ଆଣ୍ଠୁ ଗଣ୍ଠି ଦରଜ (Knee pain) କୁ ସବୁ ଦିନ ପାଇଁ ଭଲ କରିଦେବ ଏହି ଜବରଦସ୍ତ ଘରୋଇ ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ଯା ଦେଖିବାକୁ ମିଳୁଛି । ଏହି ସମସ୍ଯା ବର୍ତ୍ତମାନ ଏକ ସାଧାରଣ ସମସ୍ଯା ହୋଇଗଲାଣି । ଏହି ସମସ୍ଯା ବହୁତ କମ ବର୍ଷ ବୟସରେ ମଧ୍ୟ ଲୋକମାନଙ୍କୁ ହେଉଛି ଯେଉଁଥି ପାଇଁ ଲୋକମାନେ ବହୁତ ବ୍ୟସ୍ତ ହୋଇଯାଉଛନ୍ତି । ବନ୍ଧୁଗଣ ସାଧାରଣତଃ ଏହି ସମସ୍ଯା କ୍ୟାଲସିୟମର ଅଭାବ ଓ ମୋଟାପଣ ପାଇଁ ହୋଇଥାଏ । ଯେତେବେଳେ ମଣିଷର ଓଜନ ବଢିଯାଇଥାଏ ସେତେବେଳେ ଆଣ୍ଠୁ ସେହି ଓଜନକୁ ସହ୍ୟ କରିପାରି ନଥାଏ ଯାହାଫଳରେ ଏହି ଆଣ୍ଠୁ ଜନିତ ସମସ୍ଯା ହୋଇଥାଏ ।

ବନ୍ଧୁଗଣ ଏହା ବ୍ଯତୀତ କେତେକ ଲୋକଙ୍କ ଆଣ୍ଠୁରେ ଆଘାତ ମଧ୍ୟ ଲାଗିଥାଏ ଯାହାଫଳରେ ଏହି ସମସ୍ଯା ଦେଖାଯାଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ।

ଯାହାକୁ କରି ଆପଣ ମାନେ ବହୁତ ସହଜରେ ନିଜର ଏହି ଆଣ୍ଠୁ ଗଣ୍ଠି ସମସ୍ଯାକୁ ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସୂତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ସମସ୍ଯାକୁ ଦୂର କରିବା ପାଇଁ ଆମକୁ ହଳଦୀ କ୍ଷୀରର ପ୍ରୟୋଗ କରିବାକୁ ହେବ । ଏହି ହଳଦୀ କ୍ଷୀର ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇଥାଏ ଓ ଏହା କ୍ୟାଲସିୟମର ଗନ୍ତାଘର ଅଟେ । ଏହାର ସେବନରେ ଆମ ଶରୀରୀ ସୁସ୍ଥ ରହିବା ସହ ଆମ ହାଡ ମଝବୁତ ରହିଥାଏ । ଏହି କ୍ଷୀରକୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ମଣିଷ ପର୍ଯ୍ୟନ୍ତ ସମସ୍ତେ ଏହାର ସେବନ କରିପାରିବେ ।

ଏହା ଆମର ମୋଟାପଣ ଓ ପେଟ ଜନିତ ସମସ୍ଯାକୁ ଦୂର କରିବା ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ଆପଣ ପ୍ରଥମେ ଗ୍ଯାସରେ ଏକ ପାତ୍ର ବସାନ୍ତୁ ଓ ଏଥିରେ ଏକ ଗ୍ଳାସ କ୍ଷୀର ନିଅନ୍ତୁ । ଏହାପରେ ଆପଣ ଏଥିରେ ଏକ ଚାମଚ ହଳଦୀ ଗୁଣ୍ଡ ଓ ଏକ ଚାମଚ ଅଦା ଗୁଣ୍ଡ ମିଶାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଅଧା ଚାମଚ ଗୋଲମରୀଚ ଗୁଣ୍ଡ ମିଶାଇ ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଓ ଗରମ ହେବା ପରେ ଏହାକୁ ଥଣ୍ଡା କରିବା ପାଇଁ କରିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆମର ଏହି ମିଶ୍ରଣ ପ୍ରସ୍ତୁତ ହୋଇଯିବ ଆପଣ ଏହି ମିଶ୍ରଣରେ ଅଧା ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ ।

ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ଖାଲି ପେଟରେ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କର ଆଣ୍ଠୁ ଗଣଠୁ ବ୍ୟଥା ଜନିତ ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ମୋଟାପଣ ଓ ପେଟ ଜନିତ ସମସ୍ତ ସମସ୍ଯା ମଧ୍ୟ ଦୂର ହୋଇଯିବ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *