ଆନ୍ଧ୍ରରେ ତାଣ୍ଡବ କରୁଛି ବାତ୍ୟା ASANI ! ଉଡାଇ ନେଉଛି ସବୁ କିଛି….ଦେଖନ୍ତୁ ଏହି Video

ବନ୍ଧୁଗଣ ଅସାନି ଆନ୍ଧ୍ର ମୁହାଁ ହୋଇଛି । ଦୁର୍ବଳ ହୋଇ ଆନ୍ଧ୍ର ଉପକୂଳକୁ ମାଡି ଆସିଛି । ଘଣ୍ଟାକୁ 6 କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆନ୍ଧ୍ରର କାକିନାଡା, ଟୁନି, ବିଶାଖାପାଟଣା ମଧ୍ୟରେ ସ୍ଥଳ ଭାଗ ଛୁଇଁ ପାରେ । ଅସାନି ମଛଲି ପାଟନମ ଠାରୁ 50 କିଲୋମିଟର ଦୂରରେ ଅଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ।

ଏହି ଭିଡିଓରେ ଆନ୍ଧ୍ର ପ୍ରଦେଶରେ ବାତ୍ୟାର କଳାର ରୂପ ଦେଖିବାକୁ ମିଳିଛି । ଭୟଙ୍କର ପବନ ସହ ପ୍ରକୂତିର ଭୟଙ୍କର ରୂପ ଦେଖିବାକୁ ମିଳିଛି । ବନ୍ଧୁଗଣ ଭଲ ଭାବରେ ଦେଖନ୍ତୁ ଆନ୍ଧ୍ର ପ୍ରଦେଶର ଏହି ଭୟଙ୍କର ଦୃଶ୍ୟ । ପୁରୀ ଠାରୁ 640 କିଲୋମିଟର ଓ ଗୋପାଳପୁର ଠାରୁ 530 କିଲୋମିଟର ଦୂରରେ ରହିଛି ଅସାନି । ରିକର୍ଭ କରି ପୁଣି ଥରେ ସମୁଦ୍ର ଭିତରକୁ ଯାଇ ଦୁର୍ବଳ ହୋଇଯିବା ସମ୍ଭାବନା ରହିଛି ।

ଏବେ ଆନ୍ଧ୍ରରେ ଅସାନି କରୁଛି ତାଣ୍ଡବ । ବର୍ତ୍ତମାନ ଏହା କାକିନାଡା ଠାରୁ 180 କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ ରହି ଘଣ୍ଟା ପ୍ରତି 10 କିଲୋମିଟର ବେଗରେ ଗତି କରୁଛି । ତେଣୁ ଏବେ ଭୟଙ୍କର ହେଉଛି ସମୁଦ୍ର । ଉଚ୍ଚ ଉଚ୍ଚ ଜୁଆର ମାଡି ଆସୁଛି ରାସ୍ତା ଉପରକୁ । ଭୟଙ୍କର ଦୃଶ୍ୟ ପବନର ବେଗ ବି ବଢିଛି । ଆନ୍ଧ୍ର ପ୍ରଦେଶ ଉପକୂଳ ପାଇଁ ଜାରି ହୋଇଛି ରେଡ ୱାର୍ନିଙ୍ଗ ।

ଆଗାମୀ 6 ଘଣ୍ଟା ଲାଗି ମଝୁଲି ପାଟନମ, ୱେଷ୍ଟ ଗୋଦାବରୀ ସମେତ 6 ଜିଲ୍ଲା ଲାଗି ରେଡ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆନ୍ଧ୍ର ପ୍ରଦେଶର କ୍ରୀଷ୍ଣା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଗଛ ଭାଙ୍ଗି ରାସ୍ତାରେ ପଡି ରହିଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି । ଆଇଏମଡିର ଆକଳନ ଅନୁସାରେ ବାତ୍ୟା ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ପ୍ରାୟତଃ ନାହିଁ ।

ବୁଧବାର ଗଞ୍ଜାମ, ଗଜପତି, ରାୟଗଡା, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ ଏବଂ କେନ୍ଦ୍ରାପଡାକୁ ଘଡଘଡି ସହ ବର୍ଷା ପାଇଁ ୱାର୍ନିଙ୍ଗ ଜାରି କରାଯାଇଛି । ତେବେ ବନ୍ଧୁଗଣ ବାତ୍ୟା ପାଇଁ ଚିନ୍ତା କରନ୍ତୁ ନାହିଁ ସତର୍କ ରୁହନ୍ତୁ । ତେବେ ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.