ଅଣ୍ଡା ଖାଉଥିଲେ ସାବଧାନ ! ଦେଖନ୍ତୁ କେମିତି ଏଠି ତିଆରି ହେଉଛି ନକଲି ଅଣ୍ଡା, ଅଣ୍ଡା ଅସଲି ନା ନକଲି ଜାଣିବେ କିପରି ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ସମସ୍ତ ଲୋକମାନେ ପ୍ରାୟ ନିଜ ଶରୀର ପ୍ରତି ସଜାଗ ରହୁଛନ୍ତି , ଅନେକ ବ୍ୟକ୍ତିମାନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବରେ ବ୍ୟାୟାମ ଓ ତା ସହ ବିଶେଷ ଖାଇବା ଉପରେ ଅଧିକ ଗୁରୁତ୍ୱ ମଧ୍ୟ ଦିଅନ୍ତି । ହେଲେ ସେହି ଉତ୍ତମ ଖାଦ୍ୟକୁ ନେଇ ଅନେକ ଦ୍ୱନ୍ଦ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି , ଯାହା ଆମେ ମାନେ ଖାଉଛେ ବା ଆପଣ ମାନେ ଖାୁଛନ୍ତି ତାହା କେତେଦୁର ସ୍ୱାସ୍ଥ୍ୟକର ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଆଣ୍ଡା ଆମ ଶରୀର ପାଇଁ କେତେ ହିତକାରକ ଅଟେ , ତେଣୁ ଆପଣ ମାନେ ମଧ୍ୟ ଆପଣଙ୍କ ପିଲାକୁ ଅଣ୍ଡା ଖାଇବା ଶିଖାଇ ଦିଅନ୍ତି । ତେବେ ଏହି ଅଣ୍ଡାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି , ପୂର୍ବରୁ ଆପଣ ମାନେ ଶୁଣିଥିବେ ଅଧିକ ଅଣ୍ଡା ଖାଇଲେ ପେଟ ଗରମ ହେଇଯିବ ବା ପେଟ ଖରାପ ହେବ ଏମିତି ଅନେକ କଥା ବଡ ଲୋକମାନେ କହିଥାନ୍ତି ।

କିନ୍ତୁ ଆପଣ ମାନେ କେମିତି ଜାଣିବେ ଆପଣ ଖାଉଥିବା ଅଣ୍ଡାଟି ଅସଲି ନା ନକଲି , ଆପଣ ଅନେକ ଥର ନ୍ୟୁଜରେ ଶୁଣିଥିବେ ନକଲି ଅଣ୍ଡା ବିଷୟରେ । ଏହି ନକଲି ଅଣ୍ଡା ବର୍ତ୍ତମାନ ଆମ ଓଡିଶାରେ ମଧ୍ୟ ଉପଲବ୍ଧ ହେଲାଣି। ତେବେ ବିଗତ କିଛି ଦିନ ଆଗରୁ ଓଡ଼ିଶା ବଜାର ରେ ଯେଉଁଭଳି ଭାବେ ନକଲି ସସ୍, ନକଲି ତେଲ ବିକ୍ରି ଚାଲିଥିଲା ଏପରିକି ନକଲି ଚାଉଳ ମଧ୍ୟ ,ତାପରେ ଏବେ ପୁଣି ଥରେ ନକଲି ଅଣ୍ଡା ର ନକଲି ବଜାର ଓଡ଼ିଶା ରେ ପ୍ରବେଶ କରିଛି ।

କଣ ଆପଣ ଜାଣିଛନ୍ତି ଆପଣ ଖାଉଥିବା ଅଣ୍ଡା କେତେ ପ୍ରକୁତ୍ ଆଉ କେତେ ନକଲ ତେବେ ପାଣି ଓ କ୍ୟାଲସିୟମର କିଛି ତତ୍ଵର ମିଶ୍ରଣ କରି ଏହି ଅଣ୍ଡା ପ୍ରସ୍ତୁତ କରାଯାଉଛି । ତେବେ ଆପଣ ମାନଙ୍କୁ କହି ରଖୁଛୁ କି ଅଣ୍ଡାର ଧଳା ଅଂଶ ବନାଇବା ପାଇଁ ଉଷୁମ୍ ପାଣିରେ ସୋଡିୟମ , ଆଲିଗ୍ ନେଟ , କ୍ୟାଲସିୟମ ମିଶାଯାଏ । ତା ପରେ ଏଥିରେ ଜିଲେଟିନ , ବେଞ୍ଜରକ ଏସିଡ , ଆଲମ୍ ଏବଂ ଅନ୍ୟ ରାସାୟନିକ ପଦାର୍ଥ ମିଶାଇ ଅଣ୍ଡାର ଧଳା ଅଂଶ ତିଆରି ହୁଏ ।


ପରେ କେଶର ତିଆରି ହୁଏ , ଯେଉଁ ମିଶ୍ରଣ ଥାଏ ସେଥିରେ କେବଳ ହଳଦିଆ ରଙ୍ଗ ମିଶାଇ ଦିଆଯାଏ । ଏହାପରେ ଧଳା ଏବଂ ହଳଦିଆ ମିଶ୍ରଣକୁ କ୍ୟାଲସିୟମ କ୍ଲୋରାଇଡ ଜିପସମ୍ ପାଉଡର , କ୍ୟାଲସିୟମ କାର୍ବୋନେଟ ସହ ମିଶାଇ ଅଣ୍ଡା ଆକାର ଦେଇ ଦିଆଯାଏ । ତେବେ ଏକ ପ୍ଲାଷ୍ଟିକର ଛାଞ୍ଚ ଥାଏ , ସେହି ଛାଞ୍ଚରେ ଏହି ସମସ୍ତ ମିଶ୍ରଣକୁ ପକାଇ ଦିଆଯାଏ ଏବଂ ଅଣ୍ଡା ର ଆକାର ହୋଇ ତାକୁ ବାହାର କରାଯାଏ ।

ଏହି ଅଣ୍ଡା ଶରୀରକୁ ଶକ୍ତି ତ ଆଦୁ ଦିଏ ନାହିଁ ବରଂ ବିଷ ହୋଇ ଦେହରେ ଚରିଯାଏ । କାରଣ ଏତେ କେମିକାଲ ମିଶିବା ପରେ ହିଁ ନକଲି ଅଣ୍ଡା ତିଆରି ହୋଇପାରେ । ନକଲି ଅଣ୍ଡା ଯେତେବେଳେ ଘରକୁ ଆଣିବେ ତାହା ଚିହ୍ନିବା ବହୁତ କଷ୍ଟକର କିନ୍ତୁ ଆପଣଙ୍କୁ ନକଲି ଅଣ୍ଡା ଚିହ୍ନିବା ପାଇଁ ସହଜ ଉପାୟ କହିଦେଉଛୁ ।


ନକଲି ଅଣ୍ଡାର ଧଳା ଚୋପା ଜଲଦି ନିଆଁରେ ଜଳିଯାଏ , କିନ୍ତୁ ଅସଲି ଅଣ୍ଡାର ଚୋପା ନିଆଁରେ ପକେଇବେ ଯଦି ତାର ରଙ୍ଗ କଳା ପଡିବ ଏବଂ ବହୁତ ସମୟ ଲାଗିବ ଜଳିବା ପାଇଁ । ତେବେ ଯେବେବି ଆପଣ ଅଣ୍ଡାକୁ ଘରକୁ ଆଣୁଛନ୍ତି ତାକୁ ଖାଇବା ପୂର୍ବରୁ ତାର ଚୋପାକୁ ନିଆଁରେ ପ୍ରଥମ ପରିକ୍ଷା କରି ନିଅନ୍ତୁ ତାହା ଅସଲି କି ନକଲି । ଏହା ବ୍ୟତୀତ ଆପଣ ଅଣ୍ଡା ଆଣିବା ପୂର୍ବରୁ ତାହାକୁ କାନ ପାଖରେ ବଜାନ୍ତୁ , ସେଥିରୁ କୌଣସି ଶବ୍ଦ ଆସୁଛି ତେବେ ତାହାକୁ କିଣନ୍ତୁ ନାହିଁ ।

ତେବେ ଆପଣ ଘରକୁ ଆଣ୍ଡା ଆଣିବା ମାତ୍ରେ ପାଣିରେ ପକାଇ ପରିକ୍ଷା କରନ୍ତୁ ଯେଉଁ ଅଣ୍ଡା ପାଣିରେ ବୁଡି ରହୁଛି ତାହା ଅସଲି କିନ୍ତୁ ଯେଉଁ ଅଣ୍ଡାଟି ଉପରକୁ ଭାସି ଉଠିଥାଏ ତାହା ନକଲି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *