ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା, ଗୋଇଠି ବିନ୍ଧାକୁ କେବଳ ୨ ମିନିଟରେ ଶେଷ କରିଦେବ ଏହି ରାମବାଣ ଉପାୟ

ଆଜିଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ଆଣିଛୁ ଯାହା ଆପଣଙ୍କ ଶରୀରର ହାଡ ଓ ମାଂସ ପେଶୀରେ ହେଉଥିବା କଷ୍ଟକୁ ଦୂର କରିଦେବ । ଏହି ଉପାୟ ପାଇଁ ଆପଣ ମାନଙ୍କୁ ଅରଖ ଗଛର ଆବଶ୍ୟକତା ଅଛି । ଆପଣଙ୍କ ଘରର ଆଖ ପାଖରେ ଅରଖ ଗଛ ମିଳିଯିବ । ଅରଖ ଗଛକୁ ପୂଜାରେ ମଧ୍ୟ ବ୍ୟବହାର କରାଯାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏହାର ଅନ୍ୟ ଏକ ଉପାୟ ବିଷୟରେ କହିବୁ । ଯାହାଦ୍ୱାରା ଆପଣଙ୍କ ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା ଓ ଗୋଇଠି ବିନ୍ଧା ଆଦି ସମସ୍ଯା ୨ ମିନିଟରେ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ


ବନ୍ଧୁଗଣ ଅରଖ ଗଛର ୪ ଟି ପ୍ରଜାତି ଅଛି, କିନ୍ତୁ ଏହାର ଦୁଇଟି ପ୍ରଜାତି ସହଜରେ ମିଳିଥାଏ । ଏହି ଦୁଇଟି ପ୍ରଜାତି ବହୁତ ଦୁର୍ଲଭ ଅଟେ । ଏହା ମଧ୍ୟରେ ଏମିତି କିଛି ରସାୟନ ମିଳିଥାଏ, ଯାହା ଆଣ୍ଠୁ ଗଣ୍ଠି ଆଦି ହାଡ ଜନିତ କଷ୍ଟକୁ ଦୂର କରିଥାଏ । ହେଲେ ଏହି ଅରଖ ପ୍ରୟୋଗରେ ଆପଣଙ୍କୁ କିଛି ସାବଧାନତା ପ୍ରୟୋଗ କରିବାକୁ ହେବ । କାରଣ ଏହାର କ୍ଷୀର ଯଦି ଆଖି ସଂସ୍ପର୍ଶରେ ଆସିଯିବ ତେବେ ଆପଣ ଚକ୍ଷୁହୀନ ହୋଇପାରନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହାର ପ୍ରୟୋଗ ବିଷୟରେ ।


ଗୋଇଠିର କଷ୍ଟ ପାଇଁ ଆପଣଙ୍କୁ ଅରଖ ଗଛର ଫୁଲର ଆବଶ୍ୟକ ହେବ । ଏଥିପାଇଁ ଆପଣଙ୍କୁ ଅରଖ ଗଛର ୧୫ଟି ଫୁଲ ନେବାକୁ ହେବ ଏବଂ ଏହି ଫୁଲକୁ ଗୋଟେ ଗିନା ବା ତାଟିଆରେ ପାଣି ଦ୍ଵାରା ଗରମ କରିବାକୁ ହେବ । ଅଳ୍ପ ସମୟ ଗରମ କରିବା ପରେ ଆପଣ ଗରମ ପାଣିରୁ ଫୁଲକୁ ବାହାର କରି ଦିଅନ୍ତୁ । ପାଣି ଅଳ୍ପ ଥଣ୍ଡା ହେବା ପରେ ଆପଣ ଗୋଇଠିକୁ ଗରମ ପାଣିରେ ବୁଡାଇ ୨ ମିନିଟ ପାଇଁ ରଖନ୍ତୁ ଓ ଫୁଲ ଗୁଡିକୁ ଏକ କପଡାରେ ରଖି ଗୋଇଠିରେ ବାନ୍ଧି ଦିଅନ୍ତୁ । ଏହି ଉପାୟକୁ ଆପଣ ୧୦ ରୁ ୧୫ ଦିନ କରନ୍ତୁ, ଆପଣଙ୍କ ଗୋଇଠିର କଷ୍ଟ ସଂପୂର୍ଣ୍ଣ ରୂପେ ଦୂର ହୋଇଯିବ ।

ଦିତୀୟ ଉପାୟ ପାଇଁ ଆପଣଙ୍କୁ ଅରଖ ପତ୍ରର ଆବଶ୍ୟକତା ଅଛି । ପ୍ରଥମେ ଆପଣ ଗୋଟେ ଅରଖ ପତ୍ର ଆଣନ୍ତୁ ଓ ଏହାକୁ ଗରମ ତାୱାରେ ସେକନ୍ତୁ । ସେକିବା ସମୟରେ ପତ୍ରରେ ସୋରିଷ ତେଲ ଲଗାନ୍ତୁ । ୪ ରୁ ୫ ମିନିଟ ଭଲ ଭାବରେ ସେକିବା ପରେ କଷ୍ଟ ହେଉଥିବା ହାଡ ବା ଗଣ୍ଠି ସ୍ଥାନରେ ଲଗାଇ କପଡା ଦ୍ଵାରା ବାନ୍ଧି ଦିଅନ୍ତୁ । ଏହି ଉପାୟକୁ ଆପଣ ୧୦ ରୁ ୧୩ ଦିନ କରନ୍ତୁ ।


ତୃତୀୟ ଉପାୟ ପାଇଁ ଆପଣ ଏକ ଅରଖ ଡାଳ ନିଅନ୍ତୁ ଓ ଏଥିରୁ ଅରଖ ପତ୍ରକୁ ଛିଣ୍ଡାଇ ଦିଅନ୍ତୁ । ଦେଖିବେ ଅରଖ ପତ୍ରରୁ କ୍ଷୀର ବାହାରୁ ଥିବ । କଷ୍ଟ ହେଉଥିବା ସ୍ଥାନରେ ସେହି କ୍ଷୀରକୁ ନେଇ ହଲକା ମସାଜ କରନ୍ତୁ । ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମସାଜ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଗଣ୍ଠି ବା ହାଡର କଷ୍ଟ ବହୁତ ଶୀଘ୍ର ଦୂର ହୋଇଯିବ । ଆପଣ ଏହି ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଉପାୟକୁ ପ୍ରୟୋଗ କରିପାରିବେ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *