‘ଅନେକ ଅଭିନେତାଙ୍କ ଘରେ ବାସନ ମାଜିଛି, ସ୍ତ୍ରୀ ଝିଅଙ୍କ ଲୁଗା ସଫା କରିଛି, ହେଲେ ସେମାନେ କେବେ ବି…’ ଅଭିନେତା ଅମର ମହାପାତ୍ର କହିଲେ ନିଜ ଦୁଃଖ କାହାଣୀ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଓଡିଆ କଳାକାର ମାନେ ନିଜ ଦମଦାର ଅଭିନୟ ଆଉ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅମର ମହାପାତ୍ର ।

ଆପଣ ମାନେ ସମସ୍ତେ ଅମର ମହାପାତ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅମର ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଏମିତିରେ ତ ଅମର ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ସେ ନିଜର ଏକ ସାକ୍ଷାତ୍କାର ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏହି ସାକ୍ଷାତ୍କାରରେ ସେ ନିଜ ସଂଘର୍ଷମୟ ଜୀବନୀ ବିଷୟରେ କହିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଅମର ଏହି ସାକ୍ଷାତ୍କାରରେ କହିଛନ୍ତି-‘ମୁଁ ଆଉ ମୋ ସାଙ୍ଗ ୨୦୦୧-୨୦୦୩ ପର୍ଯ୍ୟନ୍ତ ଏହି ତିନି ବର୍ଷ ଆମର ସଂଘର୍ଷରେ ପଳେଇଲା । ମୁଁ ସକାଳେ ଉଠିବି ଚାହା ଦୋକାନରେ ଗୋଟେ ଚାହା ଆଣିବି ତାର ପ୍ଳେଟ ମାଜିବି ତାର ଦୁଆର ଓଲେଇବି । ସମସ୍ତେ ଯେଉଁ ଚାହା ପିଇଥିବେ ସେଥିରେ ଯାହା ଟିକେ ଟିକେ ବଳି ଥିବ।

ଯେଉଁ ଅଇଁଠା ଅଇଁଠା ଚାହା ଥିବ ତାକୁ ଆଣିବି ବାବୁ ଭାଇ ମୋତେ ଗୋଟେ ବିସ୍କୁଟ ଦେବେ ତାକୁ ଖାଇବି ଆଉ ସେଥିରେ ମୁଁ ଦିନ ୨ଟା ଯାଏଁ ରହିବି । ମୁଁ ମୋ ଜୀବନରେ ବହୁତ ସଂଘର୍ଷ କରିଛି । ମୁଁ ଏଠି କେତେ କଳାକାରଙ୍କ ଘରେ ବାସନ ମାଜିଛି, ତାଙ୍କ ପିଲା ମାନଙ୍କର କପଡା ଧୋଇଛି । ଏମିତି କି ସ୍ତ୍ରୀ ମାନଙ୍କ ଝିଅ ମାନଙ୍କର ଅସୁବିଧା ସମୟରେ ଯେଉଁ ଜିନିଷଟିର ମୁଁ ନାଁ ଧରି ପାରୁନି ତାକୁ ନେଇ ମୁଁ ଫୋପାଡିଛି ।

ମୁଁ ସେ ଜିନିଷ କେବେ କିଣିକି ଆଣିନି କିନ୍ତୁ ମୁଁ ତାକୁ ଫୋପାଡିଛି । ମୁଁ ଗୋଟେ ବ୍ରାହ୍ମଣ ପିଲା ହେଇକି ଏତେ କାମ କରିଛି ଭାବିଥିଲି ସେମାନେ ମୋତେ ଟିକେ ଅଭିନୟ କରିବା ପାଇଁ ମଉକା ଦେବେ । ଏହି ଅଭିନୟ ପାଇଁ ମୁଁ ମୋ ବାପାକୁ ଦେଖି ପାରିଲି ନାହିଁ ମୋ ବାପା ମରିଗଲେ’ । ତେବେ ଆପଣ ମାନଙ୍କୁ ଅଭିନେତା ଅମର ମହାପାତ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *