ବାତ୍ୟା ASANI ର କରାଳ ରୂପ ! ଆନ୍ଧ୍ରକୁ କରୁଛି ଛାରଖାର, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ସମସ୍ତଙ୍କ ମନରେ ବାତ୍ୟାର ଭୟ । ଖାସ କରି ଉପକୂଳ ବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକ ମାନେ ଚିନ୍ତାରେ ପଡିଯାଇଛନ୍ତି । ସବୁ ଥର ବାତ୍ୟା ମାଡର ଶିକାର ହେଉଛନ୍ତି ଉପକୂଳ ବର୍ତ୍ତୀ ଅଞ୍ଚଳର ଲୋକମାନେ । ବନ୍ଧୁଗଣ ବାତ୍ୟା ଅସାନି ଏବେ ସମୁଦ୍ରରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏବେ ସମୁଦ୍ର ଅଶାନ୍ତ ହୋଇ ରହିଛି । ବାତ୍ୟା ଅସାନି ଓଡିଶା ଉପକୂଳ ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ କିଛି ମାତ୍ରାରେ ପଡିଛି ।

ହେଲେ ବନ୍ଧୁଗଣ ଅସାନି ଆନ୍ଧ୍ର ମୁହାଁ ହୋଇଛି । ଦୁର୍ବଳ ହୋଇ ଆନ୍ଧ୍ର ଉପକୂଳକୁ ମାଡି ଆସିଛି । ଘଣ୍ଟାକୁ 6 କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆନ୍ଧ୍ରର କାକିନାଡା, ଟୁନି, ବିଶାଖାପାଟଣା ମଧ୍ୟରେ ସ୍ଥଳ ଭାଗ ଛୁଇଁ ପାରେ । ଅସାନି ମଛଲି ପାଟନମ ଠାରୁ 50 କିଲୋମିଟର ଦୂରରେ ଅଛି । ପୁରୀ ଠାରୁ 640 କିଲୋମିଟର ଓ ଗୋପାଳପୁର ଠାରୁ 530 କିଲୋମିଟର ଦୂରରେ ରହିଛି ଅସାନି ।

ରିକର୍ଭ କରି ପୁଣି ଥରେ ସମୁଦ୍ର ଭିତରକୁ ଯାଇ ଦୁର୍ବଳ ହୋଇଯିବା ସମ୍ଭାବନା ରହିଛି । ଏବେ ଆନ୍ଧ୍ରରେ ଅସାନି କରୁଛି ତାଣ୍ଡବ । ବର୍ତ୍ତମାନ ଏହା କାକିନାଡା ଠାରୁ 180 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ ରହି ଘଣ୍ଟା ପ୍ରତି 10 କିଲୋମିଟର ବେଗରେ ଗତି କରୁଛି । ତେଣୁ ଏବେ ଭୟଙ୍କର ହେଉଛି ସମୁଦ୍ର । ଉଚ୍ଚ ଉଚ୍ଚ ଜୁଆର ମାଡି ଆସୁଛି ରାସ୍ତା ଉପରକୁ ।

ଭୟଙ୍କର ଦୃଶ୍ୟ ପବନର ବେଗ ବି ବଢିଛି । ଆନ୍ଧ୍ର ପ୍ରଦେଶ ଉପକୂଳ ପାଇଁ ଜାରି ହୋଇଛି ରେଡ ୱାର୍ନିଙ୍ଗ । ଆଗାମୀ 6 ଘଣ୍ଟା ଲାଗି ମଝୁଲି ପାଟନମ, ୱେଷ୍ଟ ଗୋଦାବରୀ ସମେତ 6 ଜିଲ୍ଲା ଲାଗି ରେଡ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆନ୍ଧ୍ର ପ୍ରଦେଶର କ୍ରୀଷ୍ଣା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଗଛ ଭାଙ୍ଗି ରାସ୍ତାରେ ପଡି ରହିଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି ।

ଆଇଏମଡିର ଆକଳନ ଅନୁସାରେ ବାତ୍ୟା ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ପ୍ରାୟତଃ ନାହିଁ । ବୁଧବାର ଗଞ୍ଜାମ, ଗଜପତି, ରାୟଗଡା, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ ଏବଂ କେନ୍ଦ୍ରାପଡାକୁ ଘଡଘଡି ସହ ବର୍ଷା ପାଇଁ ୱାର୍ନିଙ୍ଗ ଜାରି କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *