇଛା ଶକ୍ତି ଆଉ ବଳିଦାନ ଦ୍ଵାରା ଆମେ ଆମ ଲକ୍ଷ ହାସଲ କରିପାରିବା । ଆମକୁ ଜୀବନ ଗୋଟିଏ ଥର ପାଇଁ ମିଳିଛି ହେଲେ ଦେଶ ପାଇଁ ବଳିଦାନ ଦେବ କିଏ ଏମିତି ପଥର ପରି ସୀମାରେ ଛିଡା ହେବ କିଏ’ ।


ବନ୍ଧୁଗଣ ଏହି ଭିଡିଓକୁ ଦେଖି ଆମେ ଅଧିକ କିଛି ବର୍ଣ୍ଣନା କରିପାରିବୁ ନାହିଁ । ବରଫ ବର୍ଷାରେ ହାତରେ ବନ୍ଧୁକ ଧରି ଯବାନ ମାନେ ଯେଉଁ ଭଳି ଭାବରେ ଭାରତ ମାର ସୁରକ୍ଷା କରୁଛନ୍ତି ତାଙ୍କୁ ଦେଖି ଗର୍ବ ଅନୁଭବ ହେଉଛି । ତା ହେଲେ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *