ଋତୁସ୍ରାବ (ପିରିୟଡ୍‌ସ) ଅନିୟମିତତା କାହିଁକି ହୁଏ ? Dr Chinmayee Kar

ବନ୍ଧୁଗଣ ସାଧାରଣତଃ ଝିଅ ମାନଙ୍କର ଋତୁସ୍ରାବ ହୋଇଥାଏ । ଗୋଟେ ଛୋଟ ଝିଅ ଧୀରେ ଧୀରେ ବଡ ହୋଇଥାଏ ଓ ତାର ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ହୋଇଥାଏ । ଏହି ସବୁ ପରିବର୍ତ୍ତନ ମଧ୍ୟରେ ପ୍ରଥମେ ଝିଅର ପିରିୟଡ୍ସ ହେବ ତା ପରେ ଝିଅର ବ୍ରେଷ୍ଟ ଡେଭଲୋପମେଣ୍ଟ ହେବ ଏହା ପରେ ତାର ସେକ୍ସୁଆଲ କ୍ୟାରେକ୍ଟର୍ସ ଡେଭଲୋପ ହେବ । ଏହି ସବୁ କଥା ବିଷୟରେ ଯଦି ଗୋଟେ ଝିଅ ଜାଣି ନଥିବ ତା ହେଲେ ତାକୁ ଏହି ସବୁ ଜିନିଷ ବହୁତ ନୂଆ ଲାଗିବ ।

ବେଳେବେଳେ ଅନେକ ଝିଅ ଡରି ଯାନ୍ତି ସେମାନେ ଭାବନ୍ତି ତାଙ୍କୁ କୌଣସି ରୋଗ ହେଇଯାଇଛି । ବନ୍ଧୁଗଣ ଏହି ସବୁ କଥା ବିଷୟରେ ଝିଅ ମାନଙ୍କୁ ଜାଣିବା ନିହାତି ଆବଶ୍ୟକ ଆଉ ଏହା ବିଷୟରେ ଜଣେଇବେ ପ୍ରଥମେ ତାଙ୍କ ପରିବାର ଲୋକ ତଥା ତାଙ୍କ ମା । ସାଧାରଣତଃ ଝିଅ ମାନେ ସ୍କୁଲରେ ପାଠ ପଢିବା ବେଳେ ତାଙ୍କର ପିରିୟଡ୍ସ ଆରମ୍ଭ ହୋଇଯାଏ ।

ତେଣୁ ସେମାନେ ଏହା ଜାଣିବା ଦରକାର କି, ଆଗକୁ ତାଙ୍କର ପିରିୟଡ୍ସ ଆରମ୍ଭ ହେବାକୁ ଯାଉଛି ଓ ଏଥିରେ ଡରିବାର କୌଣସି ଆବଶ୍ୟକତା ନାହିଁ । ବନ୍ଧୁଗଣ ସାଧାରଣତଃ ଝିଅ ମାନଙ୍କର ୧୧ ରୁ ୧୩ ବର୍ଷ ମଧ୍ୟରେ ଏହି ସବୁ ପରିବର୍ତ୍ତନ ଦେଖା ଯାଇଥାଏ ହେଲେ ଆଜିକାଲି ୧୦ ବର୍ଷରୁ କମ ଝିଅ ମାନଙ୍କର ବ୍ରେଷ୍ଟ ଡେଭଲୋପମେଣ୍ଟ ହୋଇଯାଉଛି । ବନ୍ଧୁଗଣ ଏତେ କମ ବର୍ଷରେ ପରିବର୍ତ୍ତନ ହେବାର କାରଣ ସ୍ପର୍ଷ୍ଟ ହୋଇନାହିଁ ।

ତେଣୁ ତାଙ୍କ ପରିବାର ଲୋକଙ୍କୁ ଏହାର ଧ୍ୟାନ ରଖିବା ଉଚିତ । ଝିଅକୁ ସଠିକ ଖାଦ୍ୟ, ସଠିକ ଜୀବନ ଶୈଳୀ ଦେବା ପରିବାର ଲୋକଙ୍କ ଦାୟିତ୍ଵ ଅଟେ । ବନ୍ଧୁଗଣ ଯେତେବେଳେ ଝିଅ ବଡ ହୋଇଯାଏ ତଥା ତାର ପିରିୟଡ୍ସ ହୋଇଥାଏ । ହେଲେ ଅନେକ ଝିଅ ଅଛନ୍ତି ଯେଉଁ ମାନଙ୍କ ପିରିୟଡ୍ସ ଠିକ ସମୟରେ ହୁଏ ନାହିଁ । କେତେ ଜଣଙ୍କର ସମୟ ପୂର୍ବରୁ ହୋଇଯାଏ ତ କେତେ ଜଣଙ୍କର ସମୟ ପରେ ।

ବନ୍ଧୁଗଣ କିଛି କାରଣ ରହିଛି ଯେଉଁଥି ପାଇଁ ପିରିୟଡ୍ସର ସମୟ ବଦଳି ଯାଏ । ଯଦି ଠିକ ସମୟରେ ନଶୋଇବେ ଓ ଅଧିକ ଚିନ୍ତା ନେଲେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ । ଜଣ ଜଣଙ୍କର ଏହି ସବୁ କାରଣ ପାଇଁ ଦୁଇ ତିନି ମାସ ପରେ ତିନି ଚାରି ଦିନ ବ୍ଲିଡିଙ୍ଗ ହେବ । ଆଉ କେତେ ଜଣଙ୍କର ଲଗାତାର ବ୍ଲିଡିଙ୍ଗ ହେଉଥିବ ।

ଅବଶ୍ୟ ଏହା ଅଧିକ ମାରାତ୍ମକ ସମସ୍ୟା ନୁହେଁ ହେଲେ ଡାକ୍ତରଙ୍କୁ ପରାମର୍ଶ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ୮୫ ପ୍ରତିଶତ ଝିଅଙ୍କୁ ପିରିୟଡ୍ସ ହେବା ସମୟରେ ପେଟରେ କଷ୍ଟ ହୁଏ । ବନ୍ଧୁଗଣ ପେଟ କଷ୍ଟ ହେବା ଏକ ସାଧାରଣ କଥା କାରଣ ବ୍ଲିଡିଙ୍ଗ ହେବା କାରଣରୁ ଏମିତି ହୋଇଥାଏ ତେଣୁ ଏଥିପାଇଁ ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *