ଅମ୍ରିତ ନିଜ ମୁହଁରେ ବଖାଣିଲା ନିଜ ଅପହରଣର କାହାଣୀ, ସେଦିନ ତା’ ସହ କଣ ହୋଇଥିଲା ଦେଖନ୍ତୁ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଅମ୍ରିତ ଙ୍କୁ ଅପହରଣ କରାଯାଇଥିଲା । ବର୍ତ୍ତମାନ ଅମ୍ରିତ କୌଶଳ କ୍ରମେ ଖସି ଆସି ମି-ଡି-ଆ କୁ ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅମ୍ରିତ କହିଛନ୍ତି ଯେ ସେ ଟିଉସନରୁ ଘରକୁ ଆସୁଥିଲେ ମାତ୍ର ସେତେବେଳେ ତାଙ୍କୁ ରାସ୍ତା ଛାଡିଲେ ନାହିଁ ଗାଡି ଭିତରେ ଜଣେ ଲୋକ ଥିଲା, ଭିତରୁ ଗୋଟିଏ ଲୋକ ଆସି ତାଙ୍କ ପାଟି ବନ୍ଦ କରି ନେଇଗଲା ।

ଏହା ପରେ ଗୋଦାମରେ ନେଇ ରଖିଦେଲା, ସେହିଠାରେ ଦୁଇରୁ ତିନି ଘଣ୍ଟା ରଖିବା ପରେ ତାଙ୍କୁ କୋରାଳ ପଣ୍ଡିତ ସାହି ଘରେ ରଖିଥିଲେ । ଏହା ପରେ ସେଠାରେ ଦୁଇରୁ ତିନିଦିନ ରଖିଦେଇଥିଲେ । ସକାଳୁ ସେ ତାଙ୍କୁ ଆଉ ପାଇଲେ ନାହିଁ । ଅମ୍ରିତ ଙ୍କୁ ଜଣେ ଜଗି ରହୁଥିଲେ ତାଙ୍କୁ ମଧ୍ୟ ସେ ପାଇଲେ ନାହିଁ । ପାଇଲେ ନାହିଁ ଯେତେବେଳେ ତାଙ୍କ ଗୋଡହାତର କପଡା ଢିଲା ଥିବାରୁ ସେ ତାକୁ ସଂପୂର୍ଣ୍ଣ ଭାବରେ ଖୋଲିଦେଲେ ।

ନିଜ ଗୋଡ ହାତକୁ ଖୋଲି ସାରିବା ପରେ ଗୋଟିଏ ଜାଲି କବାଟ ଥିଲା ତାହା ଅଳ୍ପ କିଛି ଭାଙ୍ଗି ଯାଇଥିଲା ଅମ୍ରିତ ସେଥିରେ ଗୋଇଠା ମାରିବାରୁ ସେ ସଂପୂର୍ଣ୍ଣ ଭାବରେ ଛାଡିଗଲା ।ଏହା ପରେ ସେ ସେଠାରୁ ବାହାରି ଆସିଲେ । ଏହାପରେ ଆଉ ଏକ କବାଟ ଥିଲା ତାକୁ ବାହାର ପତରୁ ବନ୍ଧ କରାଯାଇଥିଲା ଏଣୁ ଅମ୍ରିତ ଝରକା ପଟେ ହାତ ବଢାଇ କବାଟ ଖୋଲିବାରେ ସଫଳ ହୋଇଥିଲେ ।

ଏହାପରେ ମେନଗେଟ ପର୍ଯ୍ୟନ୍ତ ସେ ପହଞ୍ଚି ଯାଇଥିଲେ । ମାତ୍ର ମେନ ଗେଟ କୁ ସେ ଜାଣି ଖୋଲିଲେ ନାହିଁ କାରଣ ପୁଣିଥରେ ସେମାନେ ଆସିପାରିବେ । ଏଣୁ ସେ ନ ଖୋଲି ସେଠାରେ ଏକ ଲେଡିସ ଯାଉଥିଲେ ସେ ତାଙ୍କୁ ଠାରି କହିଲେ ମାତ୍ର ସେ କିଛି ବୁଝି ପାରିଲେ ନାହିଁ ।

ଏହାପରେ ଆଉ ଏକ ଲେଡିସ ସେଠାରେ ଅନାଇ ଅନାଇ ଯାଉଥିଲେ ସେ ଅମ୍ରିତ ଙ୍କୁ ଦେଖି ପାରିଲେ ଆଉ ସେ କବାଟ ଖୋଲିଲେ ଏହାପରେ ଅମ୍ରିତ ନିଜର ପରିଚୟ ଦେଲେ, ଏହାପରେ ସେ ସମସ୍ତଙ୍କୁ ଫୋନ କରି ଡକାଇଲେ । ଏହାପରେ ସାର ଙ୍କୁ ଅମ୍ରିତ ସବୁ କଥା କହିଥିଲେ, ସେମାନଙ୍କ ଉଚ୍ଚତା ରଙ୍ଗ ଢଙ୍ଗ ସବୁ ଜାଣିଦେଲେ ଏବଂ ତାଙ୍କୁ ଠାରେ ବିସ୍କୁଟ ଏବଂ ପକୁଡି ଖାଇବାକୁ ଦେଇଥିଲେ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *